Student Union Elections / ଛାତ୍ର ସଂସଦ ନିର୍ବାଚନ ଉଷ୍ମତା, ଛୁଟି ଦିନରେ ବି ଜମିଲା ପ୍ରଚାର
·1 hour ago·2 min read

Key Points
କ୍ୟାମ୍ପସ୍ରେ କିଏ ମାରିବ ବାଜି?
ପ୍ରଚାରକୁ ନେଇ ଉତ୍କଳରେ ଉତ୍ତେଜନା
GMUରେ ୫ ଜଣ ଏବିଭିପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ
ପ୍ରଚାରକୁ ନେଇ ଉତ୍କଳରେ ଉତ୍ତେଜନା
GMUରେ ୫ ଜଣ ଏବିଭିପି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ
ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାତାବରଣ ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି । ହାତରେ ମାତ୍ର ୩ ଦିନ ବାକି ଥିବାରୁ ପ୍ରାର୍ଥୀ ଓ ସମର୍ଥକମାନେ ଜୋରଦାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ସମ୍ବଲପୁର ଓ ବ୍ରହ୍ମପୁର ପର୍ଯ୍ୟନ୍ତ ସବୁଠି କ୍ୟାମ୍ପସ ରାଜନୀତି ଏବେ ଚରମସୀମାରେ ପହଞ୍ଚିଛି । ଆସନ୍ତା ୧୫ ତାରିଖରେ ମତଦାନ ଅନୁଷ୍ଠିତ ହେବ । ରାଜ୍ୟର ମୋଟ ୧୩ଟି ବିଶ୍ୱବିଦ୍ୟାଳୟ ଏବଂ ୩୪୭ଟି ମହାବିଦ୍ୟାଳୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ଗତକାଲି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ୬,୬୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ସୋସିଆଲ ମିଡିଆ କ୍ୟାମ୍ପେନିଂ ସାଙ୍ଗକୁ ଡୋର୍-ଟୁ-ଡୋର୍ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜୁ ଛାତ୍ର ଜନତା ଦଳ ଏବଂ ଛାତ୍ର କଂଗ୍ରେସର ପ୍ରାର୍ଥୀମାନେ ହଷ୍ଟେଲଗୁଡ଼ିକରେ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ରବିବାର ଛୁଟିଦିନ ଥାଇ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀମାନେ ହଷ୍ଟେଲରେ ରହୁଥିବା ଶିକ୍ଷାର୍ଥୀଙ୍କୁ ଭେଟି ନିଜ ଆଡ଼କୁ ଭୋଟ୍ ଟାଣିବାକୁ ଜୋରଦାର ପ୍ରଚେଷ୍ଟା ଚଳାଇଛନ୍ତି । ତେବେ ଏହି ପ୍ରଚାର ଘମାସାନ ଭିତରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଲେଡିଜ୍ ହଷ୍ଟେଲ-୨ ନିକଟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୁଇ ଛାତ୍ର ଗୋଷ୍ଠୀଙ୍କ ଭିତରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।
ଶୈଳବାଳା ମହିଳା କଲେଜ ସମ୍ମୁଖରେ ପୁଣି ଧାରଣାରେ ବସିଲେ ଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଚଞ୍ଚକତା କରି ABVP ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଟି ଦେଇଥିବା ନେଇ ଅଭିଯୋଗ କରି ଧାରଣାରେ ବସିଛନ୍ତି ଛାତ୍ରୀମାନେ । ବିଭିନ୍ନ ପଦପଦବୀ ପାଇଁ ABVP ସମର୍ଥିତ ୯ ଜଣ ଛାତ୍ରୀ ନାମାଙ୍କନ ଦାଖଲ କରିଥିଲେ, ସେଥିମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଥିବା ଅଭିଯୋଗ ହୋଇଛି । କେଉଁ ଆଧାରରେ ଏବଂ କାହିଁକି ନାମାଙ୍କନ ଖାରଜ ହୋଇଛି, ସେନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ତଦନ୍ତ କରାଯାଉ ବୋଲି ABVP ଛାତ୍ରୀମାନେ ଦାବି କରିଛନ୍ତି ।
ସେପଟେ ସମ୍ବଲପୁର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ଛାତ୍ର ନିର୍ବାଚନରେ ବିଜେଡି ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନୀ ନିୟମ ଯୋଗୁଁ ନାମାଙ୍କନ ନାକଚ ହୋଇଯାଇଥିଲା । ଏହାକୁ ନେଇ କଲେଜରେ ପ୍ରତିବାଦ ଦେଖିବାକୁ ମିଳିଛି । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ପୂର୍ବତନ ବିଧାୟକ ରୋହିତ ପୂଜାରୀ କଲେଜ ଭିତରକୁ ଜୋର ଜବରଦସ୍ତି ପଶି ପ୍ରତିବାଦ କରିଥିଲେ । ନିୟମ ଅନୁଯାୟୀ, ଛାତ୍ର ନିର୍ବାଚନରେ କଲେଜ କ୍ୟାମ୍ପସ ଭିତରକୁ ଛାତ୍ରଛାତ୍ରୀଙ୍କ ବ୍ୟତୀତ କୌଣସି ବାହାର ନେତାଙ୍କ ପ୍ରବେଶକୁ ବାରଣ କଟକଣା ଲାଗିଥିବାବେଳେ ଏହାକୁ ବିଜେଡି ନେତାମାନେ ଖୁଲମଖୁଲ୍ଲା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ABVP ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗତ ୯ ତାରିଖରେ ନାମାଙ୍କନ ଦାଖଲ ସରିଥିବାବେଳେ ABVP ର ୫ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟଲାଭ କରିସାରିଛନ୍ତି । ଅନ୍ୟ ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀମାନେ ସରକାରୀ ନିୟମ ଅନୁସାରେ ଜୋରଦାର ପ୍ରଚାର ଚାଲୁ ରଖିଛନ୍ତି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସଭାପତି ପଦବୀ ଏବଂ ନାଟ୍ୟ ସଚିବ ପଦବୀ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି । ସଭାପତି ପଦବୀ ପାଇଁ ୩ ଜଣ ନୋମିନେସନ୍ ଦାଖଲ କରିଥିଲେ ହେଁ ୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଅନ୍ୟପଟେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ କିଛି ଛାତ୍ରୀଙ୍କ ଉପସ୍ଥାନ କମିବାରୁ ନାଁ କଟିଯିବା ନେଇ ସେଠାରେ ଅସନ୍ତୋଷ ଦେଖାଦେଇଥିଲା ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସଭାପତି ପଦବୀ ଏବଂ ନାଟ୍ୟ ସଚିବ ପଦବୀ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି । ସଭାପତି ପଦବୀ ପାଇଁ ୩ ଜଣ ନୋମିନେସନ୍ ଦାଖଲ କରିଥିଲେ ହେଁ ୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଅନ୍ୟପଟେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ କିଛି ଛାତ୍ରୀଙ୍କ ଉପସ୍ଥାନ କମିବାରୁ ନାଁ କଟିଯିବା ନେଇ ସେଠାରେ ଅସନ୍ତୋଷ ଦେଖାଦେଇଥିଲା ।
Related Topics
Explore more stories