Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ,ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ

Odisha

Bangladeshi Infiltrators / ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ,ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ,ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ
Infiltration

Key Points

ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ: ଆଇନମନ୍ତ୍ରୀ
ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ
ପଶ୍ଚିମବଙ୍ଗ ଓ ଆସାମ ପରେ ଓଡ଼ିଶାରେ ମଧ୍ୟ ନିଆଯାଇଛି ପଦକ୍ଷେପ
ଅନୁପ୍ରବେଶ ରୋକିବା ଦିଗରେ ଓଡ଼ିଶା ସରକାର ସଜାଗ ଅଛନ୍ତି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ
ଭୁବନେଶ୍ବର: ପଶ୍ଚିମବଙ୍ଗ ଓ ଆସାମ ପରେ ଓଡ଼ିଶାରେ ମଧ୍ୟ ବାଂଲା ଅନୁପ୍ରବେଶ ହଟାଇବା ଉପରେ ସରକାର ପଦକ୍ଷେପ ନେଇଛନ୍ତି। ଅନୁପ୍ରବେଶ ଉପରେ ଓଡ଼ିଶା ସରକାର ସଜାଗ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି। ଗତବର୍ଷ କିଛି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଇଛି। ଗତ ବର୍ଷଠାରୁ ଏହି ପକ୍ରିୟା ଜାରି ରହିଛି। ସେଥିପାଇଁ ଗୃହ ବିଭାଗ ଏବଂ ପୋଲିସ ଚିହ୍ନଟ କରୁଛନ୍ତି। ଅନୁପ୍ରବେଶକାରୀଙ୍କୁ ନେସ୍ଥାର ନାହିଁ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ।

ଗତକାଲି କେନ୍ଦ୍ର ସରକାର ଦେଶର ଜନସଂଖ୍ୟାରେ ହେଉଥିବା ଅସ୍ବାଭାବିକ ପରିବର୍ତ୍ତନର ଯାଞ୍ଚ ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ପ୍ରକାଶ ପ୍ରଭାକର ନାଭଲେକରଙ୍କୁ ଏହାର ଅଧ୍ଯକ୍ଷ କରାଯାଇଛି । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ୍ସରେ ଏ ସଂପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟ କାରଣ ଯୋଗୁ ଜନସଂଖ୍ୟାରେ ହେଉଥିବା ଅସ୍ବାଭାବିକ ପରିବର୍ତ୍ତନ ଯେକୌଣସି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ଲାଗି ବଡ଼ ଚାଲେଞ୍ଜ। ଏହି ଚାଲେଞ୍ଜର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ ଅଗଷ୍ଟ ୧୫ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ଘୋଷଣା କରିଥିଲେ। ସେହି ଆଧାରରେ ବର୍ତ୍ତମାନ ସରକାର ଏହି କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରକାଶ ପ୍ରଭାକର ନାଭେଲକରଙ୍କ ଅଧକ୍ଷତାରେ ଗଠିତ ଏହି କମିଟିରେ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ, ଅବସରପ୍ରାପ୍ତ ଆଇଏଏସ୍ ଦୁର୍ଗା ଶଙ୍କର ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍ ବାଲାଜୀ ଶ୍ରୀବାସ୍ତବ, ଅର୍ଥନୀତିଜ୍ଞ ଡ.ଶମିକା ରବି ସଦସ୍ୟ ଭାବେ ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସଂଯୁକ୍ତ ସଚିବଙ୍କୁ ମଧ୍ୟ କମିଟିର ସଦସ୍ୟ ସଚିବ କରାଯାଇଛି।

ପଢନ୍ତୁ ଏହି ଖବର:ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ  

ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁସାରେ, ଜନସଂଖ୍ୟାର ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା କେବଳ ଆମର ସଂପ୍ରଭୁତା ସହ ଜଡିତ ନହେଁ, ବରଂ ରାଷ୍ଟ୍ରୀୟ ସରକ୍ଷା, ଆଇନ ବ୍ୟବସ୍ଥା, ସାମଜିକ ସଂରଚନାରେ ଉଲ୍ଲେଖନୀୟ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହ ମଧ୍ୟ ସମ୍ବନ୍ଧିତ । ଏଭଳି କ୍ଷେତ୍ରରେ ଏହି କମିଟି ବେଆଇନ ଅନୁପ୍ରବେଶ ଏବଂ ଅନ୍ୟ ଅସ୍ବାଭାବିକ କାରଣ ଯୋଗୁ ଭାରତରେ ହେଉଥିବା ଜନସଂଖ୍ୟକୀୟ ପରିବର୍ତ୍ତନର ବ୍ୟାପକ ଆକଳନ କରିବ। ଧାର୍ମିକ ଏବଂ ସାମାଜିକ ସମୁଦାୟର ସ୍ତରରେ ହେଉଥିବା ଅସ୍ବାଭାବିକ ଜନସଂଖ୍ୟା ପରିବର୍ତ୍ତନର ଢାଞ୍ଚାକୁ ବିଶ୍ଳେଷଣ କରି ଏଥିଲାଗି ଏକ ଯୋଜନାବଦ୍ଧ ଏବଂ ସମୟବଦ୍ଧ ସମାଧାନ ଉପସ୍ଥାପନ କରିବ।

ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ମଙ୍ଗଳ ଲାଗି ସରକାର ଏକ ହାଇପାୱର୍ଡ ଡେମୋଗ୍ରାଫିକ ମିସନ୍ ଆରମ୍ଭକରିବାକୁ ନିଷ୍ପତ୍ତି ନେଇଥିବା ସଂପର୍କରେ ଘୋଷଣା କରିଥିଲେ। ଏହି ସମୟରେ ସେ ଅନୁପ୍ରବେଶକାରୀଙ୍କୁ ବଡ଼ ସମସ୍ୟା ଭାବେ ଦର୍ଶାଇଥିଲେ। ମୋଦି କହିଥିଲେ ଯେ, ଏମାନେ ଆମ ଦେଶର ଯୁବଗୋଷ୍ଠୀଙ୍କ ରୋଜଗାର ଛଡ଼ାଇ ନେଉଛନ୍ତି। ଆମର ଭଉଣୀ ଏବଂ ଝିଅଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଦିବାସୀଙ୍କ ଜମିକୁ ଦଖଲ କରୁଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladeshi Infiltrators | Odisha to Remove Bangladeshi Infiltrators: Minister Prithviraj Harichandan Statement | Argus News