Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Matric Exam / ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ: ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

Rashmita Mishra
Browse all articles by Rashmita Mishra
·5 months ago·2 min read
ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ:  ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
Matric Exam

Key Points

ଆସନ୍ତା ୧୯ରୁ ମାଟ୍ରିକ୍‌ । 
ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ । 
୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 

କଟକ ଖବର: ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ । ଚଳିତ ବର୍ଷ ପାଞ୍ଚ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରଖାଯିବ ।

୧୦ ତାରିଖ ଦିନ ପ୍ରଥମେ ଚାରିଟି ଜିଲ୍ଲାକୁ ପ୍ରଶ୍ନ ପତ୍ର ଯିବ ଆଉ ତା' ପରେ ଅନ୍ୟ ଜିଲ୍ଲାକୁ । ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଞ୍ଚିବ । ଫେବ୍ରୁଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ।

ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଚଳିତ ଥର ଶାନ୍ତିଶୃଙ୍ଖଳାରେ ପରୀକ୍ଷା ପରିଚାଳନା ସହ କୋଶ୍ଚିନ ପେପର ଲିକକୁ ରୋକିବା ଉପରେ ଫୋକସ୍ ଦେଇଛି ବୋର୍ଡ। ଚଳିତ ଥର 332ଟି ନୋଡାଲ ସେଣ୍ଟର କରାଯାଇଛି। ଏହି ସେଣ୍ଟର ଗୁଡ଼ିକ ଉପରେ ସିସିଟିଭିର କଡ଼ା ପହରା ରହିବ। ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ। ଏହି ଗାଡ଼ିରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଦୁଇ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ। ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରହିବ ।

ଚଳିତମାସ ୧୮ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ ଓ ୧୯ତାରିଖରୁ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଅନୁଷ୍ଠିତ ହେବା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ସମସ୍ତ ବ୍ୟକ୍ତିବିଶେଷ ଯଥେଷ୍ଟ ସତର୍କତା ଅବଲମ୍ବନ ସହ ନିଜର ଦାୟିତ୍ଵ ସଂପାଦନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳିତ ପରୀକ୍ଷା ପରିଚଳନା ପ୍ରସ୍ତୁତି ନେଇ ସମୀକ୍ଷା ହୋଇଥିଲା ।

ପଢ଼ନ୍ତୁ ଏହି ଖବର: ପରୀକ୍ଷା ପେ ଚର୍ଚ୍ଚା; ନିଜ ସହ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

ବୈଠକରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୨ଲକ୍ଷ ୫୬ହଜାର ୭୦୭ଜଣ କଳା, ବାଣିଜ୍ୟରେ ୨୪ହଜାର ୬୨୧, ବିଜ୍ଞାନରେ ୧ଲକ୍ଷ ୧୪ହଜାର ୩୬୩ ଓ ଧନ୍ଦାମୂଳକ ଶିକ୍ଷାରେ ୫୯୩୨ଜଣଙ୍କୁ ମିଶାଇ ମୋଟ ୪ଲକ୍ଷ ୧୬ହଜାର ୬୨୩ଜଣ ପରୀକ୍ଷା ଦେବେ । ଏଥିପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍, ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ଚଳିତମାସ ୧୮ତାରିଖରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷା ସ୍ୱଚ୍ଛତା ସହ କେମିତି ହେବ ଗତବର୍ଷ ସବୁ ବ୍ୟବସ୍ଥା କରାଯାଇଥିଲା । ଚଳିତ ଥର ମଧ୍ୟ ଏହି ସବୁ ବ୍ୟବସ୍ଥା କରାଯାଉଛି । ଏଥର ମଧ୍ୟ କେମିତି ସ୍ୱଚ୍ଛତା ସହ ପରୀକ୍ଷା ହେବ, ପରୀକ୍ଷାରେ ଯେମିତି ଅବ୍ୟବସ୍ଥା ହେବ ନାହିଁ, କୌଣସି ପ୍ରକାର ପ୍ରଶ୍ନ ପତ୍ର ଲିକ୍ ଯେମିତି ନହେବ ସବୁ ବ୍ୟବସ୍ଥା କରାଯାଇଛି । ମୁଁ ଆଶା କରୁଛି ଏଥିରେ କୌଣସି ପ୍ରକାର ଅବ୍ୟବସ୍ଥା ହେବ ନାହିଁ କି ପ୍ରଶ୍ନପ୍ରତ ଲିକ୍ ହେବ ନାହିଁ । ଯଦି ବି ହୁଏ ତାହା ହେଲେ ଆମ ପାଖେ QR କୋଡ ଓ ଅନ୍ୟ ଉପାୟରେ ଜଣା ପଡ଼ିଯିବ ବୋଲି କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Matric Exam | Matric Exam 2026: Board Ready, 5.61 Lakh Students to Appear | Argus News