Devastating Floods / ଚାଷୀ ମୁଣ୍ଡରେ ଚଡ଼କ; ବନ୍ୟା ପୋଛି ନେଲା ହଜାର ହଜାର ହେକ୍ଟର ଜମିରେ ଧାନ ସହ ପରିବା ଫସଲ
·1 month ago·2 min read

Key Points
ବନ୍ୟା ଉଜାଡି ଦେଲା ବର୍ଷକର ଦାନା
ଚାଷୀଙ୍କ ମୁହଁରୁ ଛଡ଼ାଇ ନେଲା ହସ
ଚାଷୀଙ୍କ ମୁହଁରୁ ଛଡ଼ାଇ ନେଲା ହସ
ଭୁବନେଶ୍ଵର: ବନ୍ୟା ଉଜାଡ଼ି ଦେଲା ବର୍ଷକର ଦାନା । ଯେଉଁ ଜମିରେ ଫସଲ ଲହରୀ ଖେଳିବା କଥା ଏବେ ସେସବୁ ବାଲିଚର । ବର୍ଷର ପରିଶ୍ରମ ଉଜୁଡ଼ି ଯାଇଥିବା ଦେଖି ଏବେ ଚିନ୍ତାରେ ଚାଷୀ । ବନ୍ୟା ପୋଛି ନେଇଛି ହଜାର ହଜାର ହେକ୍ଟର ଜମିରେ ଧାନ ସହ ପରିବା ଫସଲ । ପାଣି କମିଲେ ପ୍ରଶାସନ ଆକଳନ କରିବ କ୍ଷୟକ୍ଷତି । ତେବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ବିପନ୍ନ ।
ବନ୍ୟା ଧୋଇ ନେଇଛି ଚାଷ । ଯେଉଁ ଜମିରେ ସବୁଜ ଫସଲ ଲହରୀ ଖେଳିବା କଥା, ସେଠାରେ ଏବେ କେବଳ କାଦୁଅ ଓ ନଷ୍ଟ ହୋଇଥିବା ଫସଲର ଚିତ୍ର । ଋଣ କରି ଚାଷ କରିଥିବା ଚାଷୀ ଆଜି ମୁଣ୍ଡରେ ହାତ ଦେଇ ବସିଛି ।
ଏଥିସହ ପଢ଼ନ୍ତୁ: ୫ ନଦୀରେ ୧୦ରୁ ଅଧିକ ଘାଇ; ଉଜୁଡି ଯାଇଛି ଜୀବନ ଜୀବିକା
ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । କୋରେଇ ବ୍ଲକ ତଣ୍ଡାରା ପଞ୍ଚାୟତ ଦେଇ ପ୍ରବାହିତ ହେଉଛି ଖରାସ୍ରୋତା ନଦୀ । ଏହି ନଦୀରେ ବନ୍ୟା ଯୋଗୁ ତାଣ୍ଡରା ପଂଚାୟତର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶି ବ୍ୟାପକ ଫସଲ ନଷ୍ଟ ହୋଇଛି ।
ଧର୍ମଶାଳାର ବାଙ୍କସାହି ଘାଇ ଦେଇଛି ଚାଷୀଙ୍କୁ ଦୁର୍ଦ୍ଦଶା । ବରୀ ବ୍ଲକ କିମ୍ଭିରିଆପାଳ ବାଙ୍କସାହିରେ ହୋଇଥିଲା ୧୫୦ ଫୁଟ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଦ୍ୱାରା ଘାଇ ମୁହଁରେ ଥିବା ଚାଷ ଜମି ଏବେ ବାଲିଚର । ବଡ଼ ବଡ଼ ପଥର ମାନ ବିଲରେ ପଡିଛି । ବିଲ ଭିତରେ ଅଣ୍ଟାଏ ଅଣ୍ଟାଏ ପାଣି ଥିବାବେଳେ ବୁଡ଼ି ରହିଛି ଧାନ ଓ ପନିପରିବା ଚାଷ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବୈତରଣୀ ବନ୍ୟା ଆଣି ଦେଇଛି ଆନନ୍ଦପୁରବାସୀଙ୍କ ପାଇଁ ଦୁଃଖ । ବନ୍ୟା ଛାଡ଼ିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି । ବନ୍ୟା ଜଳ ଚାଷଜମିରେ ମାଡ଼ି ଯାଇ ଧାନ ଫସଲ ସମେତ ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି ।
ବନ୍ୟାରେ ବେହାଲ୍ କଟକ ଜିଲ୍ଲା ତିଗିରିଆ ବ୍ଲକ । ଗଦାଧରପୁର, ହାଟମାଳ, ବଡ଼ନାଉପୁଟ୍ ପୁରୁଣା ତିଗିରିଆ ଓ ସୋମପଡା ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ବନ୍ୟାଜଳରେ ବୁଡ଼ି ରହିଛି ହେକ୍ଟର ହେକ୍ଟର ଚାଷ ଜମି । ପଚି ସଢ଼ି ନଷ୍ଟ ହୋଇଯାଇଛି ପରିବା, ବନ୍ୟା ପାଣିରେ ଭାସୁଛି ଧାନ ତଳି । କରଜରେ ଟଙ୍କା ଆଣି ଆଖିରୁ ଲୁହ ଗଡାଉଛି ଚାଷୀ ।
ବସ୍ତା ବ୍ଲକର ଦରଡ଼ା ନିକଟରେ ୩୦୦ ଫୁଟର ଘାଇ ସୃଷ୍ଟି ହୋଇଥିବା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପ୍ରବେଶ କରିଛି । ଫଳରେ ଜମିରେ ଧାନ ତଳି ପଚି ନଷ୍ଟ ହୋଇଯାଇଛି ।
ଏଥିସହ ପଢ଼ନ୍ତୁ: ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୭୨ ଘଣ୍ଟାରେ ରିପୋର୍ଟ ଦେବେ ଅଧିକାରୀ
ପୁରୀ ଜିଲ୍ଲା ନିମାପଡାରେ ବି ସମାନ ସ୍ଥିତି । ଧନୁଆଁ ନଦୀ ଅବବାହିକାରେ ଥିବା ଦୁଇଟି ପଂଚାୟତ ତଥା ଶଗଡ଼ା ଓ ବଡ଼ ମାଛପୁର ପଞ୍ଚାୟତର ୧୨ରୁ ଉର୍ଦ୍ଧ ଗାଁରେ ବନ୍ୟାଜଳ ପଶିବା ଦ୍ୱାରା ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଛି । କଣାସରେ ମଧ୍ୟ ବନ୍ୟା ପାଣିରେ ବୁଡିଛି ବର୍ଷକର ରୋଜଗାର । ଦୟା ଏବଂ ରାଜୁଆ ନଦୀର ବନ୍ୟା ପାଣିରେ ବ୍ୟାପକ ପନିପରିବା ସହ ଧାନ ଫସଲ ନଷ୍ଟ ହୋଇଛି ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ସିନାପାଲି ବ୍ଲକର ବିଭିନ୍ନ ଗାଁରେ ଚାଷୀର ବର୍ଷକର ପରିଶ୍ରମ ନଷ୍ଟ ହୋଇଛି । ଗଣ୍ଡାବାହାଳି ଗାଁର ମୁଖ୍ୟ ରାସ୍ତା ନିକଟରେ ଥିବା ଏକର ଏକର ଚାଷ ଜମି ବାଲିଚର ଏବଂ ମାଟି ପୋତି ହୋଇ ନଷ୍ଟ ହୋଇଛି ।

Related Topics
Explore more stories