Videos
|
Odisha

SEBC Reservation / ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ସମୟ ସୀମାରେ ସଂଶୋଧନ କଲେ ସରକାର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ସମୟ ସୀମାରେ ସଂଶୋଧନ କଲେ ସରକାର
Odisha SEBC Reservation in Municipal Elections 2027

Key Points

ନଗର ଉନ୍ନୟନ ମନ୍ତ୍ରୀଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
ଗତ ଅକ୍ଟୋବରରେ SEBC କମିଶନ ଗଠନ କରିଥିଲେ ରାଜ୍ୟ ସରକାର
ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ଏଥର ମିଳିବ ସଂରକ୍ଷଣ !
ଭୁବନେଶ୍ଵର: ରାଜ୍ୟ ପୌର ରାଜନୀତିରେ ଆସିବାକୁ ଯାଉଛି କି ବଡ଼ ପରିବର୍ତ୍ତନ ? ଏଥର ପୌର ନିର୍ବାଚନରେ ପଛୁଆ ବର୍ଗ ବା SEBCଙ୍କୁ ମିଳିବ କି ସଂରକ୍ଷଣ ? ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବୟାନ ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ସମୟସୀମାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।

ଡିସେମ୍ବର ୧୦ ସୁଦ୍ଧା ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ SEBC କମିଶନଙ୍କ ଅଧ୍ୟୟନ ଜାରି ରହିଥିବା ବେଳେ ରାଜନୀତିରେ ପଛୁଆ ବର୍ଗଙ୍କୁ ମିଳିବ କି ନୂଆ ସୁଯୋଗ ?

ରାଜନୀତିରେ ପଛୁଆ ବର୍ଗଙ୍କୁ ମିଳିବ ନୂଆ ସୁଯୋଗ । ଏଣିକି ପୌର ନିର୍ବାଚନରେ SEBC ବର୍ଗ ପାଇଁ ସଂରକ୍ଷଣ ଲାଗୁ କରି ପାରନ୍ତି ରାଜ୍ୟ ସରକାର । ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ମ୍ୟୁନିସିପାଲିଟି ଓ ଏନଏସିଗୁଡ଼ିକରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସରକାରୀ ନିୟମ ନ ମାନି ଫୁଟାଉଥିଲେ ବାଣ; ନୟାସଡ଼କ ଅଞ୍ଚଳରୁ ୪ଜଣ ଗିରଫ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିଲ୍ଲାପାଳମାନଙ୍କୁ ନଗର ଉନ୍ନୟନ ବିଭାଗର ଚିଠି

  • ଡିସେମ୍ବର ୧୦ ସୁଦ୍ଧା ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରିବେ
  • ଡିସେମ୍ବର ୧୯ ସୁଦ୍ଧା ଆପତ୍ତି ଗ୍ରହଣ କରାଯିବ ଓ ୨୪ ସୁଦ୍ଧା ଅସ୍ଥାୟୀ ବିଜ୍ଞପ୍ତି ପ୍ରକାଶ ପାଇବ
  • ଡିସେମ୍ବର ୨୪ ରୁ ୨୦୨୭ ଜାନୁଆରୀ ୭ ମଧ୍ୟରେ ଏହା ବିରୋଧରେ ଆବେଦନ କରି ପାରିବେ

ରାଜ୍ୟରେ ଅବହେଳିତ ଅବସ୍ଥାରେ ଥିଲେ ପଛୁଆ ବର୍ଗ । ଏଥିପାଇଁ ରାଜ୍ୟ ସରକାର ୨୦୨୬ ଅକ୍ଟୋବର ୭ରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ କମିଶନ ଗଠନ କରିଥିଲେ ।

ଏହି କମିଶନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ SEBCଙ୍କ ସଂଖ୍ୟା, ରାଜନୈତିକ ପ୍ରତିନିଧିତ୍ୱ ଓ ପଛୁଆପଣ ଅଧ୍ୟୟନ କରିବ । ପୂର୍ବରୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ୧୧.୨୫ % ସଂରକ୍ଷଣ ଲାଗୁ ହୋଇଥିବା ବେଳେ ପୌର ନିର୍ବାଚନରେ ଲାଗୁ ହେଲେ ରାଜନୀତିରେ ପଛୁଆ ବର୍ଗଙ୍କୁ ନୂଆ ସୁଯୋଗ ମିଳିବ ।

ଗୋଟିଏ ପଟେ ପଞ୍ଚାୟତ ଓ ପୌର ନିର୍ବାଚନ ସଠିକ୍ ସମୟରେ ସାରିବାକୁ ରାଜ୍ୟ ନିର୍ବାଚନ କମିଶନ ଅଣ୍ଟା ଭିଡ଼ିଥିବା ବେଳେ କମ ସମୟ ଅବଧି ଭିତରେ ସଂରକ୍ଷଣ ଲାଗୁ କରି ନିର୍ବାଚନ କରିବା ସରକାର ପାଇଁ ବଡ଼ ଆହ୍ଵାନ ହେବ ବୋଲି ଆଶଙ୍କା କରାଯାଉଛି ।