KG to PG Free Education / ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି, କେଜିରୁ ପିଜି ସମସ୍ତଙ୍କୁ ମାଗଣା ଶିକ୍ଷା...୫ ବର୍ଷରେ ଖର୍ଚ୍ଚ ହେବ ୫୪୬୭ କୋଟି
·2 months ago·2 min read

Key Points
କ୍ୟାବିନେଟ୍ରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ- ମୁଖ୍ୟମନ୍ତ୍ରୀ
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ରେ ନାମଲେଖା ମାଗଣା

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ "କେ.ଜି. ରୁ ପି.ଜି. ମାଗଣା ଶିକ୍ଷା" ପ୍ରତିଶୃତିକୁ ସାକାର କରିବା ଦିଗରେ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
'ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି" ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ଶିକ୍ଷାକୁ ଅଧିକ ସୁଲଭ ଓ ସରଳ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ଯୋଜନା ଅନୁଯାୟୀ ୨୦୨୬–୨୭ ଶିକ୍ଷାବର୍ଷରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ବାଦଶ ଶ୍ରେଣୀ ଏବଂ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ଶୁଳ୍କ ସମ୍ପୂର୍ଣ ଛାଡ଼ କରାଯିବ । କେ.ଜି. ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ନିଶୁଳ୍କ ଥିବାବେଳେ, ଏହି ନିଷ୍ପତ୍ତି ମାଧ୍ୟମରେ ରାଜ୍ୟରେ କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷାର ଏକ ସଶକ୍ତ ବ୍ୟବସ୍ଥା ସ୍ଥାପନ ହେବ ।
ଆର୍ଥିକ ସମସ୍ୟା ଯୋଗୁଁ କୌଣସି ବିଦ୍ୟାର୍ଥୀ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଯୋଜନା ଫଳରେ ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ପାଇବା ସହିତ ରାଜ୍ୟରେ ନାମଲେଖା ହାର ଓ ଉଚ୍ଚଶିକ୍ଷାରେ ଅଂଶଗ୍ରହଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯୋଜନା ଅଧୀନରେ Self-Financing, ଅଣ-ଅନୁଦାନପ୍ରାପ୍ତ , ପିପିପି ମୋଡ୍ରେ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ, ତଥା ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମଗୁଡ଼ିକୁ ସାମିଲ କରାଯାଇନାହିଁ । କେବଳ ଯୋଗ୍ୟ ସରକାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ନିୟମିତ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ ।
ଏହି ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷ ପାଇଁ ୫,୪୬୭.୫୫ କୋଟି ଟଙ୍କା ବ୍ୟୟକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି–୨୦୨୦, ଓଡ଼ିଶା ଭିଜନ–୨୦୩୬ ଏବଂ ଓଡ଼ିଶା ଭିଜନ–୨୦୪୭ର ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରଖୁଛି । ଏହା ଶିକ୍ଷାରେ ସମାନ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ମୋଟ ନାମଲେଖା ଅନୁପାତ (Gross Enrolment Ratio-GER) ବୃଦ୍ଧିରେ ସହାୟକ ହେବ ଏବଂ ଓଡ଼ିଶାକୁ ଏକ ଶିକ୍ଷିତ, ଦକ୍ଷ ଓ ସଶକ୍ତ ଯୁବଶକ୍ତି ସମ୍ପନ୍ନ ରାଜ୍ୟ ଭାବେ ଗଢ଼ି ତୋଳିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ଯୋଜନା ଦ୍ବାରା ପ୍ରତି ବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।

Related Topics
Explore more stories