Odisha News / ଓଡ଼ିଶାରେ ବାସହୀନଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ବଢ଼ିଲା ଆୟ ସୀମା
·1 hour ago·2 min read

Key Points
ଓଡ଼ିଶା ସରକାର ଜମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ପାଇଁ ବାର୍ଷିକ ପରିବାର/ବ୍ୟକ୍ତିଗତ ଆୟ ସୀମାକୁ ୧ ଲକ୍ଷ ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଭୁବନେଶ୍ଵର: ବାସହୀନଙ୍କ ପାଇଁ ବଡ଼ ଖବର । ବାର୍ଷିକ ଆୟ ସୀମା ବଢ଼ାଇଲେ ସରକାର । ଓଡ଼ିଶା ସରକାର ଜମିହୀନ ପରିବାରଙ୍କୁ ଘରଡିହ ଯୋଗାଇବା ପାଇଁ ବାର୍ଷିକ ପରିବାର/ବ୍ୟକ୍ତିଗତ ଆୟ ସୀମାକୁ ୧ ଲକ୍ଷ ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ଏବଂ ଏହାର ନିୟମାବଳୀ, ୧୯୮୩ ଅନୁଯାୟୀ ଏହି ସଂଶୋଧନ କରିଛନ୍ତି ସରକାର ।
କେଉଁମାନଙ୍କୁ ମିଳିବ ଲାଭ ?
ଏହି ଆୟ ସୀମା ଘରଡିହ ନଥିବା ଯୋଗ୍ୟ ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ ପାଇଁ ଲାଗୁ ହେବ । ଗ୍ରାମାଞ୍ଚଳରେ ଯୋଗ୍ୟ ଘରଡିହହୀନ ପରିବାରଙ୍କୁ ସାଧାରଣତଃ ସର୍ବାଧିକ ୧୦ ଡେସିମିଲ୍ ଅନାପତ୍ତିଯୋଗ୍ୟ ସରକାରୀ ଜମି ଆବଣ୍ଟନ କରାଯାଇଥାଏ । ତେବେ, ବସୁନ୍ଧରା ଭଳି କେତେକ ନିର୍ଦ୍ଦିଷ୍ଟ ଗ୍ରାମୀଣ ଆବାସ ଯୋଜନାରେ ସର୍ବାଧିକ ୪ ଡେସିମିଲ୍ ଜମି ଦିଆଯାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କଟକ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଜସ୍ଵ ବିଭାଗ ୨୦୨୩ ଫେବ୍ରୁଆରୀ ୨୨ ତାରିଖରେ ଶେଷଥର ପାଇଁ ଏହି ଆୟ ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲା । ବର୍ତ୍ତମାନ ଏହାକୁ ଆଉ ୫୦ ହଜାର ଟଙ୍କା ବଢ଼ାଯାଇଛି । ଏହାଦ୍ଵାରା ରାଜ୍ୟର ବାସହୀନ ପରିବାର ଉପକୃତ ହୋଇପାରିବେ ।
ରାଜ୍ୟରେ ରହିବେନି ଭୂମିହୀନ
ଏହା ପୂର୍ବରୁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଜମି ପଟ୍ଟା ନେଇ ସରକାର ସଚେତନ ଅଛନ୍ତି । ପ୍ରତ୍ୟେକ ଭୂମିହୀନଙ୍କୁ ଖୋଜି ଖୋଜି ବାହାର କରିବା ସହିତ ସେମାନଙ୍କୁ ପଟ୍ଟା ଦେବା ଦାୟିତ୍ୱ ତହସିଲଦାରଙ୍କର । ଏଥିସହ ବର୍ତ୍ତମାନ ବିଦ୍ୟାଳୟମାନେ ମଧ୍ୟ ଭୂମିହୀନ ହୋଇ ଯାଇଥିବା କହିବା ସହିତ ସ୍କୁଲ୍ ନାମରେ ଜମି ପଟ୍ଟା କରି ତହସିଲଦାର ନିଜେ ସ୍କୁଲ ଯାଇ ଦେବେ ।
ପୂର୍ବରୁ ବିଦ୍ୟାଳୟରେ ପାଠ ପଢ଼ାଇବା କାର୍ଯ୍ୟ ଛାଡ଼ି ଶିକ୍ଷକମାନେ ଜମି ପଟ୍ଟା ପାଇଁ ତହସିଲ୍ କାର୍ଯ୍ୟାଳୟର ଚକ୍କର କାଟୁଥିଲେ । ତେଣୁ ଏଣିକି ତହସିଲଦାର ନିଜେ ସ୍କୁଲକୁ ଯାଇ ଜମି ପଟ୍ଟା ଯୋଗାଇଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଜଙ୍ଗଲ କିସମ ଜମି ହୋଇଥିଲେ ମଧ୍ୟ ସ୍କୁଲକୁ ଉକ୍ତ ଜମି ହସ୍ତାନ୍ତର କରାଯିବ ।
ପୂର୍ବରୁ ଜେଜେବାପା ସ୍କୁଲକୁ ଦାନ କରିଥିବା ଜମିକୁ ନାତି ନିଜର ବୋଲି ଦାବି କରି ପ୍ରତିବଦଳରେ ଜମି ପାଇଁ ଦାବି କଲେ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଚଳିତ ସରକାରର କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟକୁ ଭୂମିହୀନ ମୁକ୍ତ କରାଯିବ ।