|
logo
Live
Argus News App
GET APP

Argus News - ସରିଲା କାର୍ତ୍ତିକ, ଆଜି ଛାଡଖାଇ

Odisha

ସରିଲା କାର୍ତ୍ତିକ, ଆଜି ଛାଡଖାଇ

Banajyotshna Ray
Browse all articles by Banajyotshna Ray
·2 years ago
ସରିଲା କାର୍ତ୍ତିକ, ଆଜି ଛାଡଖାଇ

ଅର୍ଗସ ବ୍ୟୁରୋ:  ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ ସରିବା ପରେ ଆଜି ପାଳନ ହେବ ଛାଡଖାଇ । ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଏଥିପାଇଁ ଆମିଷ ଦୋକାନୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାକ୍ରେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଆମିଶ ବଜାରରେ ବିକ୍ରି ହେଉଛି ଆମିଶ ଦ୍ରବ୍ୟ । ବ୍ରଏଲର କୁକୁଡା, ଖାସିମାଂସ, ମାଛ, ଡ୍ୟାମ ମାଛ, ଦେଶୀ କୁକୁଡା, ଅଣ୍ଡା,  ଚିଙ୍ଗୁଡି, କଙ୍କଡା ସହ ବିଭିନ୍ନ ପ୍ରକାରର ଶୁଖୁଆର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ବୁଧବାର ଥିବାରୁ ମାର୍କେଟରେ ଅଧିକ ଭିଡ ଜମିବ । ତେବେ ଲୋକମାନେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପାଳନ କରିବେ ଛାଡଖାଇ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ସରିଲା କାର୍ତ୍ତିକ, ଆଜି ଛାଡଖାଇ | Argus News