Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ, ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ

Odisha

Odisha Infiltration Alert / ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ, ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ, ସମୁଦ୍ରପଥ ଓ ସ୍ଥଳପଥରେ ଜୋରଦାର ଚେକିଂ
Odisha Infiltration Alert

Key Points

ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ
ସଜାଗ କୋଷ୍ଟାଗାର୍ଡ ଓ ମେରାଇନ ପୋଲିସ
ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଆଲର୍ଟ

ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ ସୀମାନ୍ତ ଥାନାଗୁଡ଼ିକୁ ଆଲର୍ଟ । ପଶ୍ଚିମବଙ୍ଗ ସହ ସୀମା ବାଣ୍ଟୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି । ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ସୀମା ଲାଗିଥିବା ଓଡ଼ିଶାର ଉଦୟପୁରରୁ ତାଳସାରି ସମୁଦ୍ର କୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅନୁପ୍ରବେଶ ଆଶଙ୍କାରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ପୂରା ସଜାଗ ରହିଛନ୍ତି । ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖୁଛନ୍ତି ।

ସୀମା ଆରପାରିରୁ ଆସୁଥିବା ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କର କାଗଜପତ୍ର ଯାଞ୍ଚ କରିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ କୌଣସି ବି ସନ୍ଦେହଜନକ ପ୍ରବେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାରେ ରାତ୍ରିକାଳୀନ ଚେକିଂକୁ ଜୋରଦାର କରାଯାଉଛି । ଭଦ୍ରକ ସହରର ଏଣ୍ଟ୍ରି ପଏଣ୍ଟ ସହ ବାଇପାସ ଛକ, ଆରଡ଼ି ଛକ, ବନ୍ତ ଛକ, କଲେଜ ଛକ, ରାଜଘାଟ ଛକରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସନ୍ଦିଗ୍ସମାନଙ୍କ ଆଧାରକାର୍ଡ ଯାଞ୍ଚ କରାଯାଉଛି । ସେପଟେ ପାରାଦ୍ବୀପରେ ଏବେ ମେରାଇନ ପୋଲିସ, କୋଷ୍ଟଗାର୍ଡ ସମୁଦ୍ରରେ ଜୋରଦାର ପେଟ୍ରୋଲିଂ କରୁଥିବା ବେଳେ ଉପକୂଳ ସୁରକ୍ଷା ଉପରେ ନଜର ରଖିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha on High Alert Over Possible Bangladeshi Infiltration | Argus News