Salary On Hold / ଜନଶୁଣାଣି ପୋର୍ଟାଲର ଅଭିଯୋଗକୁ ଗୁରୁତ୍ଵ ଦେଉନାହାନ୍ତି ଅଧିକାରୀ, ନଭେମ୍ବର ମାସର ଦରମା ବନ୍ଦ ନିର୍ଦ୍ଦେଶ
·9 months ago·2 min read

Key Points
ଲୋକଙ୍କ ଅଭିଯୋଗକୁ ପକାଇ ଗଡ଼ାଇ ଗଡ଼ାଇ ଚାଲିଥିବା ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରକୁ ଜଣାଇଛନ୍ତି ।
ଭୁବନେଶ୍ଵର: ପୁଣି ବନ୍ଦ ହେବ ବାବୁଙ୍କ ଦରମା । ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଲୋକେ କରୁଥିବା ଅଭିଯୋଗ ସମୟରେ ସମାଧାନ ହୋଇପାରୁ ନାହିଁ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖପ୍ପା ହୋଇଛି ।
ଫଳରେ ଲୋକଙ୍କ ଅଭିଯୋଗକୁ ପକାଇ ଗଡ଼ାଇ ଗଡ଼ାଇ ଚାଲିଥିବା ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀରକୁ ଜଣାଇଛନ୍ତି । ଖିଲାପକାରୀ ଅଧିକାରୀଙ୍କ ନଭେମ୍ବର ମାସର ସ୍ଥଗିତ ରଖିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ସମାଧାନରେ ବିଳମ୍ବ, ୪୮ ଅଧିକାରୀଙ୍କ ଦରମା ରୋକିବାକୁ ଚିଠି
୩୬ ଜଣ ସରକାରୀ ଅଫିସରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ତାଲିକାରେ ଅଛନ୍ତି କଟକ ସିଡିଏମଓ, କଟକ ଓ ଆଠଗଡ଼ ଉପଜିଲ୍ଲାପାଳଙ୍କ ସହ ଜିଲ୍ଲାର ୧୧ ବିଡିଓ, ୮ ତହସିଲଦାର ଓ ଅନ୍ୟ ବିଭାଗର କର୍ମଚାରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କଟକ ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବି ଜନଶୁଣାଣି ପୋର୍ଟାଲ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ସମାଧାନରେ ବେଶ ପଛୁଆ ରହିଛି କଟକ । ଯେଉଁଥିପାଇଁ କଟକ ଜିଲ୍ଲାପାଳ, ଖିଲାପୀ ବାବୁଙ୍କ ଉପରେ ଚଳିତବର୍ଷ ଦୁଇ ଦୁଇଥର କାର୍ଯ୍ୟାନୁଷ୍ଠାନ ଭାବେ ଦରମା ବନ୍ଦ କରିଛନ୍ତି । କିନ୍ତୁ କାର୍ଯ୍ୟରେ କିଛି ବି ଫରକ ଆସୁନି ।
ଗତ ମାର୍ଚ୍ଚ ମାସରେ କଟକ ଜିଲ୍ଲାର ୪୮ ଜଣ ସରକାରୀ ଅଧିକାରୀଙ୍କ ଫେବ୍ରୁଆରୀ ମାସ ଦରମା ଉପରେ ରୋକ୍ ଲଗାଇଥିଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଅଭିଯୋଗର ସମାଧାନ ହୋଇ ନଥିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ଏଥିସହ ପଢ଼ନ୍ତୁ: ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ନଶୁଣିବାରୁ ୧୪ ଜଣ ଅଫିସରଙ୍କ ଦରମା ବନ୍ଦ
ପୁଣି ଥରେ ସେପ୍ଟେମ୍ବର ମାସରେ ଆସିଥିଲା ଦରମା ବନ୍ଦ ନିର୍ଦ୍ଦେଶନାମା । ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ନଶୁଣିବାରୁ ୧୪ ଜଣ ଅଫିସରଙ୍କ ଦରମା ବନ୍ଦ ପାଇଁ ଚିଠି କରିଥିଲେ କଟକ ଜିଲ୍ଲାପାଳ ।
ଏବେ ପୁଣି ୩୬ ଜଣ ବାବୁଙ୍କ ନଭେମ୍ବର ମାସର ଦରମାରେ ରୋକ୍ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।

Related Topics
Explore more stories