Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Budget / ଗ୍ରାମାଞ୍ଚଳର ବିକାଶ ପାଇଁ ବଜେଟ୍ ବଢ଼ାଇଲେ ସରକାର; ରାସ୍ତା ପାଇଁ ଖର୍ଚ୍ଚ ହେବ ୩, ୪୯୧ କୋଟି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଗ୍ରାମାଞ୍ଚଳର ବିକାଶ ପାଇଁ ବଜେଟ୍ ବଢ଼ାଇଲେ ସରକାର; ରାସ୍ତା ପାଇଁ ଖର୍ଚ୍ଚ ହେବ ୩, ୪୯୧ କୋଟି
Big Push for Rural Roads, Power and Water

Key Points

ବିକଶିତ ଓଡ଼ିଶା ଭିଜନର ପ୍ରଥମ ସ୍ତମ୍ଭ ହେଉଛି ଗ୍ରାମୀଣ ସଶକ୍ତିକରଣ । ଗାଁକୁ ସଡ଼କ, ବିଜୁଳି ଓ ପାଣି ଭଳି ମୌଳିକ ସୁବିଧା ପାଇଁ ସରକାର ମିଶନ "PoWaR" ଆରମ୍ଭ କରିବେ ।
ଭୁବନେଶ୍ଵର: ରାଜ୍ୟ ବଜେଟ୍‌ରେ ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ଵ ଦେଇଛନ୍ତି ସରକାର । ବିକଶିତ ଓଡ଼ିଶା ଭିଜନର ପ୍ରଥମ ସ୍ତମ୍ଭ ହେଉଛି ଗ୍ରାମୀଣ ସଶକ୍ତିକରଣ । ଗାଁକୁ ସଡ଼କ, ବିଜୁଳି ଓ ପାଣି ଭଳି ମୌଳିକ ସୁବିଧା ପାଇଁ ସରକାର ମିଶନ "PoWaR" ଆରମ୍ଭ କରିବେ ।

ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଶନ ମୋଡ୍‌ରେ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଓ ଯୋଜନାଗୁଡ଼ିକ ପାଇଁ ୪୪ ହଜାର ୩ ଶହ ୯ କୋଟି ଟଙ୍କାର ବ୍ୟାପକ ନିବେଶ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ବଜେଟ୍‌ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

ରାସ୍ତା ପାଇଁ ଅଜାଡ଼ିଦେଲେ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ହଜାର ୪ ଶହ ୯୧ କୋଟି ଟଙ୍କା ଏବଂ ସେତୁ ବନ୍ଧନ ଯୋଜନା ପାଇଁ ୨ ହଜାର ୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସଡ଼କ ସଂଯୋଗବିହୀନ ବସତିଗୁଡ଼ିକର ସଂଯୋଗୀକରଣ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୧ ହଜାର କୋଟି ଟଙ୍କା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୭ ହଜାର ୫୦ କୋଟି ଏବଂ ପ୍ରଧାନମନ୍ତ୍ରୀ-ଜନମନ ପାଇଁ ୧୫୦ କୋଟି, ଗ୍ରାମ୍ୟ ସଡ଼କର ରକ୍ଷାଣବେକ୍ଷଣ ପାଇଁ ୨ ହଜାର ୨ ଶହ କୋଟି ବ୍ୟୟ ବରାଦ କରାଯାଇଛି ବଜେଟ୍‌ ।

ଗାଁକୁ ବିଦ୍ୟୁତ ପାଇଁ ୨୫୭ କୋଟି

ସମସ୍ତ ଗାଁକୁ ବିଦ୍ୟୁତ ଶକ୍ତି ଯୋଗାଇବା ସହ ଭିତ୍ତିଭୂମିର ବିକାଶ ପାଇଁ ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ୩ ଶହ ୫୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

ଏଥିସହ ପଢ଼ନ୍ତୁ: ୨୦୨୬-୨୭ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ, ଏଥର ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍‌

କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ବିକଶିତ ଭାରତ- ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକ ମିଶନ (ଗ୍ରାମୀଣ) ପାଇଁ ୯୫ ହଜାର କୋଟି, ୨୨୫ ଦିନର ରୋଜଗାର ଗ୍ୟାରେଣ୍ଟ ପ୍ରଦାନ ପାଇଁ ୫ ହଜାର ୫ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ୧ ହଜାର ୫ ଶହ କୋଟି ବ୍ୟୟ ବରାଦ ହୋଇଛି । ୯ଟି ଜିଲ୍ଲାର ୩୦ଟି ସ୍ଥାନାନ୍ତରଣ-ପ୍ରବଣ ବ୍ଲକରେ ଦାଦନ ରୋକିବାକୁ ମନରେଗାକୁ ଅତିରିକ୍ତ ୪ ଶହ କୋଟି ଟଙ୍କା ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Budget Boosts Rural Development, ₹3,491 Crore for Roads | Argus News | Argus News