Odisha Assembly / ରାଜ୍ୟରେ ବଢ଼ୁଛି ଗୋପାଳନ; କ୍ଷୀର ଉତ୍ପାଦନରେ ଆଗୁଆ ବାଲେଶ୍ଵର, ପଛରେ ପଡ଼ିଛି ଝାରସୁଗୁଡ଼ା
·9 months ago·2 min read

Key Points
ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୩୧ ହଜାର ୨୯୮୪ ଜଣ ଚାଷୀ ଗୋପାଳନରେ ନିୟୋଜିତ ଅଛନ୍ତି । ଦ୍ଵିତୀୟରେ ଭଦ୍ରକ ଜିଲ୍ଲାରେ ୮୨ ହଜାର ୧୬୬ ଜଣ, ତୃତୀୟରେ କଟକ ଜିଲ୍ଲାରେ ୭୦ ହଜାର ୭୮୭ ଜଣ ଡାଏରୀ ଫାର୍ମିଂ ସହ ଜଡ଼ିତ ।
ଭୁବନେଶ୍ଵର: ରାଜ୍ୟରେ ଗୋ ଚାଷୀଙ୍କ ସଂଖ୍ୟା ବଢ଼ୁଛି । ଚାଷୀଙ୍କ ସଂଖ୍ୟାକୁ ତାଳ ଦେଇ ପ୍ରତିବର୍ଷ ବଢ଼ୁଛି କ୍ଷୀର ଉତ୍ପାଦନ । ୨୦ତମ ପ୍ରାଣୀଧନ ଗଣନା ଅନୁଯାୟୀ, ରାଜ୍ୟରେ ୧୦ ଲକ୍ଷ ୯୨ ହଜାର ୮୩୨ ଜଣ ଗୋ ଚାଷୀ ଅଛନ୍ତି । ବିଗତ ୧୦ ବର୍ଷ ଭିତରେ ରାଜ୍ୟରେ ୨୭୦୭୫.୧୦ ହଜାର ମେଟ୍ରିକ ଟନ ଦୁଗ୍ଧ ଉତ୍ପାଦନ ହୋଇଛି ।
୨୦ତମ ପ୍ରାଣୀଧନ ଗଣନା ଅନୁଯାୟୀ, ରାଜ୍ୟର ୧୦ ଲକ୍ଷ ୯୨ ହଜାର ୮୩୨ ଜଣ ଗୋ ଚାଷୀଙ୍କ ପାଖରେ ଅଛନ୍ତି ୩୬ ଲକ୍ଷ ୪୨ ହଜାର ୭୯୭ ଗାଈ । ସେମାନଙ୍କ ବାର୍ଷିକ ରୋଜଗାର କେବଳ ଗୋପାଳନ ମାଧ୍ୟମରେ ହାରାହାରି ୫୦ ହଜାର ଟଙ୍କା ।
ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ
ବିଧାୟକ ରାମଚନ୍ଦ୍ର କାଡ଼ାମ୍ଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, "ଗୋ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେଉଛି । ଭବିଷ୍ୟତରେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଯୋଜନା ପ୍ରୟଣ କରାଯିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୩୧ ହଜାର ୨୯୮୪ ଜଣ ଚାଷୀ ଗୋପାଳନରେ ନିୟୋଜିତ ଅଛନ୍ତି । ଦ୍ଵିତୀୟରେ ଭଦ୍ରକ ଜିଲ୍ଲାରେ ୮୨ ହଜାର ୧୬୬ ଜଣ, ତୃତୀୟରେ କଟକ ଜିଲ୍ଲାରେ ୭୦ ହଜାର ୭୮୭ ଜଣ ଡାଏରୀ ଫାର୍ମିଂ ସହ ଜଡ଼ିତ ।
ସେହିଭଳି ଗୋପାଳନ ତାଲିକାରେ ପଛରେ ରହିଛି ଝାରସୁଗୁଡ଼ା ଜିଲ୍ଲା । ଝାରସୁଗୁଡ଼ାରେ ରାଜ୍ୟର ସବୁଠୁ କମ୍ ୨୯୩୩ ଜଣ ଗୋ ପାଳନ କରୁଥିବା ବେଳେ ନୂଆପଡ଼ାରେ ୫ ହଜାର ୯୨୧ ଜଣ ଏବଂ ସୋନପୁରରେ ୭ ହଜାର ୮୭୬ ଜଣ ଗୋ ଚାଷୀ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ମହୁମାଛି ଆତଙ୍କ; ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କଲେ ଘାଇଲା, ୧୬ରୁ ଅଧିକ ଆହତ
ପ୍ରତିବର୍ଷ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢ଼ୁଛି । ୨୦୧୩-୧୪ରେ ୧୮୬୧ ମେଟ୍ରିକ ଟନ ଦୁଗ୍ଧ ଉତ୍ପାଦନ ହୋଇଥିବା ବେଳେ ୨୦୧୪-୧୫ରେ ୧୯୦୨.୯୮ ମେଟ୍ରିକ ଟନ, ୨୦୧୫-୧୬ରେ ୧୯୩୮.୨୬ ମେଟ୍ରିକ ଟନ୍ କ୍ଷୀର ଉତ୍ପାଦନ ହୋଇଥିଲା । ବର୍ଷକୁ ବର୍ଷ ଦୁଗ୍ଧ ଉତ୍ପାଦନ ବଢ଼ି ଚାଲିଛି ।
୨୦୨୨-୨୩ରେ ୨୪୭୬.୪୨ ମେଟ୍ରିକ ଟନ, ୨୦୨୩-୨୪ରେ ୨୬୩୫.୯୯ ମେଟ୍ରିକ ଟନ୍ ଏବଂ ୨୦୨୪-୨୫ରେ ୨୭୧୨.୩୨ ମେଟ୍ରିକ ଟନ ଦୁଗ୍ଧ ଉତ୍ପାଦନ ହୋଇଛି । ଏଭଳି ଭାବେ ବିଗତ ୧୦ ବର୍ଷ ଭିତରେ ରାଜ୍ୟରେ ୨୭୦୭୫.୧୦ ହଜାର ମେଟ୍ରିକ ଟନ ଦୁଗ୍ଧ ଉତ୍ପାଦନ ହୋଇଛି ।

Related Topics
Explore more stories