Cabinet Decesion / ୬ ବିଭାଗର ୧୧ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ଅନୁନ୍ନତ ଜନଜାତି ସମୁଦାୟ ପାଇଁ ୫୦୦ କୋଟି
·1 hour ago·2 min read

Key Points
ରାଜ୍ୟ କ୍ୟାବିନେଟ୍ରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ଅର୍ଥ ବିଭାଗ, ଆଇନ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସଟି/ଏସସି ) ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଗୃହୀତ ହୋଇଛି ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବସିଥିବା ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ । ବୈଠକରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।
ଅର୍ଥ ବିଭାଗ, ଆଇନ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସଟି/ଏସସି ) ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଗୃହୀତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହିପରି ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକ ଅନୁମୋଦନ ମିଳିଛି ।
ପେସା ଆଇନକୁ କ୍ୟାବିନେଟ ମଞ୍ଜୁରୀ
ଅନୁସୂଚିତ ଅଞ୍ଚଳ ପାଇଁ ପେସା ଆଇନ ନିୟମାବଳୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । SC/STଲୋକଙ୍କୁ ସ୍ଥାନୀୟ ସ୍ୱାୟତ୍ତ ଶାସନରେ ଅଧିକ ଅଧିକାର ମିଳିବ । ଗ୍ରାମସଭାକୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରାଯିବ । ସ୍ଥାନୀୟ ଲୋକେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ ।
ପ୍ରାକୃତିକ ସମ୍ପଦର ପରିଚାଳନା ଓ ସୁରକ୍ଷା ପାଇଁ ଗ୍ରାମସଭାର ମଞ୍ଜୁରୀ ବାଧ୍ୟତାମୂଳକ ହେବ । କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ, ବ୍ୟବହାର ଓ ବିକ୍ରି ଅଧିକାର ପାଇବେ ଗ୍ରାମବାସୀ । ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ପରାମର୍ଶ ନେବା ଜରୁରୀ ହେବ । ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ ଓ ଯୋଜନା ଚୟନରେ ଗ୍ରାମସଭାର ମତ ଚୂଡ଼ାନ୍ତ ହେବ ।
ଏଥିସହ ପଢ଼ନ୍ତୁ: ଚାଷୀ ମୁଣ୍ଡରେ ଚଡ଼କ; ବନ୍ୟା ପୋଛି ନେଲା ହଜାର ହଜାର ହେକ୍ଟର ଜମିରେ ଧାନ ସହ ପରିବା ଫସଲ
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦
କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ (MMJJM2.0)କୁ ଅନୁମୋଦନ ମିଳିଛି । ଅନୁସୂଚିତ ଜନଜାତି ତଥା ବିଶେଷ ଭାବ ଅନୁନ୍ନତ ଜନଜାତି (PVTG) ପରିବାରମାନଙ୍କର ଆୟ ବୃଦ୍ଧି ଓ ସାମଗ୍ରିକ ଜୀବନ ଧାରଣର ମାନରେ ଉନ୍ନତି ଘଟିବ ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ରାଜ୍ୟର ସମସ୍ତ ଜନଜାତି ଉପ-ଯୋଜନ ବ୍ଲକ (TSP) ଏବଂ ଅଣୁ ପ୍ରକଳ୍ପ କ୍ଷେତ୍ର (MPA) ଗୁଡ଼ିକରେ କାର୍ଯ୍ୟକାରୀ ହେବ । ଏହା ଅଧିନରେ ରାଜ୍ୟର ୮ ଲକ୍ଷ ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ହିତାଧିକାରୀ ଉପକୃତ ହୋଇପାରିବେ ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ଆଗାମୀ ୫ ବର୍ଷ (୨୦୨୬ରୁ ୨୭ରୁ ୨୦୩୦-୩୧) ଅବଧି ପାଇଁ ରାଜ୍ୟର ୧୯ଟି ଜିଲ୍ଲାର ୨୩ଟି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ଏବଂ ୨୦ଟି କ୍ଷୁଦ୍ର ପ୍ରକଳ୍ପ କ୍ଷେତ୍ର (MPA) ମାଧ୍ୟମରେ ୧୩୪ଟି ବ୍ଲକରେ କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ୨୯୯୫ କୋଟି ଟଙ୍କା ବ୍ୟୟବରାଦ ଅନୁମୋଦନ କରିଛନ୍ତି । ଏଥିସହ PVTG ମାନଙ୍କ ଭିତ୍ତିଭୂମି ଉନ୍ନୟନ ନିମନ୍ତ୍ରେ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories