Videos
|
Odisha

Odisha Bus Strike / ରାଜ୍ୟ ପୋଲିସକୁ ଗାଡ଼ି ଯାଞ୍ଚ କ୍ଷମତା ପ୍ରସଙ୍ଗ; ରାଜ୍ୟ ବସ ମାଲିକ ସଂଘର ବନ୍ଦ ଡାକରା ପ୍ରତ୍ୟାହୃତ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ରାଜ୍ୟ ପୋଲିସକୁ ଗାଡ଼ି ଯାଞ୍ଚ କ୍ଷମତା ପ୍ରସଙ୍ଗ; ରାଜ୍ୟ ବସ ମାଲିକ ସଂଘର ବନ୍ଦ ଡାକରା ପ୍ରତ୍ୟାହୃତ

Key Points

ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଥିବା ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି ।
କଟକ: ଡିସେମ୍ବର ପହିଲାରୁ ରାଜ୍ୟରେ ବସ୍ ଗଡ଼ିବ ନା ନାହିଁ । ରାଜ୍ୟ ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ଦେଇଥିବା ବସ୍ ଡାକରାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଆସିଛି ବଡ଼ ନିଷ୍ପତ୍ତି ।

ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆଶ୍ଵସ୍ତିକର ବାର୍ତ୍ତା ଦେଇଛି ରାଜ୍ୟ ବସ୍ ମାଲିକ ସଂଘ । ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଥିବା ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଜନଶୁଣାଣି ପୋର୍ଟାଲର ଅଭିଯୋଗକୁ ଗୁରୁତ୍ଵ ଦେଉନାହାନ୍ତି ଅଧିକାରୀ, ନଭେମ୍ବର ମାସର ଦରମା ବନ୍ଦ ନିର୍ଦ୍ଦେଶ

କହିଛନ୍ତି, "ପରିବହନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସରିଛି । ଏହି ପ୍ରସଙ୍ଗ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହି ଚେକିଂ ବା ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ମିଳିଛି । ତେଣୁ ଡିସେମ୍ବର ୧ରୁ ହେବାକୁ ଥିବା ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ କରୁଛୁ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ରାଜ୍ୟରେ ଗାଡ଼ି ଚେକିଂ ପାଇଁ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ ନେଇ ଖବର ଆସିଥିଲା । ଏହି ଖବର ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଏହାର ପୁନର୍ବିଚାର ନକଲେ ବ୍ୟବସ୍ଥା ଲାଗୁ ଦିନ ଠାରୁ ପ୍ରତିବାଦ ସ୍ଵରୂପ ବସ୍ ଚଳାଚଳ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବକେୟାକୁ ବଳିଗଲା ସୁଧ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପତ୍ତି ଜବତ ପାଇଁ କୋର୍ଟରୁ ଆସିଲା ୱାରେଣ୍ଟ

ଏହାପରେ ରାଜ୍ୟ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରଶନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରତିନିଧି ମଣ୍ଡଳି, ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବିଷୟ ଅବଗତ କରାଇଥିଲେ ।

Related Topics

Explore more stories