Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

Odisha

Odisha Budget / ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା
Odisha Budget

Key Points

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା
ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ
ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ
ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ
ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଅଣାଯାଇଥିଲା । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଛୁଇଁଛି ।

ତେବେ ଚଳିତ ବଜେଟ୍‌ରେ ମହିଳାଙ୍କ ପାଇଁ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପାଇଁ ସରକାର 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ' ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି । ଏହି ଯୋଜନା ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ଏହା ପରେ ସ୍ନାତକ ଶେଷ ହେବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।

ସେହିପରି ମହିଳା ସଶକ୍ତିକରଣ ଏବଂ କଲ୍ୟାଣକୁ ଦୃଷ୍ଟିରେ ରଖି ସୁଭଦ୍ରା ଶକ୍ତି ସମ୍ବାଦ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ।
ଏହା ବ୍ୟତୀତ ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ 'ସୁଭଦ୍ରା ଓ୍ବେଲନେସ୍‌ ସେଣ୍ଟର' ପ୍ରତିଷ୍ଠା କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mukhyamantri Kanya Sumangala Announced in Odisha Budget 2026-27; ₹1.01 Lakh After Graduation | Argus News