Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ,  ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ

Odisha

ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ,  ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ

Manini Pattanayak
Browse all articles by Manini Pattanayak
·1 year ago·1 min read
ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ,  ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ମୋହନ ମାଝୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର।  ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଦିଲ୍ଲୀସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା।  ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା।

 ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି, ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ ।  ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଥିଲେ ।  ଏହା ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଭବନ ବିଲ୍ଡିଂ ପିଲର ଗୁଡିକରେ ଫାଟ ଦେଖାଯାଉଛି ଯାହା  ଅର୍ଗସ କ୍ୟାମେରା ରେ କଏଦ ହୋଇଛି। ଛାତ ଠୁ ସିଡି ପର୍ଯ୍ୟନ୍ତ ସବୁଠି ଫାଟ।   
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Bhawan is unsafe to live in, Mohan Majhi ordered to demolish it | Argus News