Bangladeshi Migrants Odisha / ବାଂଲାଦେଶୀଙ୍କୁ ହଟାଇବା ପାଇଁ ଆକ୍ସନ ମୋଡ଼ରେ ସରକାର, ଗାଁ ଗାଁରେ ଚାଲିଛି ଚଢ଼ାଉ
·7 months ago·3 min read

Key Points
ଜୋର ଧରିଲା ବାଂଲାଦେଶୀ ହଟାଅ ଅଭିଯାନ
ଜଗତସିଂହପୁର, ଭଦ୍ରକ ରେ ପୋଲିସ ର ଚଢ଼ାଉ
ଗୃହରେ ଉଦବେଗ ପ୍ରକାଶ କରି ବାଚସ୍ପତିଙ୍କ ରୁଲିଂ ଦାବୀ କଲେ ବିଜେପି ବିଧାୟକ

ରାଜ୍ୟରେ ଜୋର ଧରିଲା ବାଂଲାଦେଶୀ ହଟାଅ ଅଭିଯାନ । ଜଗତସିଂହପୁର, ଭଦ୍ରକରେ ପୋଲିସର ଚଢ଼ାଉ । ସେପଟେ ବାଂଲାଦେଶୀ ପ୍ରସଙ୍ଗରେ ବିଧାନସଭାରେ ଉଦବେଗ ପ୍ରକାଶ କରି ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଜେପି ବିଧାୟକ । ଏବେ ବାଂଲାଦେଶୀଙ୍କୁ ହଟାଇବା ପାଇଁ ଆକ୍ସନ ମୋଡ୍ରେ ସରକାର ।
ଗାଁ ଗାଁରେ ଚଢ଼ାଉ । ସନ୍ଦିଗ୍ଧ ଦେଖିଲେ ଉଠାଇ ନେଉଛି ପୋଲିସ । ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ସ୍ଥିତ ଦରିଆପୁର ବସ୍ତିରେ ଗତକାଲି ଚଢ଼ାଉ କରିଥିଲା ପୋଲିସ । ୨୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ଆଣି ସେଲଟର ହୋମରେ ରଖିଛି । ଅଟକ ଥିବା ସନ୍ଦିଗ୍ଧ ବାଂଲାଦେଶୀମାନଙ୍କ ଠାରୁ ମିଳିଛି ନକଲି ଆଧାର ଓ ଭୋଟର କାର୍ଡ । ସେହିପରି ଭଦ୍ରକ ବାସୁଦେବପୁର ଅଂଚଳରେ ରେଡ୍ କରିଛି ପୋଲିସ । ଚୌଧୁରୀ ସାହି ଓ ବାଲିନଗର ସାହିରେ ଚଢ଼ାଉ କରି ୮ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ କାଗଜ ପତ୍ର ଯାଞ୍ଜ କରୁଛି ପୋଲିସ ।
ସେପଟେ ବିଧାନସଭା ଗୃହ ଭିତରେ ଆଜି ବି ଉଠିଛି ବାଂଲାଦେଶୀ ପ୍ରସଙ୍ଗ । ବିଜେପି ବିଧାୟକ ସନାତନ ବିଜୁଳି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟରେ ବାଂଲାଦେଶୀ, ରୋହିନଗ୍ୟାମାନେ ଫେରିବାଲା ଓ ବେପାରୀ ନାଁରେ ଜବରଦଖଲ, ଗୋ ଚାଲାଣ, ଲଭ୍ ଜିହାଦ ଭଳି ଅପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା କହିଛନ୍ତି । ତେଣୁ ସମସ୍ତ ଏସପିଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ବିଜେପି ବିଧାୟକ ।
ସୂଚନା ଅନୁସାରେ, କିଛି ଦିନ ତଳେ ବାଙ୍ଗଲାଦେଶୀ ପ୍ରସଙ୍ଗରେ ଗୃହରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ମୋଟ ୧୭୬୮ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇଥିବା ବେଳେ ୫୧ ଜଣଙ୍କୁ ଅବୈଦ୍ଧ ଘୋଷଣା କରାଯାଇ ୪୯ ଜଣଙ୍କୁ ତଡିପାର କରାଯାଇଛି । ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଏବଂ ତଡ଼ିପାର ପାଇଁ ସ୍ବତନ୍ତ୍ର କାର୍ଯ୍ୟ ବାହିନୀ କମିଟି ଗଠନ ହୋଇଛି ।
ସେପଟେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲ୍ଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛନ୍ତି । ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା । ଏହା ସହ ସେ ଆହୁରି କହିଥିଲେ, ବିଧିଗତ ଭାବେ ରୋଜଗାର କରୁଥିବା ବଙ୍ଗାଳୀଙ୍କୁ ବାହାର କରିବାର ଅଧିକାର ଆପଣଙ୍କର ନାହିଁ ।”
ସେପଟେ ମହୁଆ ମୋଇତ୍ରାଙ୍କ ଏହି ବୟାନ ପରେ ଏହାର ଜବାବ ରଖିଛି ବିଜେପି । ବିଜେପି ମୁଖ୍ୟପାତ୍ର ଅନୀଲ ବିଶ୍ବାଳ ସୋସିଆଲ ମିଡିଆରେ ପୋଷ୍ଟ କରି ମହୁଆଙ୍କୁ ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ଓଡ଼ିଶାରୁ ଅବୈଧ ବାଂଲାଦେଶୀମାନଙ୍କୁ ହଟାଇବା ପାଇଁ ରାଜ୍ୟ ସରକାର ପଣ କରିଛନ୍ତି l ଓଡ଼ିଶା ପୋଲିସ ସଠିକ ଭାବରେ ତା'ର ଦାୟିତ୍ୱ ନିଭାଉଛି l ଯେଉଁଠି ବି ସନ୍ଦିଗ୍ଧ ଧରାପଡିବେ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ l ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସାଂସଦ ମୋହୁଆ ମୋଇତ୍ରାଙ୍କର କାହିଁକି ଏତେ ଦରଦ ବୁଝାପଡୁନି l
ଓଡ଼ିଶା ଲୋକଙ୍କୁ କୌଣସି ଦେଶ ବିରୋଧୀ ତତ୍ତ୍ୱଙ୍କ ଉପଦେଶ ଦରକାର ନାହିଁ l ତୃଣମୂଳ କଂଗ୍ରେସ ସବୁବେଳେ ଅବୈଧ ବାଂଲାଦେଶୀ ଅନୁପ୍ରବେଶଙ୍କୁ ସୁରକ୍ଷା ଦେଇ ଆସିଛି ଏବଂ ଦେଶର ଆନ୍ତରୀଣ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି l ତୃଣମୂଳ ସାଂସଦ ନିଜ ରାଜ୍ୟ ଉପରେ ଧ୍ୟାନ ଦିଅନ୍ତୁ l ଓଡ଼ିଶା କଥା ଓଡ଼ିଶା ଲୋକ ବୁଝିବେ l ମିଛ ଅଭିଯୋଗ କରି ଓଡ଼ିଶା ସହିତ ପଶ୍ଚିମବଙ୍ଗର ସମ୍ପର୍କକୁ ଖରାପ କରନ୍ତୁ ନାହିଁ l ଓଡ଼ିଶାରୁ ସମସ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ ବୋଲି ଅନୀଲ ବିଶ୍ବାଳ କହିଛନ୍ତି l

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories