Odisha Board Corporation Appointments / ତ୍ୱରାନ୍ୱିତ ହେଲା ବୋର୍ଡ ନିଗମ ନିଯୁକ୍ତି, ଲବିରେ ଥିବା ନେତାଙ୍କର ବଢ଼ିଲା ଆଶା
·1 hour ago·1 min read

Key Points
ବୋର୍ଡ-ନିଗମ ନିଯୁକ୍ତି ନେଇ ବଡ଼ ଅପଡେଟ୍
ଖୁବଶୀଘ୍ର ପୂରଣ ହେବ ଖାଲି ପଦବୀ
ଦଳୀୟ ନେତାଙ୍କର ଆଶା ବଢ଼ିଲା
ଖୁବଶୀଘ୍ର ପୂରଣ ହେବ ଖାଲି ପଦବୀ
ଦଳୀୟ ନେତାଙ୍କର ଆଶା ବଢ଼ିଲା
ତ୍ୱରାନ୍ୱିତ ହେଲା ବୋର୍ଡ ନିଗମ ନିଯୁକ୍ତି ପ୍ରକ୍ରିୟା । ନିଗମର ଖାଲି ଥିବା ପଦବୀର ତଥ୍ୟ ଦେଲେ ବିଭାଗ । ବୋର୍ଡ ନିଗମ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ଲବିରେ ଥିବା ନେତାଙ୍କ ଆଶା ବଢ଼ିଛି । ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ବିଜେପି ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତା'ର ତଥ୍ୟ ମାଗିଥିଲେ ସରକାର ।
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଥିବା ସୂଚନା ମିଳିଛି । ବିଜେପି ସରକାର ଆସିବା ପରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜୁନ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭାଗ ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଦୁଇ ଗୁଣା ହେଲା ଚାଉଳ ମିଲିଂ ଖର୍ଚ୍ଚ
୧୭ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି । ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଖୁବ ଶୀଘ୍ର ଏହାକୁ ପୂରଣ କରାଯାଇପରେ । ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories