Cabinet Decesion / ରାଜ୍ୟ କ୍ୟାବିନେଟ୍ରେ ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ; କଲେଜରେ ଦିନକୁ ୧GB ମାଗଣା ଡାଟା
·56 mins ago·2 min read

Key Points
ରାଜ୍ୟ କ୍ୟାବିନେଟରେ ୧୦ ଟି ବିଭାଗର ୧୩ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ଓଡ଼ିଶାର ୬୦୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ଏବଂ ଉଚ୍ଚ-ଗତି ସମ୍ପନ୍ନ ୱାଇ-ଫାଇ ସଂଯୋଗୀକରଣ ପ୍ରଦାନ କରାଯିବ ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୯ ତମ ଓଡ଼ିଶା କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୦ ଟି ବିଭାଗର ୧୩ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ୨୦୨୬-୨୭ ଖରିଫ୍ ମାର୍କେଟିଂ ସିଜିନ୍ ପାଇଁ ଖାଦ୍ୟ ଏବଂ ଧାନ ସଂଗ୍ରହ ନୀତି ଅନୁମୋଦିତ ହୋଇଛି । ଏହି ନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସପି)ରେ ସ୍ୱଚ୍ଛତା ସହ ଧାନ ସଂଗ୍ରହ, ସମୟୋଚିତ ପୈଠ ଏବଂ ଜନବଣ୍ଟନ ବ୍ୟବସ୍ଥା (PDS) ପାଇଁ ଚାଉଳର ନିରନ୍ତର ଯୋଗାଣ ।
ଚଳିତ ବର୍ଷ ୭୮ ଏଲ୍.ଏମ୍.ଟି. (ଲକ୍ଷ ମେଟ୍ରିକ୍ ଟନ୍) ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ, ଚାଷୀମାନେ ପ୍ରତି କ୍ୱିଣ୍ଟାଲ୍ ଧାନ ପାଇଁ ଏମ୍ଏସ୍ପି ଏବଂ ଇନପୁଟ୍ ସହାୟତା ସହ ୩,୧୦୦ ଟଙ୍କା ପାଇବେ । ଏହାସହ, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଧାର ଏବଂ ଏନ୍.ପି.ସି.ଆଇ. (NPCI) ଜରିଆରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ ଏବଂ ଏହି ସଂଗ୍ରହ ପ୍ରକ୍ରିୟା ୨୦୨୬ ନଭେମ୍ବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ ।
ମାଗଣା ଇଣ୍ଟରନେଟ୍
ରାଜ୍ୟ କ୍ୟାବିନେଟ୍ ବୈଠକରେ, ତିନି ବର୍ଷ ଅବଧି (ଆର୍ଥିକ ବର୍ଷ ୨୦୨୬-୨୭ ରୁ ଆର୍ଥିକ ବର୍ଷ ୨୦୨୮-୨୯) ମଧ୍ୟରେ ମୋଟ ୩୯୩.୬୨ କୋଟି ଟଙ୍କାର ବ୍ୟୟ ଅଟକଳ ସହ "ଓଡ଼ିଶା ଶିକ୍ଷାନେଟ୍ - ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ନିଶୁଳ୍କ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଶକ୍ତୀକରଣ" ଫ୍ଲାଗସିପ୍ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ସଫଳ କାର୍ଯ୍ୟକାରିତା ଆଧାରରେ ଓଡ଼ିଶାର ୬୦୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ଏବଂ ଉଚ୍ଚ-ଗତି ସମ୍ପନ୍ନ ୱାଇ-ଫାଇ ସଂଯୋଗୀକରଣ ପ୍ରଦାନ କରିବ । ପ୍ରତ୍ୟେକ ପ୍ରମାଣୀକୃତ ଛାତ୍ରଛାତ୍ରୀ ଶୈକ୍ଷିକ, ଗବେଷଣା ଏବଂ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ କ୍ୟାମ୍ପସ ମଧ୍ୟରେ ପ୍ରତିଦିନ ୧ GB ପର୍ଯ୍ୟନ୍ତ ନିଶୁଳ୍କ ଇଣ୍ଟରନେଟ୍ ଡାଟା ପାଇବେ ।
ଏଥିସହ ପଢ଼ନ୍ତୁ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ସମୟ ସୀମାରେ ସଂଶୋଧନ କଲେ ସରକାର
ଏହି ପ୍ରକଳ୍ପରେ ୱାଇ-ଫାଇ ଭିତ୍ତିଭୂମି ସ୍ଥାପନ, ବ୍ୟାଣ୍ଡୱିଡ୍ଥ ବ୍ୟବସ୍ଥା, ନେଟୱାର୍କ ପରିଚାଳନା, ସାଇବର ସୁରକ୍ଷା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସହାୟତା ଅନ୍ତର୍ଭୁକ୍ତ । ଏକ କେନ୍ଦ୍ରୀକୃତ ଅନୁଧ୍ୟାନ ଡ୍ୟାସବୋର୍ଡ ଦକ୍ଷ ସେବା ପ୍ରଦାନ, ନେଟୱାର୍କ ସୁରକ୍ଷା, ଅପ୍-ଟାଇମ୍ ଏବଂ ସର୍ବୋତ୍ତମ ଉପଯୋଗ ନିଶ୍ଚିତ କରିବ ।
ଏହି ସୁବିଧା ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଆଭାସୀ ଶ୍ରେଣୀଗୃହ, SWAYAM ଏବଂ ଅନ୍ୟାନ୍ୟ MOOCs, ଗବେଷଣା ଡାଟାବେସ୍, ପ୍ରତିଯୋଗିତାମୂଳକ ପରୀକ୍ଷା ଉତ୍ସ, ଡିଜିଟାଲ୍ ଦକ୍ଷତା ବିକାଶ ପ୍ଲାଟଫର୍ମ ଏବଂ SAMS, HRMS ଏବଂ ବୃତ୍ତି (Scholarship) ପୋର୍ଟାଲ୍ ଭଳି ଇ-ଗଭର୍ଣ୍ଣାନ୍ସ ସେବାଗୁଡ଼ିକର ଉପଲବ୍ଧତାକୁ ସହାୟତା କରିବ ।
ଏହି ପଦକ୍ଷେପ ଦ୍ବାରା ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକା ଉପକୃତ ହେବେ ବୋଲି ଆଶା କରାଯାଉଛି । ବିଶେଷ କରି ଗ୍ରାମାଞ୍ଚଳ, ଦୁର୍ଗମ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ଯରେ, ଯାହା ଡିଜିଟାଲ୍ ବିଭାଜନକୁ ଦୂର କରିବ ଏବଂ ଗୁଣାତ୍ମକ ଉଚ୍ଚଶିକ୍ଷାର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବ ।
ଜାତୀୟ ଶିକ୍ଷା ନୀତି (NEP) ୨୦୨୦, ଡିଜିଟାଲ୍ ଇଣ୍ଡିଆ, SDG ୪, ୯ ଏବଂ ୧୦ ଏବଂ ଓଡ଼ିଶା ଭିଜନ ୨୦୩୬ ସହିତ ସମନ୍ବିତ ଏହି ଯୋଜନା ଓଡ଼ିଶାର ଡିଜିଟାଲ୍ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ଯୋଗଦାନ କରିବ ।