PM Modi / ପରୀକ୍ଷା ପେ ଚର୍ଚ୍ଚା; ନିଜ ସହ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପରାମର୍ଶ
·5 months ago·2 min read

Key Points
ଛାତ୍ରଛାତ୍ରୀଙ୍କ ସହ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର
କହିଲେ 'ନିଜ ସହ ପ୍ରତିଦ୍ଵନ୍ଦ୍ଵିତା କର, ଅନ୍ୟ ସହ ନୁହେଁ'
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର
କହିଲେ 'ନିଜ ସହ ପ୍ରତିଦ୍ଵନ୍ଦ୍ଵିତା କର, ଅନ୍ୟ ସହ ନୁହେଁ'
ଆଜି 'ପରୀକ୍ଷା ପେ ଚର୍ଚ୍ଚା'ର ଦ୍ଵିତୀୟ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା ଚିନ୍ତାରୁ କିପରି ମୁକ୍ତ ରହିବାଠୁ ଆରମ୍ଭ କରି ଦେଶ ପାଇଁ ଥିବା ସ୍ଵପ୍ନ ଉପରେ ଅନେକ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ଅତି ସରଳ ଭାବେ ପିଲାଙ୍କ ପ୍ରଶ୍ନର ଜବାବ ରଖିଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସହ ବଦଳରେ ନିଜ ସହ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ପରାମର୍ଶ ଦେଇଥିଲେ । ଆତ୍ମବିଶ୍ଵାସ, ଉତ୍ତମ ସ୍ଵାସ୍ଥ୍ୟ ଓ ନିଷ୍ଠା ସଫଳତାର ଚାବିକାଠି ବୋଲି କହିଥିଲେ ମୋଦି ।
ଏଥିସହ ପଢନ୍ତୁ: ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ, ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି
ଏହାସହିତ ସୁସ୍ଥ ଜୀବନଯାପନ କରିବା ପାଇଁ ସର୍ବଦା ସ୍ଵାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରାତଃରୁ ଉଠିବା, ଠିକ ସମୟରେ ଖାଦ୍ୟ ଖାଇବା ଏବଂ ନିୟମିତ ଭାବେ ବ୍ୟାୟାମ କରିବାକୁ ପିଲାଙ୍କୁ କହିଥିଲେ ମୋଦି । ଦୈନନ୍ଦିନ ଜୀବନରେ ଶୃଙ୍ଖଳା ଆଚରଣ ବଜାୟ ରଖିବା, ପରବର୍ତ୍ତୀ ସମୟରେ ସଫଳତା ପାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଏହାସହିତ ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।
- ବିକଶିତ ରାଷ୍ଟ୍ରକୁ ନେଇ କଣ କହିଲେ ମୋଦି ?
- ଅପରେସନ ସିନ୍ଦୂରକୁ ନେଇ ପ୍ରଶ୍ନ କଲେ ଛାତ୍ରଛାତ୍ରୀ
ଏଥିସହ ପଢନ୍ତୁ: ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ, ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି
ଏହାସହିତ ସୁସ୍ଥ ଜୀବନଯାପନ କରିବା ପାଇଁ ସର୍ବଦା ସ୍ଵାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରାତଃରୁ ଉଠିବା, ଠିକ ସମୟରେ ଖାଦ୍ୟ ଖାଇବା ଏବଂ ନିୟମିତ ଭାବେ ବ୍ୟାୟାମ କରିବାକୁ ପିଲାଙ୍କୁ କହିଥିଲେ ମୋଦି । ଦୈନନ୍ଦିନ ଜୀବନରେ ଶୃଙ୍ଖଳା ଆଚରଣ ବଜାୟ ରଖିବା, ପରବର୍ତ୍ତୀ ସମୟରେ ସଫଳତା ପାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଏହାସହିତ ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories