Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·1 year ago
ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଅଲିମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ହକି ଦଳଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କରିବା ସହ ଖେଳାଳୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ ସଦସ୍ୟଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  

ରୋହିଦାସଙ୍କୁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର । ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର। ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କୋଚ୍ ଓ ସପୋର୍ଟ ଷ୍ଟାଫ୍ ଙ୍କୁ ମଧ୍ୟ ୧୦ଲକ୍ଷ ଟଙ୍କା ମିଳିବ। ଏହାସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି। ହକି ଟିମର ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha chief minister Mohan Charan Majhi on Thursday announced a cash award of Rs 4 crore for Odia hockey star Amit Rohidas | Argus News