Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, କଠୋର ନିର୍ଦ୍ଦେଶ ଜାରି କଲା ଶିଶୁ ଅଧିକାର ଆୟୋଗ

Odisha

Child Begging / ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, କଠୋର ନିର୍ଦ୍ଦେଶ ଜାରି କଲା ଶିଶୁ ଅଧିକାର ଆୟୋଗ

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, କଠୋର ନିର୍ଦ୍ଦେଶ ଜାରି କଲା ଶିଶୁ ଅଧିକାର ଆୟୋଗ
Child Beggars

Key Points

ରାଜ୍ୟର ବିଭିନ୍ନ ସହର ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶନାମା
ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ ପୌର କମିଶନରଙ୍କୁ ସ୍ୱତନ୍ତ୍ର ଚିଠି
ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରି କଲା ନିର୍ଦ୍ଦେଶନାମା । ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସ୍‌ ଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ପୌରପାଳିକା କମିଶନରଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ମୂଳତ୍ପାଟନ କରିବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ 'ଜିଲ୍ଲା ଟାସ୍କ ଫୋର୍ସ' ଗଠନ କରାଯିବ । ଏହି ଟିମ୍‌ରେ ପୋଲିସ ଅଧିକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ । ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Child Rights Commission Orders Crackdown on Child Begging Across State | Argus News