Odisha Cabinet Decisions / ଓଡ଼ିଶା କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଡ୍ରେନେଜ୍ ପାଇଁ ୫୦୦ କୋଟି, ପିଲାଙ୍କୁ ମାଗଣା ବହି
·1 hour ago·4 min read

Key Points
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ
୧୧ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର
୧୧ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହି ନିଷ୍ପତ୍ତିଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।
ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ନିରବଚ୍ଛିନ୍ନ ସେବା ଓ ନେତୃତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଦେଶର ବିକାଶ ଯାତ୍ରା ଉପରେ ଆଲୋକପାତ କରିଛନ୍ତି । ମୋଦିଙ୍କ ସେବା ସମ୍ପର୍କିତ ସଂକଳ୍ପ ଓ ଦେଶ ପ୍ରତି ତାଙ୍କର ଅବଦାନ ଉପରେ ମଧ୍ୟ ଆଲୋଚନା ହୋଇଛି ।
ମୋଦିଙ୍କ ନେତୃତ୍ୱରେ ଦେଶରେ ଆସିଥିବା ପରିବର୍ତ୍ତନ ଏବେ ଦୃଶ୍ୟମାନ ହେଉଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ପାଇଁ ମହିଳା, ଗରିବ, କୃଷକ ଓ ଯୁବବର୍ଗଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି । ଆଜି ସମଗ୍ର ବିଶ୍ୱ ଏକ ପରିବର୍ତ୍ତିତ ନୂଆ ଭାରତକୁ ଦେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦେଶରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଥିବା ଦାବି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ମହାମାରୀ ସମୟରେ ମଧ୍ୟ ଭାରତ ସଫଳତାର ସହ ପରିସ୍ଥିତିର ମୁକାବିଲା କରିଥିଲା । ସାମ୍ପ୍ରତିକ ବୈଶ୍ୱିକ ଅସ୍ଥିରତା ସତ୍ତ୍ୱେ ଭାରତ ଅଭିବୃଦ୍ଧିର ଧାରା ବଜାୟ ରଖିଛି ବୋଲି ସେ ମତ ଦେଇଛନ୍ତି ।
ଓଡ଼ିଶାର ବିକାଶକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାକୁ ଫୋକସ୍ କରି ପ୍ରଧାନମନ୍ତ୍ରୀ ଏକାଧିକ ଥର ରାଜ୍ୟ ଗସ୍ତ କରିଛନ୍ତି ଏବଂ ରାଜ୍ୟର ବିକାଶ ପାଇଁ ସେ ବଦ୍ଧପରିକର ବୋଲି କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରେଳ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରି ସେ ରାଜ୍ୟରେ ଶତପ୍ରତିଶତ ରେଳ ବିଦ୍ୟୁତୀକରଣ ହୋଇଥିବା ଉଲ୍ଲେଖ କରିଛନ୍ତି । ଏଥିସହ ରେଳପଥ ନିର୍ମାଣର ବେଗ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ପଶ୍ଚିମ ଓଡ଼ିଶାରେ ବିମାନ ଯୋଗାଯୋଗ ମଧ୍ୟ ଅଧିକ ସହଜ ହୋଇଛି । ଡବଲ୍ ଇଞ୍ଜିନ୍ ସରକାର ଯୋଗୁଁ ଓଡ଼ିଶା ବିକାଶର ବିଭିନ୍ନ କ୍ଷେତ୍ରରେ ଲାଭବାନ ହେଉଛି ବୋଲି ସେ କହିଛନ୍ତି ।
ଶିଳ୍ପ ଓ ନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ନୂଆ ସମ୍ଭାବନା ଆଡ଼କୁ ଅଗ୍ରସର ହେଉଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୨୫ ହଜାର କୋଟି ଟଙ୍କାର ନିବେଶ ହେବାକୁ ଥିବାବେଳେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରାଜ୍ୟ ଆଗକୁ ବଢ଼ୁଛି । ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ଶିଳ୍ପାୟନ, ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ନୂଆ ଦିଗ ଦେବାର ଆଶା ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ମତରେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ ପରସ୍ପର ସହ ଜଡ଼ିତ। ରାଜ୍ୟର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିକୁ ଆଗକୁ ନେବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଛନ୍ତି ।
ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମିର ବିକାଶ, ଶିକ୍ଷାର ପ୍ରସାର, ଯୁବବର୍ଗଙ୍କୁ ଦକ୍ଷତା ପ୍ରଦାନ ଏବଂ ଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ଯୋଜନା ସହ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂତନ ପ୍ରକଳ୍ପ ସ୍ଥାପନ ଓ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ସରକାର ୫୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବର୍ଷା ଦିନରେ ଜଳବନ୍ଦୀ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସହରାଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି ।
ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏଥିପାଇଁ ପାଞ୍ଚ ବର୍ଷ ନିମନ୍ତେ ୨୮୪.୦୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ଯୋଜନା ଦ୍ୱାରା ଆନୁମାନିକ ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଏହା ଛାତ୍ରଛାତ୍ରୀଙ୍କ ଉପରେ ପାଠ୍ୟପୁସ୍ତକ କିଣିବାର ଆର୍ଥିକ ବୋଝ କମାଇବାରେ ସହାୟକ ହେବ।

