Pension Update / ହିତାଧିକାରୀଙ୍କ ପାଇଁ ଖୁସି ଖବର: ୪ ମାସ ହେବ ବନ୍ଦ ରହିଛି ଭତ୍ତା ପ୍ରଦାନ, ଏକାଥରେ ମିଳିବ ସବୁ ଟଙ୍କା
·2 hours ago·2 min read

Key Points
ରାଜ୍ୟର ହିତାଧିକାରୀଙ୍କ ପାଇଁ ଖୁସି ଖବର
ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା
ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
ବୈଷୟିକ ତ୍ରୁଟି ଯୋଗୁଁ ୪ ମାସ ହେବ ବନ୍ଦ ରହିଛି ଭତ୍ତା ପ୍ରଦାନ

ଆସିଲା ବଡ଼ ଖବର। ମିଳିବ ବକେୟା ଥିବା ଭତ୍ତା। ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୧୪ ହଜାର ୨୬୭ ଜଣ ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।''
ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା। ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ବୈଷୟିକ ତ୍ରୁଟି ଯୋଗୁଁ ଗତ ୪ ମାସ ହେବ ଭତ୍ତା ପ୍ରଦାନ ହୋଇପାରି ନାହିଁ। ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ତେଣୁ ଆଗାମୀ ଅକ୍ଟୋବର ସୁଦ୍ଧା ବକେୟା ଭତ୍ତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ଥିବା ସେ ସୂଚନା ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଏବଂ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।
ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୧୪ ହଜାର ୨୬୭ ଜଣ ଭତ୍ତା ପାଇବାକୁ ଆବେଦନ କରିଛନ୍ତି। ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ଏବଂ ମଧୁବାବୁ ପେନସନ ଯୋଜନାରେ ୩୭ ଲକ୍ଷ ୧୪ ହଜାର ୦୮ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି। ଏହିସବୁ ଯୋଜନାରେ ଅଧୀନରେ ଆବେଦନ କରିଥିବା ଯୋଗ୍ୟ ଆବେଦନକାରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ମଧୁବାବୁ ପେନସନ ଯୋଜନା ବଜେଟ୍ରେ ମୋଟ ୫ ହଜାର ୮୩୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।''
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପ୍ରବଳ ବର୍ଷା, ମୟୂରଭଞ୍ଜ ଓ ପୁରୀରେ ସବୁ ସ୍କୁଲ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଏବଂ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories