Heavy Rain Alert / ଦୁଇ ଦିନ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ; ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା
·1 hour ago·2 min read

Key Points
ଲଘୁଚାପ ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ରହିଛି । ସମୁଦ୍ର ପୃଷ୍ଠରୁ ୭.୬ କିମି ଉପରେ ଦକ୍ଷିଣପଶ୍ଚିମ ଦିଗକୁ ଢଳି ରହିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଲାଂଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ ।
ଲଘୁଚାପ ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୪ ଓ ୧୫ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ।
ଏଥିସହ ପଢ଼ନ୍ତୁ: ବଦଳିଲା ପାଗର ମିଜାଜ ...ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
କେଉଁ ଜିଲ୍ଲାକୁ ରେଡ୍ ଆଲର୍ଟ ?
ମଙ୍ଗଳବାର, ଜୁଲାଇ ୧୪ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ରେଡ୍ ଆଲର୍ଟରେ ଥିବା ଜିଲ୍ଲା ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ସେହିଭଳି ବୁଧବାର, ଜୁଲାଇ ୧୫ ତାରିଖରେ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।
ଅରେଞ୍ଜ ଆଲର୍ଟ
ସେହିଭଳି ୧୪ ତାରିଖରେ ବାଲେଶ୍ଵର, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୧୫ ତାରିଖ ପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ୟେଲୋ ଆଲର୍ଟ
ମଙ୍ଗଳବାର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାକୁ ୟେଲୋ ଆଲର୍ଟ ରହିଛି । ବୁଧବାର ବାଲେଶ୍ଵର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି, ଗଞ୍ଜାମକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ରଥଯାତ୍ରାରେ ବର୍ଷା
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୁରୁବାର ୧୬ ତାରିଖ ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରଥଯାତ୍ରା ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିଭଳି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର ସହ ଅନ୍ୟ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ଯୋଗୁ ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଏହି ସମୟରେ ଓଡ଼ିଶା ଉପକୂଳ ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ତେଣୁ ଜୁଲାଇ ୧୪ରୁ ୧୮ ତାରିକ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ବାରଣ କରାଯାଇଛି । ସେପଟେ ଜୁନ୧ ରୁ ଏଯାବତ ୩୫୪.୭ ମିମି ବର୍ଷା ହୋଇଛି । ସ୍ୱାଭାବିକ ୩୪୫.୫ ମିମି ଠାରୁ ରାଜ୍ୟରେ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories