Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୃଦ୍‌ଘାତ ପାଇଁ ଲୋଡ଼ା ନାହିଁ ଔଷଧ; ଘରେ ବସି ହୋଇ ପାରିବେ ସୁସ୍ଥ, କ'ଣ କହୁଛି AIIMS ?

Health & Wellness

Heart Attack / ହୃଦ୍‌ଘାତ ପାଇଁ ଲୋଡ଼ା ନାହିଁ ଔଷଧ; ଘରେ ବସି ହୋଇ ପାରିବେ ସୁସ୍ଥ, କ'ଣ କହୁଛି AIIMS ?

Sushanta Sahoo
Browse all articles by Sushanta Sahoo
·2 months ago·2 min read
ହୃଦ୍‌ଘାତ ପାଇଁ ଲୋଡ଼ା ନାହିଁ ଔଷଧ; ଘରେ ବସି ହୋଇ ପାରିବେ ସୁସ୍ଥ, କ'ଣ କହୁଛି AIIMS ?
AIIMS Study: 30 Minutes Sunlight Can Aid Heart Recovery

Key Points

ଦିଲ୍ଲୀ ଏମ୍ସର ଅଧ୍ୟୟନ ଅନୁସାରେ, ଆପଣ ଦୈନନ୍ଦିନ ଜୀବନରେ ମାତ୍ର ୩୦ ମିନିଟ୍ ସମୟ ଦେଇ ହୃଦ୍‌ଘାତକୁ ଏଡ଼ାଇ ପାରିବେ । ଏପରିକି ଏହି ପଦ୍ଧତି ଆପଣାଇ ସୁସ୍ଥ ହୋଇ ପାରିବେ ହୃଦ୍‌ଘାତ ଆକ୍ରାନ୍ତ ।
ନୂଆଦିଲ୍ଲୀ: ବଦଳୁଥିବା ଭାରତ ପାଇଁ ବଡ଼ ବିପଦ ସାଜିଛି ହୃଦ୍‌ଘାତ ଜନିତ ଅକର୍ମଣ୍ୟତା ଏବଂ ମୃତ୍ୟୁ । ହୃଦ୍‌ଘାତ ପାଇଁ ଅନେକ ସଂସାର ଉଜୁଡ଼ି ଯାଉଥିବା ବେଳେ କଞ୍ଚା ବୟସରେ ପ୍ରାଣ ଚାଲି ଯାଉଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ନୂଆଦିଲ୍ଲୀ ଏମ୍ସର ଅଧ୍ୟୟନ ଆଣିଛି ନୂଆ ଆଶା ।

ଦିଲ୍ଲୀ ଏମ୍ସର ଅଧ୍ୟୟନ ଅନୁସାରେ, ଆପଣ ଦୈନନ୍ଦିନ ଜୀବନରେ ମାତ୍ର ୩୦ ମିନିଟ୍ ସମୟ ଦେଇ ହୃଦ୍‌ଘାତକୁ ଏଡ଼ାଇ ପାରିବେ । ଏପରିକି ଏହି ପଦ୍ଧତି ଆପଣାଇ ସୁସ୍ଥ ହୋଇ ପାରିବେ ହୃଦ୍‌ଘାତ ଆକ୍ରାନ୍ତ । ନିୟମିତ ଚିକିତ୍ସା ସହ ଫିଜିଓଥେରାପି ଓ ସନ୍ ଲାଇଟ୍ ଥେରାପି ନେବାକୁ ପଡ଼ିବ ।

ସୂର୍ଯ୍ୟ କିରଣରେ ଅଧ ଘଣ୍ଟା

ଏଥିପାଇ ହୃଦ୍‌ଘାତ ରୋଗୀ ପ୍ରତିଦିନ ୩୦ ଘଣ୍ଟା ସୂର୍ଯ୍ୟ କିରଣରେ ବସିବାକୁ ପଡ଼ିବ । ଯାହାଦ୍ଵାରା ରୋଗୀ ସୁସ୍ଥ ହେବା ସହ ସେମାନଙ୍କ ଜୀବନଶୈଳୀ ଉନ୍ନତ ହେବ । ହୃଦ୍‌ଘାତ ପରବର୍ତ୍ତୀ ସମୟରେ ଏହି ଉପାୟ ଫଳଦାୟକ ହେବ ।

ଏଥିସହ ପଢ଼ନ୍ତୁ: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?

ଯାହାକି କେବଳ ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତରୁ ରୋକିବ ତା ନୁହେଁ । ଏହି ସରଳ ସୂତ୍ରକୁ ଆପଣ ଘରେ ମଧ୍ୟ ଆପଣାଇ ପାରିବେ । ଏମ୍ସର ପଞ୍ଚମ ଅଧ୍ୟୟନ ବାର୍ଷିକୀରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ସୂର୍ଯ୍ୟ କିରଣ ଥେରାପି

୨୦୨୩ ନଭେମ୍ବରରୁ ଏପ୍ରିଲ୍ ୨୦୨୫ ମଧ୍ୟରେ ଏମ୍ସ ଏହି ଅଧ୍ୟୟନ କରିଥିଲା । ଯେଉଁଥିରୁ ଜଣାପଡ଼ିଛି, ହୃଦ୍‌ଘାତର ଶିକାର ଲୋକ ପ୍ରତିଦିନ ଖରାରେ ୩୦ ମିନିଟ୍ ବସିବା ଦ୍ଵାରା ସେମାନଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସୁଛି ।

୧୮ରୁ ୮୦ ବୟସ୍କ ଲୋକଙ୍କ ଉପରେ ଏମ୍ସ ଏହି ଅଧ୍ୟୟନ କରିଛି । ବିଗତ ମାସରେ ହୃଦ୍‌ଘାତର ଶିକାର ହୋଇଥିବା ଆକ୍ରାନ୍ତଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ସ୍ଵାସ୍ଥ୍ୟରେ ସୁଧାର ଆସିବା ସହ ସେମାନଙ୍କ ନିଦ୍ରା ଏବଂ ମନୋଭାବରେ ଉନ୍ନତି ଘଟିଛି ।

ବିଗତ ଦିନରେ ଜେରୋଧାର ନୀଥିନ କାମଥଙ୍କ ଠାରୁ ନେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଏନେକ ହୃଦ୍‌ଘାତର ଶିକାର ହୋଇଛନ୍ତି । ତଥ୍ୟ କରୁଛି ଭାରତରେ ୨୦୨୧ରେ ୧୨ ଲକ୍ଷ ୫୦ ହଜାର ଲୋକ ନୂଆ କରି ହୃଦ୍‌ଘାତର ଶିକାର ହୋଇଥିବା ବେଳେ ୯ ଲକ୍ଷ ୪୦ ହଜାର ଲୋକ ହୃଦ୍‌ଘାତ ସହ ବଞ୍ଚୁଛନ୍ତି ।

କେମିତି ହେଲା ଅଧ୍ୟୟନ ?

  • ୨୦୦ରୁ ଅଧିକ ହୃଦ୍‌ଘାତ ଆକ୍ରାନ୍ତଙ୍କୁ ସ୍କ୍ରିନିଂ ପରେ ୪୦ ଜଣଙ୍କୁ ବଛା ଯାଇ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିଲା ।
  • ପ୍ରଥମ ଗ୍ରୁପରେ ନିୟମିତ ମେଡିକାଲ୍ ଚେକ୍ ଅପ୍ ଚାଲିଥିଲା । ଦ୍ଵିତୀୟ ଗ୍ରୁପକୁ ଚିକିତ୍ସା ସହ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦିନେ ଛଡ଼ା ଦିନେ ୩୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସା ଯାଇଥିଲା ।
  • ହାଲୁକା ଖରାରେ ବସାଯିବା ସହ ଲକ୍ସ ମିଟରରେ ଲଗାତାର ନଜର ରଖା ଯାଇଥିଲା ।
  • ୩ ମାସ ପର୍ଯ୍ୟନ୍ତ ଆକ୍ରନ୍ତଙ୍କ ଶାରୀରିକ କ୍ଷମତା, ମନୋଭାବ, ନିଦ ଆଦିରେ ଉନ୍ନତି ପରିଲକ୍ଷିତ କରାଯାଇଥିଲା ।

ଅଧ୍ୟୟନରୁ ନିଷ୍କର୍ସ

ଡାକ୍ତରଙ୍କ ଅନୁସାରେ, ସୂର୍ଯ୍ୟ କିରଣ ଥେରାପି ନେଇଥିବା ଆକ୍ରାନ୍ତଙ୍କୁ ଭଲ ନିଦ୍ରା ଆସିଛି । ନିଦ ସହ ସେମାନଙ୍କ ମନୋଭାବ ଓ ମାନସିକ ସ୍ଥିତି ସୁଧୁରିଛି । ଦୈନନ୍ଦିନ କାର୍ଯ୍ୟରେ ଆତ୍ମନିର୍ଭରତା ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ଟି-ଟ୍ଵେଣ୍ଟି ବିଶ୍ଵକପ୍‌କୁ ନେଇ ପାକିସ୍ତାନର ନୂଆ ନାଟକ; କିଟ୍ ଉନ୍ମୋଚନ କାର୍ଯ୍ୟକ୍ରମ କଲା ବାତିଲ୍

ବିଶେଷଜ୍ଞଙ୍କ ଅନୁସାରେ, ସୂର୍ଯ୍ୟ କିରଣ ଶରୀରର ବାୟୋଲଜିକାଲ୍ କ୍ଲକକୁ ଠିକ୍ କରେ । ଭିଟାମିନ୍ ଡି ବୃଦ୍ଧିରେ ସହାୟକ ହୁଏ ଏବଂ ଯନ୍ତ୍ରଣାକୁ କମ କରି ହୃଦ୍‌ଘାତରୁ ସୁସ୍ଥ କରିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AIIMS Study: 30 Minutes Sunlight Can Aid Heart Recovery | Argus News | Argus News