Cyclone Arnab / ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
·4 mins ago·2 min read

Key Points
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ ଅନ୍ୟ ବିଧାୟକ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ନେଇ ଚର୍ଚ୍ଚା ହୋଇଛି ।
ଭୁବନେଶ୍ଵର: ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଏ ସମ୍ପର୍କରେ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ବିଧାୟକ ମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଏହି ଆଲୋଚନାରେ ବିଧାୟକ ମାନେ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "ଗଞ୍ଜାମ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଦିଆଯିବ ନାହିଁ ।"
ଏଥିସହ ପଢ଼ନ୍ତୁ: 'ଅର୍ଣ୍ଣବ'ରେ ବିଦ୍ୟାଳୟ କ୍ଷତିଗ୍ରସ୍ତ; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଲେ ବଡ଼ ଘୋଷଣା
ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍ ସହିତ ମଧ୍ୟ ସାରା ରାଜ୍ୟର ପରିସ୍ଥିତି ସହିତ ଗଞ୍ଜାମ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ରିଲିଫ୍ ଯୋଗାଇ ଦେବା ସହିତ ବିଭିନ୍ନ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ୱ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା ମାଗିଲା ୨୫୨୬ କୋଟି
ସେପଟେ କେନ୍ଦ୍ରୀୟ ଟିମ୍ ଆଗରେ ୨ ହଜାର ୫୨୬ କୋଟି ଟଙ୍କାର କ୍ଷୟକ୍ଷତି ସହାୟତା ଦାବି ରଖିଛନ୍ତି ରାଜ୍ୟ ସରକାର । ଗଞ୍ଜାମ, ଗଜପତି ଓ କନ୍ଧମାଳର ପ୍ରାଥମିକ କ୍ଷୟକ୍ଷତି ଆକଳନ ଆଧାରରେ ଏହି ଦାବି ରଖାଯାଇଛି । କେବଳ କ୍ଷୟକ୍ଷତି ଭରଣା ନୁହେଁ, ତିନି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସ୍ଥାୟୀ ମୁକାବିଲା ପାଇଁ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମଧ୍ୟ ଦାବି କରିଛି ଓଡ଼ିଶା ।
ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ । କେନ୍ଦ୍ରୀୟ ଟିମ୍ର ସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଏସ୍ଆରସି ରାଜେଶ ପ୍ରଭାକର ପାଟିଲ ।
ଏଥିସହ ପଢ଼ନ୍ତୁ: ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ନେଇ କେନ୍ଦ୍ର ନିକଟରେ ୨୫୨୬ କୋଟି ସହାୟତା ଦାବି କଲା ଓଡ଼ିଶା
ସେ ଆହୁରି ମଧ୍ୟ କହିଛନ୍ତି, "ବାତ୍ୟା ଓ ବନ୍ୟାରେ ଛାରଖାର ହୋଇଛି ଗଞ୍ଜାମ, ଗଜପତି ଓ କନ୍ଧମାଳ । ଅନେକ ଅଞ୍ଚଳରେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତିର ଭରଣା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଛି ଓଡ଼ିଶା ।"

ତିନି ଜିଲ୍ଲାର ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁସାରେ କେନ୍ଦ୍ରୀୟ କମିଟି ଆଗରେ ୨ ହଜାର ୫୨୬ କୋଟି ଟଙ୍କାର ସହାୟତା ଦାବି ରଖାଯାଇଛି । ଏଥିରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ଆଧାର କରାଯାଇଛି ।