Census in Odisha / ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା, ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ
·5 months ago·2 min read

Key Points
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ବୟ କମିଟି ବୈଠକ
ପ୍ରଥମ ପର୍ଯ୍ୟାୟରେ ଘର, ଆସବାବପତ୍ର ଗଣନା
ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା
ପ୍ରଥମ ପର୍ଯ୍ୟାୟରେ ଘର, ଆସବାବପତ୍ର ଗଣନା
ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା
ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହା ପରେ ୨୦୨୭ ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା । ଏହି ପ୍ରକ୍ରିୟା ପାଇଁ ଲକ୍ଷାଧିକ ଜନ ଗଣନା ଅଧିକାରୀ ନିଯୁକ୍ତ ହେବେ । ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ ଜନଗଣନା ପାଇଁ ଗତ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର, କଟକରେ ପ୍ରି' ଟେଷ୍ଟ ସରିଛି । ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପର ଭାଇଜର ନିଯୁକ୍ତ ହେବେ । ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ ।
ଏପ୍ରିଲରୁ ମେ' ମାସ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ । ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନ ଗଣନା ହେବ । ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇ ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ । ମୋବାଇଲ ନମ୍ବରରେ ଓଟିପି ବେସ୍ଡ୍ ହେବ । ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନସଟ୍ ମଧ୍ୟ ନେଇପାରିବେ ନାହିଁ । ପ୍ରାୟ ୯୦ ପ୍ରତିଶତ ଅନଲାଇନରେ ହେବ । ପୂରା ପ୍ରକ୍ରିୟାକୁ ଉଚ୍ଚ ସ୍ତରୀୟ ମନିଟରିଂ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: