ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ
·2 years ago·1 min read

ଅର୍ଗସ ବ୍ୟୁରୋ: ଦିଲ୍ଲୀ ବିଜେପିର କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଚାଲିଛି । ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହା ଯୋଗ ଦେଇଛନ୍ତି । ଓଡିଶା ଏବଂ ପଞ୍ଜାବ ନିର୍ବାଚନ ନେଇ ଆଲୋଚନା ଚାଲିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ଜୁଏଲ୍ ଓରାମ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି ।
ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ଏହି ବୈଠକରେ ସାରା ଦେଶ ପାଇଁ ବିଜେପିର ସପ୍ତମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ମୋହର ବାଜିପାରେ। ଏହି ବୈଠକରେ କେନ୍ଦ୍ର ନେତୃତ୍ଵଙ୍କ ସହ ଆଲୋଚନା କରି ରାଜ୍ୟର କିଛି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ କରିପାରେ ରାଜ୍ୟ ବିଜେପି । ଏହାସହ ବାକି ଥିବା ୩ ଲୋକସଭା ଯାଜପୁର, କଟକ ଓ କନ୍ଧମାଳ ଟିକେଟକୁ ନେଇ ବି ଆଲୋଚନା ହୋଇପାରେ ।
ଆହୁରି ପଢନ୍ତୁ ରାଜନୀତି ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: