Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drug Raid / ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପୋଲିସ ଓ ପ୍ରଶାସନ, ଭୁବନେଶ୍ବର ଓ ପାରୀଦୀପରେ ଚଢାଉ

Bikash Mohanty
Browse all articles by Bikash Mohanty
·1 month ago·2 min read
ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପୋଲିସ ଓ ପ୍ରଶାସନ, ଭୁବନେଶ୍ବର ଓ ପାରୀଦୀପରେ ଚଢାଉ
Raid

Key Points

ଆକ୍ସନ୍ ମୋଡରେ ପ୍ରଶାସନ
ରାତି ଅଧରେ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ
ପାରାଦୀପରେ ଚାଲିବନି ଖୋଲାମେଲା ନିଶା କାରବାର
ରାଜଧାନୀରେ ବି ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପ୍ରଶାସନ
କମିଶନରେଟ ପୋଲିସ, ହେଲଥ, ଅବକାରୀ ଓ ଡ୍ରଗ୍ସ ସ୍କ୍ୱାଡ଼ର ମିଳିତ ଚଢାଉ
ଭୁବନେଶ୍ବର,୨୩/୦୫: ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପୋଲିସ ଓ ପ୍ରଶାସନ। ବନ୍ଦର ନଗରୀ ପାରାଦୀପରେ ଚାଲିବନି ଖୋଲାମେଲା ନିଶା କାରବାର ଓ ଗୁଣ୍ଡାଗିରି । ନିଶାଡ଼ି ଓ ଅସାମାଜିକଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବେ ପୂରା ଆକ୍ସନ୍ ମୋଡକୁ ଆସିଛି । ମଦ ଦୋକାନ ଆଗରେ ଓ ରାସ୍ତା କଡ଼ରେ ଖୋଲାରେ ମଦ ପିଇ ହଙ୍ଗାମା କରୁଥିବା ନିଶାଖୋରଙ୍କ ଉପରେ ଗତକାଲି ରାତି ଅଧରେ ଅଚାନକ ଚଢ଼ାଉ କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଏବଂ ଏସପି ଅଙ୍କିତ ବର୍ମା ନିଜେ ମଇଦାନକୁ ଓହ୍ଲାଇ ବିଭିନ୍ନ ସ୍ଥାନରେ ବୁଲି ପରିସ୍ଥିତିର ତଦାରଖ କରିବା ସହ ଏହି ସ୍ପେଶାଲ ଡ୍ରାଇଭ୍‌ର ନେତୃତ୍ୱ ନେଇଛନ୍ତି।

ପାରାଦୀପର ବିଭିନ୍ନ ମଦ ଦୋକାନ ଆଖପାଖରେ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରତିଦିନ କିଛି ଲୋକ ମଦ୍ୟପାନ କରି ଅଶାନ୍ତି ଓ ହଙ୍ଗାମା ସୃଷ୍ଟି କରୁଥିବା ନେଇ ଲଗାତାର ଅଭିଯୋଗ ଆସୁଥିଲା। ଏହାକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ବ୍ୟାପକ ଚେକିଂ କରାଯାଇଥିଲା।ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧମୂଳକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ଦିନରେ ବେଆଇନ ନିଶା କାରବାର ଓ ଖୋଲା ମଦ୍ୟପାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏଭଳି ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

ପଢନ୍ତୁ ଏହି ଖବର: ନିଶା ବେପାରୀଙ୍କୁ ଛାଡ଼ ନାହିଁ,ନିଶା ମୁକ୍ତ ହେବ ଓଡିଶା

ସେପଟେ ରାଜଧାନୀରେ ବି ନିଶା କାରବାର ବିରୋଧରେ ଆକ୍ସନ ମୋଡରେ ପ୍ରଶାସନ। ରାଜଧାନୀରେ କମିଶନରେଟ ପୋଲିସ, ହେଲଥ, ଅବକାରୀ ଓ ଡ୍ରଗ୍ସ ସ୍କ୍ୱାଡ଼ର ମିଳିତ ଚଢାଉ। କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ସ୍ପେସିଆଲ ଡ୍ରାଇଭ୍ । ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ହୋଇଥିଲା ଚଢାଉ । ସ୍କୁଲ ଓ କଲେଜର ୫୦୦ ମିଟର ମଧ୍ୟରେ ନିଶାଦ୍ରବ୍ୟ ବିକ୍ରିକୁ ନେଇ ଲାଗିଛି କଡ଼ା କଟକଣା।

ସିଗାରେଟ, ଗୁଟଖା, ପାନମସଲା, ଗଞ୍ଜେଇ ଓ ଭାଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚାଲିଛି ରେଡ୍ । ଜାଗମରା ରୋଡ଼ ଓ ଗଣ୍ଡମୁଣ୍ଡା ଅଞ୍ଚଳର ବିଭିନ୍ନ ପାନ ଓ ଷ୍ଟେସନାରୀ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ରେଡ୍ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଶା କବଳରୁ ଦୁରେଇ ରଖିବା ପାଇଁ ପୋଲିସ ପକ୍ଷରୁ ଏହି ସ୍ପେସିଆଲ ଡ୍ରାଇଭ୍ ଜାରି ରହିଥିବା ବେଳେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଆଜି ଅମାନିଆ ଦୋକାନୀମାନଙ୍କ ଠାରୁ ୫ ହଜାର ଟଙ୍କା ଫାଇନ ଆଦାୟ କରିଛି ଡ୍ରଗ୍ସ ସ୍କ୍ୱାଡ଼ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored