Bus Fare Hike / ବସ୍ ଭଡ଼ା ବୃଦ୍ଧି; ଜାଣନ୍ତୁ କେଉଁ ବସ୍ରେ କେତେ ଭଡ଼ା ?
·1 hour ago·2 min read

Key Points
ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ପାଇଁ କିଲୋମିଟର ପିଛା ନୂଆ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ଏନେଇ ନଭେମ୍ବର ୧୨ରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
କଟକ: ଓଡ଼ିଶାରେ ବସ୍ ଯାତ୍ରା ପାଇଁ ନୂଆ ଭଡ଼ା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ପାଇଁ କିଲୋମିଟର ପିଛା ନୂଆ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ଏନେଇ ନଭେମ୍ବର ୧୨ରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ନୂଆ ନିୟମ ଅନୁସାରେ, ସାଧାରଣ ବସ୍ରେ କିଲୋମିଟର ପିଛା ଭଡ଼ା ୧ ଟଙ୍କା ୧୮ ପଇସା ରଖାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍ ପାଇଁ ୧ ଟଙ୍କା ୨୪ ପଇସା, ସେମି ଡିଲକ୍ସ ପାଇଁ ୧ ଟଙ୍କା ୩୦ ପଇସା ଏବଂ ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୪୧ ପଇସା ଧାର୍ଯ୍ୟ ହୋଇଛି ।
ଅନ୍ୟପଟେ ଏସି ଡିଲକ୍ସ ବସ୍ରେ କିଲୋମିଟର ପିଛା ୧ ଟଙ୍କା ୯୯ ପଇସା ଦେବାକୁ ପଡ଼ିବ । ସୁପର ପ୍ରିମିୟମ୍ ବସ୍ ପାଇଁ ୩ ଟଙ୍କା ୨୧ ପଇସା ଏବଂ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର ଏସି କୋଚ୍ ପାଇଁ ୪ ଟଙ୍କା ୬୧ ପଇସା ଭଡ଼ା ରଖାଯାଇଛି । ଫୁଲ୍ ସ୍ଲିପର ଏସି ବସ୍ରେ ଏହି ଭଡ଼ା ପ୍ରତି ଯାତ୍ରୀଙ୍କ ବର୍ଥ ହିସାବରେ ଲାଗୁ ହେବ ।
ଏହି ଯାତ୍ରୀଙ୍କୁ ମିଳିବ ଭଡ଼ା ଛାଡ଼

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସରକାରଙ୍କ ନୂଆ ବିଜ୍ଞପ୍ତିରେ କିଛି ବର୍ଗର ଯାତ୍ରୀଙ୍କ ପାଇଁ ଭଡ଼ା ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି ।
- ଏଚ୍ଆଇଭି/ଏଡ୍ସ ଆକ୍ରାନ୍ତ ଯାତ୍ରୀଙ୍କୁ ୧୦୦% ଭଡ଼ା ଛାଡ଼ ।
- ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଯାତ୍ରୀଙ୍କୁ ୧୦୦% ଏବଂ ସାଙ୍ଗରେ ଯାଉଥିବା ସହଯୋଗୀଙ୍କୁ ୫୦% ଛାଡ଼ ।
- ମାନସିକ ଭିନ୍ନକ୍ଷମ ଯାତ୍ରୀଙ୍କୁ ୧୦୦% ଏବଂ ସହଯୋଗୀଙ୍କୁ ୫୦% ଛାଡ଼ ।
- ୫୦ରୁ ୧୦୦% ଶାରୀରିକ ଅକ୍ଷମତା ଥିବା ଯାତ୍ରୀଙ୍କୁ ୧୦୦% ଏବଂ ସହଯୋଗୀଙ୍କୁ ୫୦% ଛାଡ଼ ।
- ୪୦ରୁ ୪୯% ଶାରୀରିକ ଅକ୍ଷମତା ଥିବା ଯାତ୍ରୀଙ୍କୁ ୫୦% ଛାଡ଼ ।
- ମୂକ ବଧିର ଯାତ୍ରୀଙ୍କୁ ୧୦୦% ଭଡ଼ା ଛାଡ଼ ।
ଏହି ସୁବିଧା ସରକାରୀ ଓ ଘରୋଇ ଉଭୟ ବସ୍ରେ ମିଳିବ । ତେବେ ଏଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଜାରି ପରିଚୟପତ୍ର କିମ୍ବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବାସହୀନଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ବଢ଼ିଲା ଆୟ ସୀମା
୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ମାଗଣା
ବସ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଲଗେଜ୍ ନିୟମ ମଧ୍ୟ ରହିଛି । ପ୍ରତ୍ୟେକ ଯାତ୍ରୀ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ମାଗଣାରେ ନେଇପାରିବେ । ଏହାଠାରୁ ଅଧିକ ଓଜନର ଲଗେଜ୍ ପାଇଁ ପ୍ରତି ୨୦ କିଲୋଗ୍ରାମ ଓଜନ ଓ ପ୍ରତି କିଲୋମିଟର ପିଛା ୭ ପଇସା ଦେବାକୁ ପଡ଼ିବ ।
ବସ୍ରେ ଲଗାଇବାକୁ ପଡ଼ିବ ନୂଆ ଭଡ଼ା ଚାର୍ଟ
ସମସ୍ତ ବସ୍ରେ କେଉଁ ବର୍ଗର ବସ୍ ଏବଂ କିଲୋମିଟର ପିଛା କେତେ ଭଡ଼ା ରହିଛି, ତାହା ସ୍ପଷ୍ଟ ଭାବେ ଲେଖି ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ପାଇଁ ଉପଲବ୍ଧ ରିହାତି ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ପଡ଼ିବ । ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା କୌଣସି ବସ୍ ମାଲିକ କିମ୍ବା ଅପରେଟର ଆଦାୟ କରିପାରିବେ ନାହିଁ ।
ତେବେ ବସ ଭଡ଼ା ବୃଦ୍ଧି ପାଇଁ ଓଡ଼ିଶା ଘରୋଇ ବସ ମାଲିକ ସଂଘ କରିଥିବା ୧୩ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛି ସଂଘ ।