Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ମାଡ଼ିଗଲାଣି କ୍ୟାନସର, ବର୍ଷକୁ ବାହାରୁଛନ୍ତି ୫୫ ହଜାର କର୍କଟ ରୋଗୀ

Odisha

Public Health / ଓଡ଼ିଶାରେ ମାଡ଼ିଗଲାଣି କ୍ୟାନସର, ବର୍ଷକୁ ବାହାରୁଛନ୍ତି ୫୫ ହଜାର କର୍କଟ ରୋଗୀ

Bikash Mohanty
Browse all articles by Bikash Mohanty
·3 months ago·2 min read
ଓଡ଼ିଶାରେ ମାଡ଼ିଗଲାଣି କ୍ୟାନସର, ବର୍ଷକୁ ବାହାରୁଛନ୍ତି ୫୫ ହଜାର କର୍କଟ ରୋଗୀ
Cancer

Key Points

କ୍ୟାନ୍ସରର ହଟ ସ୍ପଟ ଓଡିଶା
ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ
ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ
କ୍ୟାନ୍ସରର ହଟ ସ୍ପଟ ଓଡିଶା। ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ। ଏବେ ଗାଁ ଗାଁ ବୁଲି ସଚେତନ କରିବେ ଏସଏଚଜି। ରାଜ୍ୟରେ ଡ଼ାଇଗନୋସିସ ପରେ  ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ୨୦୨୫-୨୬ ବର୍ଷରେ ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହୋଇଛନ୍ତି।

2025 -26 ରେ ଜାନୁୟାରୀ ସୁଦ୍ଧା 23131 କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ କଟକରେ 4779 ରୋଗୀ। କ୍ୟାନ୍ସର ରୋଗୀ ଚି଼ହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରେ 1878, ଯାଜପୁର ରେ 1153, ଜଗତସିଂହପୁର ରେ 1822, ବାଲେଶ୍ୱର ରେ 1546 ଓ ଭଦ୍ରକ ରେ 1432 ରୋଗୀ ଚିହ୍ଟଟ ହୋଇଛନ୍ତି।

ଚଳିତ ବଜେଟରେ କ୍ୟାନସର ରୋଗୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । କର୍କଟ ଔଷଧ ଶସ୍ତା ହେବ ବୋଲି ବଜେଟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଦେଶରେ ବାୟୋ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରର ବିକାଶ ଦ୍ୱାରା କର୍କଟ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ।

କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ। ବିଶ୍ଵ କର୍କଟ ଦିବସ ଅବସରରେ ସମସ୍ତେ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କ୍ୟାନ୍ସର ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରତିଜ୍ଞା କରିବାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମତରେ ପ୍ରାଥମିକ ଅବସ୍ଥାରେ କ୍ୟାନ୍ସର ରୋଗର ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏଥିରୁ ରୋଗୀକୁ ଉପସମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Also Read: ହୃଦ୍‌ଘାତ ପାଇଁ ଲୋଡ଼ା ନାହିଁ ଔଷଧ; ଘରେ ବସି ହୋଇ ପାରିବେ ସୁସ୍ଥ, କ'ଣ କହୁଛି AIIMS ?

କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ। ବିଶ୍ଵ କର୍କଟ ଦିବସ ଅବସରରେ ସମସ୍ତେ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କ୍ୟାନ୍ସର ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରତିଜ୍ଞା କରିବାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମତରେ ପ୍ରାଥମିକ ଅବସ୍ଥାରେ କ୍ୟାନ୍ସର ରୋଗର ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏଥିରୁ ରୋଗୀକୁ ଉପସମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Public Health l କ୍ୟାନ୍ସର ହଟ ସ୍ପଟ ଓଡିଶା, ବର୍ଷକୁ ୫୫ ହଜାର ରୋଗୀ l Argus News | Argus News