ଏଥିସହ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡର ମାନ୍ୟତା ପ୍ରଦାନ ସହ ପଦୋନ୍ନତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଶିକ୍ଷକମାନଙ୍କର ସେବାଗତ ସୁବିଧା ଓ କ୍ୟାରିୟରରେ ଅଗ୍ରଗତି ପାଇଁ ସୁଯୋଗ ସୃଷ୍ଟି ହେବ।
ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିବା ପାଇଁ ଦକ୍ଷତା ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଏହା ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ହାସଲ କରିବାରେ ସହାୟକ ହେବ।
ଶିଳ୍ପ ଓ ଆର୍ଥିକ କ୍ଷେତ୍ରରେ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ OSCMF ଲିମିଟେଡ୍ ଏବଂ OSSC ଲିମିଟେଡ୍ ନିମନ୍ତେ କର୍ପସ ପାଣ୍ଠି ଯୋଜନାକୁ ଅନୁମୋଦନ ଦିଆଯାଇଛି। OSCMF ଲିମିଟେଡ୍ ପାଇଁ ୯୬୦ କୋଟି ଟଙ୍କା ଏବଂ OSSC ଲିମିଟେଡ୍ ପାଇଁ ୪୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହାସହ ଶିଳ୍ପ ପୁନର୍ଗଠନ ସମ୍ପର୍କିତ ଆବଶ୍ୟକୀୟ ଷ୍ଟାମ୍ପ ଶୁଳ୍କ ବ୍ୟବସ୍ଥାକୁ ନେଇ ଶିଳ୍ପ ନୀତି-୨୦୨୨ରେ ସଂଶୋଧନ କରାଯିବ। ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା କ୍ୟାଡରର ପୁନର୍ବିନ୍ୟାସ ନିଷ୍ପତ୍ତି ମଧ୍ୟ ନିଆଯାଇଛି।
ସେହିପରି କେନ୍ଦୁଝରରେ ବିପର୍ଯ୍ୟୟ ପୁନରୁଦ୍ଧାର ବ୍ୟବସ୍ଥା ସହ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ୧୭୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟ ହେବ। ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ବିପର୍ଯ୍ୟୟ ସମୟରେ ତଥ୍ୟ ସୁରକ୍ଷା ଓ ପୁନରୁଦ୍ଧାର ବ୍ୟବସ୍ଥାକୁ ଅଧିକ ସକ୍ଷମ କରିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱ ବହନ କରିବ।
ମତ୍ସ୍ୟଜୀବୀଙ୍କ ଜୀବିକା ଓ ଉପକୂଳ ଅର୍ଥନୀତିକୁ ମଜଭୁତ କରିବା ଲକ୍ଷ୍ୟରେ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୧୩୦.୮ କୋଟି ଟଙ୍କା ବ୍ୟୟରେ ଏକ ମାଛଧରା ବନ୍ଦର ନିର୍ମାଣ କରାଯିବ। ଏହା ମତ୍ସ୍ୟଜୀବୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ସହ ମାଛଧରା ଓ ବାଣିଜ୍ୟ କାର୍ଯ୍ୟକଳାପକୁ ଅଧିକ ସୁବ୍ୟବସ୍ଥିତ କରିବାରେ ସହାୟକ ହେବ।
ଅନ୍ୟପକ୍ଷରେ, କଟକର ମହାନଦୀ କୂଳରେ ପାର୍କ ଓ ଓପନ୍ ଥିଏଟର ନିର୍ମାଣ କରାଯିବ। ଏହାଦ୍ୱାରା ସହରବାସୀଙ୍କ ପାଇଁ ମନୋରଞ୍ଜନ, ଅବସର ବିନୋଦନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ନୂଆ ସ୍ଥାନ ସୃଷ୍ଟି ହେବ।
ସେହପରି ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦର ୩୨୯ ଅତିରିକ୍ତ ପଦବୀ ବଢ଼ି ହେଲା ୭୭୪ । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ୨୨୪କୁ ବୃଦ୍ଧି । ସେହିପରି ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକଙ୍କ ଦରମା ଲେଭଲ୍-୪ରୁ ୯କୁ ବୃଦ୍ଧି । କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ୫୫୦କୁ ବୃଦ୍ଧି ହୋଇଛି । ୨୦୪୭ ସୁଦ୍ଧା ମାଛ ଉତ୍ପାଦନ ୫୧ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି ପାଇବ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି ସରକାର । ଏବେ ରାଜ୍ୟରେ ୧୨.୭ ଲକ୍ଷ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଛି ।

Related Topics
Explore more stories