Videos
|
Odisha

Odisha flood news update today / ବନ୍ୟା ପରିଚାଳନା ନେଇ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବନ୍ୟା ପରିଚାଳନା ନେଇ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
Odisha flood update today

Key Points

ରାଜ୍ୟରେ ବନ୍ୟା ପରିଚାଳନା କରିବାକୁ ନେଇ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
  • Odisha flood control and relief 2026: ରାଜ୍ୟରେ ବନ୍ୟା ପରିଚାଳନା କରିବାକୁ ନେଇ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ଦାୟିତ୍ବ। ଆଉ ଏହି ଦାୟିତ୍ବ ନିଜେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଶନିବାର (ଅଗଷ୍ଟ ୧) ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।


  • ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଜିଲ୍ଲା, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ସହ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମନ୍ତ୍ରୀ ମଧ୍ୟ ପ୍ରଭାରୀ ମନ୍ତ୍ରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ସେଠାରେ ରିଲିଫ୍ ସହ ବନ୍ୟା ମୁକାବିଲା ସମ୍ପର୍କିତ କାର୍ଯ୍ୟର ତଦାରଖ କରିବେ।

    ଏହା ସହ ପଢନ୍ତୁ: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ₹୨,୧୧୭.୮୫ କୋଟିର ଅଗ୍ରୀମ ଆର୍ଥିକ ସହାୟତା

    ଅନ୍ୟପଟେ ଘାଇ ବଢ଼ାଇଛି ରାଜ୍ୟର କୋଣ ଅନୁକୋଣରେ ବନ୍ୟା ବିପନ୍ନଙ୍କ ଦୁଃଖ। ବିଭିନ୍ନ ନଦୀରେ ଘାଇ ଯୋଗୁ ବନ୍ୟାର ପ୍ରକୋପ ବଢ଼ିଯାଇଛି। ଦୁର୍ବଳ ନଦୀବନ୍ଧରେ ଘାଇ ଯୋଗୁ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ଯାଜପୁର ଜିଲ୍ଲାରେ ୭ ଘାଇ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ରୁ ଅଧିକ ଘାଇ ହୋଇଥିବାର ଖବର ଆସିଛି।

    ଚଳିତ ବର୍ଷ ଦେଶର ୭ ବନ୍ୟା ପ୍ରଭାବିତ ରାଜ୍ୟଙ୍କ ପାଇଁ କେନ୍ଦ୍ରୀୟ ସହାୟତା ପାଇଁ ଯୋଗାଇ ଦେଇଛନ୍ତି। ଯାହା ମଧ୍ୟରେ ଓଡ଼ିଶା। ବନ୍ୟା ପ୍ରଭାବିତ ରାଜ୍ୟକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ଦୃଢ଼ ପ୍ରତିବଦ୍ଧତା ଦେଖାଇଛନ୍ତି। ୭ ବନ୍ୟା ପ୍ରଭାବିତ ରାଜ୍ୟ ମଧ୍ୟରୁ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ସହାୟତା ରାଶି ମଞ୍ଜୁର ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: