Stray Dog Attack / ବୁଲା କୁକୁରଙ୍କ ଆକ୍ରମଣ: କୁନି ପୁଅର ମୁଣ୍ଡରୁ ନେଇଗଲେ ମାଂସ

Key Points
ଖେଳୁଥିବା ବେଳେ ପିଲାକୁ ଘେରିଲେ କୁକୁର ରକ୍ତାକ୍ତ ହେଲା କୁନି
ପୁଅ ବୁଲା କୁକୁରଙ୍କ ଭୟଙ୍କର ଆତଙ୍କ ୯ ବର୍ଷର ପିଲା ଉପରେ ଜୀବନଘାତୀ ଆକ୍ରମଣ
ବଢ଼ି ବଢ଼ି ଚାଲିଛି ବୁଲା କୁକୁର ମାନଙ୍କର ଆତଙ୍କ। ରାସ୍ତା ଉପରେ ବୁଲାକୁକୁର ଜାହାକୁ ଦେଖୁଛନ୍ତି ଗୋଡ଼ଇ ଗୋଡ଼ାଇ କାମୁଡ଼ୁଛନ୍ତି । ଅଗଣାରେ ଖେଳୁଥିଲା ପୁଅ ଘେରିଗଲେ ବୁଲାକୁକୁର । କିଏ ଗାଲକୁ କାମୁଡ଼ିଲା ତ କି ମୁଣ୍ଡକୁ କାମୁଡ଼ିଲା । ମୁଣ୍ଡରୁ ଝାମ୍ପିନେଇଗଲେ ଖୁପୁରି ଉପରର ମାଂସ । ଗାଲରୁ ମାସଂ ନେଇ ଯାଇଛନ୍ତି ବୁଲା କୁକୁର ।
ଚାରିପଟରୁ ଘେରିଯାଇ କୁକୁର କଲେ ଆକ୍ରମଣ । ଝୁଣି ଝୁଣି ଖାଇଗଲେ କୁକୁର । ଚିତ୍କାର କରି କାନ୍ଦୁଥିଲା କୁନି ପୁଅ ଜଣକ । ତଥାପି ଛାଡ଼ି ନଥିଲେ କୁକୁର । ମୁଣ୍ଡକୁ କାମୁଡ଼ି ମୁଣ୍ଡରୁ ଖପୁରି ଉଠାଇଦେଲେ । ଖପୁରି ଉପରେ ଥିବା ମାଂସକୁ ନେଇଗଲେ କୁକୁର । ୯ ବର୍ଷର ପୁଅକୁ ଆକ୍ରମଣ କରିଛନ୍ତି କୁକୁର । ୫ରୁ ଅଧିକ କୁକୁର ଏକା ସାଙ୍ଗରେ ଘେରିଯାଇ ଆକ୍ରମଣ କରିଛନ୍ତି । ମୁଣ୍ଡ ଉପରକୁ ଖପୁରିକୁ ଉଠାଇ ଦେଇଛନ୍ତି ବୁଲା କୁକୁର ।
ଏଥିସହ ପଢ଼ନ୍ତୁ: ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପୋଲିସ ଓ ପ୍ରଶାସନ, ଭୁବନେଶ୍ବର ଓ ପାରୀଦୀପରେ ଚଢାଉ
ବୁଲା କୁକୁର କେମିତି ଆକ୍ରମଣ କରିଛନ୍ତି । ମୁଣ୍ଡ ଉପରକୁ ଖପୁରିରେ ଲାଗିଥିବା ମାଂସ ଆଉ କିଛି ନାହିଁ । ଖପୁରି ଉପରେ ଥିବା ମାଂସ ସହ ଚୁଟି ବି ଉପୁଡ଼ି ପଳେଇ ଆସିଛି । ଦେହସାରା କୁକୁର କାମୁଡ଼ାର ଗଭିର ଆଘାତ । ଗାଲରୁ ମାଂସ ନେଇ ଯାଇଛନ୍ତି ବୁଲା କୁକୁର । ରକ୍ତାକ୍ତ ହୋଇଛି ଘର ଅଗଣା । ସେ ଦୃଶ୍ୟକୁ ଦେଖିଲେ ଲୋମ ଟାଙ୍କୁରି ହୋଇଯିବ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରେ । ଅପରାହ୍ନ ସମୟରେ ଘର ଅଗଣାରେ ପୁଅଟି ଖେଳୁଥିଲା। ଆଉ ଏହି ସମୟରେ କିଛି ବୁଲା କୁକୁର ଚାରିପଟରୁ ଘେରି ଯାଇ ଆକ୍ରମଣ କରିଥିଲେ। କୁନି ପୁଅର ମୁଣ୍ଡକୁ ଦାନ୍ତରେ ଧରି ଟାଣି ନେଇଥିଲେ କୁକୁର। ଫଳରେ ମୁଣ୍ଡର ଖପୁରି ଉପରୁ ମାଂସ ଉଠି ଯାଇଥିଲା। ଗାଲରୁବି ମାଂସ ନେଇ ଯାଇଛନ୍ତି କୁକୁର ।
ଏହାପୁରେ ପୁଅର ଚିତ୍କାର ଶୁଣି ଘର ଲୋକ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ କୁନି ପୁଅକୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳକର ଅବସ୍ଥା ଏବେ ସ୍ଥିର ରହିଛି। ବଡ଼ ମେଡିକାଲରେ ଚିକିତ୍ସା ଜାରୀ ରହିଛି। ପାଟପୁର ଥାନା ଅନ୍ତର୍ଗତ ମହାନଳା, ପଳାସପୁର, ଗାନ୍ଧୀ ଛକ, ପାଟପୁର ଅଞ୍ଚଳରେ କୁକୁର ଆତଙ୍କ ଦେଖା ଦେଇଛି। ସେପଟେ ସୁପ୍ରିମ୍କୋର୍ଟ ବୁଲାକୁକୁର ମାନଙ୍କ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।
📱 Get Argus News App
✨Related Topics
Explore more stories