Videos
|
Odisha

Cabinet Meeting / ଆସନ୍ତା କାଲି କ୍ୟାବିନେଟ ବୈଠକ, ୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

Bikash Mohanty
Browse all articles by Bikash Mohanty
·5 months ago·2 min read
ଆସନ୍ତା କାଲି କ୍ୟାବିନେଟ ବୈଠକ, ୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା
Cabinet

Key Points

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ହେବ ବୈଠକ 
୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

ଆସନ୍ତାକାଲି ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତା ଲୋକସେବା ଭବନରେ ଅନୁଷ୍ଟିତ ହେବ । ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନେ ରହିବେ ଉପସ୍ଥିତ । ସୂଚନା ମୁତାବକ ଏହି କ୍ୟାବିନେଟରେ ୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା।

ଆସନ୍ତା କାଲି ହେବାକୁ ଥିବା କ୍ୟାବିନେଟ ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ । ଏହି ବିଭାଗ କ୍ୟାବିନେଟରେ ଉପସ୍ଥାପନ କରିପାରେ ଏକ ନୂଆ ନୀତିର ପ୍ରସ୍ତାବ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ପରିଚଳନ ଓ ରକ୍ଷଣାବେକ୍ଷଣ ନୀତି ‘୨୦୨୬’ ବିଭାଗ ଆଣିପାରେ ! ଏହି ନୀତି ଆଣିବାର ମୁଖ୍ୟ ଲକ୍ଷ୍ୟ ବିଭାଗ ରଖିଛି କି ରାଜ୍ୟବାସୀଙ୍କୁ ଘରେ ଘରେ ଜଳ ପ୍ରଦାନ କରି ଜଳକଷ୍ଟ ସମସ୍ୟାରୁ ଦୂରିଭୂତ କରିବା ପାଇଁ । ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ ବିଭାଗ ଭଳି ଅନେକ ବିଭାଗର କ୍ୟାବିନେଟରେ ଆସିପାରେ ପ୍ରସ୍ତାବ।

ପଢନ୍ତୁ ଏହି ଖବର: ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%, ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ

ଗତ ଚାରି ତାରିଖରେ ବି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ। ଏଥିରେ କ୍ଷୁଧାମୁକ୍ତ ଓଡ଼ିଶା ପାଇଁ ଅନ୍ନପୂର୍ଣ୍ଣା ଯୋଜନାର ଘୋଷଣା କରାଯାଇଥିଲା। ଏହି ଯୋଜନାରେ ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩ କୋଟି ୨୮ଲକ୍ଷ ହିତାଧିକାରୀଙ୍କୁ ଏହି ମାଗଣା ଚାଉଳ ବଣ୍ଟାଯିବ। ପ୍ରତି ମାସରେ ନିୟମିତ କୋଟାରେ ମିଳୁଥିବା ଚାଉଳକୁ ଛାଡ଼ି ଅତିରିକ୍ତ ଭାବେ ଆଉ ୫କେଜି ଲେଖାଏଁ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ରାଜ୍ୟର ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନ୍ୟାୟ ଦେବା ପାଇଁ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଥିଲେ। ନୂତନ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ୧୨% ରୁ ବୃଦ୍ଧି କରାଯାଇ ୨୨.୫% କରାଯାଇଥିଲା। ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷଣ ୮% ରୁ ବୃଦ୍ଧି କରାଯାଇ ୧୬.୨% କରାଯାଇଥିଲା। ସେହିପରି SEBC ଓ ପଛୁଆ ବର୍ଗଙ୍କ ପାଇଁ ପ୍ରଥମ ଥର ପାଇଁ ୧୧.୨% ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ରାଜ୍ୟ କ୍ୟାବିନେଟ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା
Cabinet Meeting | Odisha Cabinet Meeting Tomorrow Under CM Mohan Charan Majhi to Discuss 7 Key Agendas | Argus News