Videos
|
Odisha

Odisha Student Elections / ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି
Odisha Student Elections

Key Points

ଉଠୁଛି ପଡୁଛି କ୍ୟାମ୍ପସ୍, ବାହାରିଲା ବିଜ୍ଞପ୍ତି
କେଉଁଠି ମିଠା ଖୁଆଇ ସେଲିବ୍ରେସନ
ତ ଆଉ କେଉଁଠି ପୋଷ୍ଟର ଚିରି ଆକ୍ରୋଶ ପ୍ରଦର୍ଶନ

୮ ବର୍ଷ ପରେ କଲେଜ କ୍ୟାମ୍ପସରେ ନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଭରି ରହିଛି ସବୁଠୁ ଅଧିକ ଉତ୍ସାହ । ଆଜି ବିଧିବଦ୍ଧ ଭାବେ ନମାଙ୍କନ ଦାଖଲ ନେଇ କଲେଜ ଗୁଡ଼ିକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ର ସଂସଦ ସହ ଆଥଲେଟିକ୍ ଏବଂ ଡ୍ରାମାଟିକ୍ ଆସୋସିଏସନ୍ ପାଇଁ ମଧ୍ୟ ହେବ ନିର୍ବାଚନ । ସଭାପତି ପଦରୁ ଆରମ୍ଭ କରି ଉପସଭାପତି, ସେକ୍ରେଟାରୀ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରୀ, ଛାତ୍ର ସଂସଦର ୪ଟି ପଦ ପାଇଁ ହେବ ନିର୍ବାଚନ । ସେହିପରି ଆଥଲେଟିକ୍ ଆସୋସିଏସନ୍ ଏବଂ ଡ୍ରାମାଟିକ୍ ଆସୋସିଏସନ୍‌ର ସେକ୍ରେଟାରୀ ଓ ଆସିଷ୍ଟାଣ୍ଟ ସେକ୍ରେଟାରୀ ପଦ ମଧ୍ୟ ରହିଛି । ଅକ୍ଟୋବର ୯ ତାରିଖରେ ହେବ ନାମାଙ୍କନ ଦାଖଲ । ସକାଳ ୧୦ଟାରୁ ଦିନ ୧ଟା ଯାଏଁ ନାମାଙ୍କନ ପତ୍ର ମିଳିବ ଏବଂ ସେହି ସମୟ ମଧ୍ୟରେ ଦାଖଲ ମଧ୍ୟ କରିବାକୁ ପଡ଼ିବ ।

ସେହିଦିନ ଅପରାହ୍ନ ୨ଟାରୁ ୪ଟା ଯାଏଁ ହେବ ନାମାଙ୍କନ ପତ୍ର ଯାଞ୍ଚ। ଆଉ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରକାଶ ପାଇବ ବୈଧ ପ୍ରାର୍ଥୀଙ୍କ ତାଲିକା । ପ୍ରାର୍ଥୀତ୍ୱ ପ୍ରତ୍ୟାହାର ପାଇଁ ଅକ୍ଟୋବର ୧୦ ତାରିଖ ସକାଳ ୧୦ଟାରୁ ଦିନ ୧ଟା ଯାଏଁ ସମୟ ଧାର୍ଯ୍ୟ ହୋଇଛି । ସେହିଦିନ ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକ । ଅକ୍ଟୋବର ୧୫ରେ ହେବ ମତଦାନ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବିଭିନ୍ନ ପୋଲିଂ ଷ୍ଟେସନ୍‌ରେ ଛାତ୍ରଛାତ୍ରୀ ମତଦାନ କରିବେ । ଏହାପରେ ସେହିଦିନ ଅପରାହ୍ନ ୨ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ନିର୍ବାଚନ ଅଧିକାରୀ ଭାବେ ପିଜି କାଉନସିଲ୍ ଚେୟାରମ୍ୟାନ୍‌ଙ୍କ କାର୍ଯ୍ୟାଳୟକୁ ଧାର୍ଯ୍ୟ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତିର ଆଖଡ଼ା ସ୍ଥଳ ପାଲଟିଛି ରାଜ୍ୟର ଶହ ଶହ ଶିକ୍ଷାନୁଷ୍ଠାନ । ଜମୁଛି କଲେଜ ଖଟି ।

ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ପ୍ରମୁଖ ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, NSUI ଓ BCJD ରାଜ୍ୟର ଅଧିକଂଶ କଲେଜରେ ମଇଦାନରେ ରହିଛି । ଅନ୍ୟ ଛାତ୍ରସଂଗଠନ ସମେତ ଅନେକ ଛାତ୍ରଛାତ୍ରୀ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ମନ ବଳାଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଉତ୍ସାହ ସାଥେ ସାଥେ କ୍ୟାମ୍ପସରେ ଭରିଲାଣି ରାଜନୈତିକ ଉଷ୍ମତା । ବାଲେଶ୍ବର ନୀଳଗିରିରେ ପୋଷ୍ଟର ଚିରାକୁ ନେଇ ତେଜିଛି ଛାତ୍ର ଅଶାନ୍ତି । ସେପଟେ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଉପରେ ଜୋର ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜଧାନୀ ଭୁବନେଶ୍ବରରେ ଥିବା ବିଭିନ୍ନ କଲେଜ ସମେତ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଛାତ୍ରସଂସଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ସମୟରେ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ନିର୍ବାଚନ ଗାଇଡ୍‌ଲାଇନ୍‌, କୋଡ୍ ଅଫ୍ କଣ୍ଡକ୍ଟ ଏବଂ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।

ଭୁବନେଶ୍ବରରେ ଥିବା କଲେଜ ଗୁଡ଼ିକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜୋର ଦେଇଛି ପୋଲିସ । କ୍ୟାମ୍ପସରେ ମୁତୟନ ହେବେ ସୁରକ୍ଷାବଳ । କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ, AIର ଦୁରୁପୋଯୋଗ, ସୋସିଆଲ ମିଡିଆର ଅପବ୍ୟବହାରକୁ ନେଇ ଶକ୍ତ ଆଭିମୁଖ୍ୟ ଆପଣାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ଛାତ୍ରଙ୍କ ଭିତରେ ଦୃଢ଼ ନେତୃତ୍ବ ଗଢ଼ିବା ଲାଗି ଏ ପଦକ୍ଷେପ । ତେବେ କ୍ୟାମ୍ପସ ଭୋଟିଂରେ କିଏ ମାରୁଛି ବାଜି ତା ଉପରେ ନଜର ।