Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sarthak Missing / ସାର୍ଥକ ମହାପାତ୍ର ନିଖୋଜ ଘଟଣା, ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ସନ୍ଦେହ

Bikash Mohanty
Browse all articles by Bikash Mohanty
·4 months ago·2 min read
ସାର୍ଥକ ମହାପାତ୍ର ନିଖୋଜ ଘଟଣା, ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ସନ୍ଦେହ
Sarthak missing

Key Points

ଓଡ଼ିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣା
ସ୍ୱାର୍ଥକଙ୍କ ଚାମ୍ବର ବୁଲି ଦେଖିଲେ ମା ଓ ମାମୁଁ
ପରିବାରକୁ ମିଳିଲାନି ସିଙ୍ଗାପୁର ସରକାରଙ୍କ ସହଯୋଗ
ସାର୍ଥକଙ୍କୁ ହତ୍ୟା କରାଯାଇଥିବା  ପରିବାର ଲୋକଙ୍କ ସନ୍ଦେହ 

ଜାହାଜରୁ ଓଡ଼ିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ ପରିବାର ଲୋକଙ୍କୁ ମିଳିଲାନି ସିଙ୍ଗାପୁର ସରକାରଙ୍କ ସହଯୋଗ। ସାର୍ଥକଙ୍କ ମାଆ ଓ ମାମୁଁ ସିଙ୍ଗାପୁରରେ ପହଁଚିଲା ପରେ ଜାହାଜ ଭିତରକୁ ଯିବାକୁ ସୁଯୋଗ ମିଳିଥିଲା। କେବଳ ସ୍ୱାର୍ଥକଙ୍କ ଚାମ୍ବର ବୁଲି ଦେଖିବାକୁ ସେମାନଙ୍କୁ ସୁଯୋଗ ଦିଆ ଯାଇଥିଲ।

ଜାହାଜର ଆଇନଜୀବି ମାନେ ତାଙ୍କୁ ସମସ୍ତ କ୍ଷେତ୍ରରେ ବାରଣ କରିଥିଲେ। ହେଲେ ଭାରତ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସଂପୁର୍ଣ୍ଣ ସହଯୋଗ ମିଳିଛି । ଡ୍ରଗ୍ସ ଓ ସାଇଣ୍ଟିପିକ ଟିମ ତଦନ୍ତ ଏପର୍ଯ୍ୟନ୍ତ ହୋଇପାରିନଥିବା ପରିବାର ଲୋକ କହିଛନ୍ତି। ଅନ୍ୟ ପଟେ ସାର୍ଥକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ସନ୍ଦେହ ବଢୁଛି।

ସାର୍ଥକକୁ ନିଖୋଜ ହେବାର ବିତିଗଲାଣି ୧୩ ଦିନ । ପୁଅକୁ ଦେଖିବାକୁ ଛଟପଟ ହେଉଛି ମମତା । ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ସିଙ୍ଗାପୁରରରେ ମା’ ଓ ମାମୁ। ସାର୍ଥକ ନେଇଥିବା ଜାହାଜ ସିଙ୍ଗାପୁର କୂଳରେ ଲାଗିଛି। ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିଛନ୍ତି। ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଛନ୍ତି ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିଛନ୍ତି।

ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ୧୩ ଦିନ ବିତିଗଲାଣି। ଗତ ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ହଟାତ 3 ତାରିଖ ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଯାଥିଲେ। ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିବା ସାର୍ଥକ ମହାପାତ୍ର ଙ୍କୁ ଖୋଜିବା ପାଇଁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ଅନେକ ପ୍ରୟାସ ଜାରି ରଖିଛନ୍ତି।

ପଢ଼ନ୍ତୁ ଏହି ଖବର: କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା ସିବିଏସଇ

ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ଉପରେ ବୃଦ୍ଧିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କୁ କୁହାଯାଇଥିଲା। ଆବାସିକ କମିସନର ବିଶାଲ ଗଗନ ସାର୍ଥକଙ୍କ ସମ୍ପର୍କର ତଥ୍ୟ ଦେବାକୁ ବନ୍ଦର, ସିଫି ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ଜଣାଇଥିଲେ |

ତେବେ ସାର୍ଥକ ଶେଷଥର ପାଇଁ ୩ ଫେବ୍ରୁଆରି ସକାଳ ୬ଟା ୧୫ ମିନିଟ୍ (ସ୍ଥାନୀୟ ସମୟ)ଭୈ ଜାହାଜରେ ଦେଖିବାକୁ ମିଳିଥିଲେ ବୋଲି ଆଫ୍ଲୋ-ଇଷ୍ଟର୍ଣ୍ଣ ସିପିଂ ମ୍ୟାନେଜମେଣ୍ଟ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପରିବାରଲୋକଙ୍କୁ ଅବଗତ କରାଯାଇଥିଲା |
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sarthak Missing | Odisha Cadet Sarthak Mahapatra Missing | Family Suspects Murder, Seeks Singapore Govt Help | Argus News