Videos
|
Odisha

Cyclone Arnab / 'ଅର୍ଣ୍ଣବ'ରେ ବିଦ୍ୟାଳୟ କ୍ଷତିଗ୍ରସ୍ତ; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଲେ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·8 mins ago·2 min read
'ଅର୍ଣ୍ଣବ'ରେ ବିଦ୍ୟାଳୟ କ୍ଷତିଗ୍ରସ୍ତ; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଲେ ବଡ଼ ଘୋଷଣା
Odisha Students to Get New Books After Cyclone Arnab Damage

Key Points

ବିଶେଷ କରି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟମାନଙ୍କରେ ବହୁତ କ୍ଷୟକ୍ଷତି ହୋଇଛି । ପିଲାମାନଙ୍କର ବହି ନଷ୍ଟ ହୋଇ ଯାଇଛି । ଆବଶ୍ୟକତା ଅନୁସାରେ ନୂଆ ବହି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି ।
ଭୁବନେଶ୍ଵର: ଭୀଷଣ ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଭାବିତ ହୋଇଛି । ଲୋକଙ୍କ ଘର ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଲୋକଙ୍କ ସବୁକିଛି ଭାସି ଯାଇଛି । ଆଉ ଏଥିର ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ଅଧିକାଂଶ ସ୍ଥାନରେ ପିଲାଙ୍କ ବହି ନଷ୍ଟ ହୋଇ ଯାଇଛି । କିଛି ସ୍ଥାନରେ ବିଦ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ମାଲକାନଗିରିରେ ସେଭଳି କିଛି କ୍ଷୟକ୍ଷତି ବିଦ୍ୟାଳୟଗୁଡ଼ିକରେ ହୋଇ ନାହିଁ । ବିଶେଷ କରି ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟମାନଙ୍କରେ ବହୁତ କ୍ଷୟକ୍ଷତି ହୋଇଛି । ପିଲାମାନଙ୍କର ବହି ନଷ୍ଟ ହୋଇ ଯାଇଛି । ଆବଶ୍ୟକତା ଅନୁସାରେ ନୂଆ ବହି ଯୋଗାଣ ପାଇଁ ବ୍ୟବସ୍ଥା କରୁଛୁ ।"

ଏଥିସହ ପଢ଼ନ୍ତୁ: ବନ୍ୟା ଛାଡ଼ିଗଲା, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ଛାଡ଼ିଲାନି… ଉଜୁଡ଼ିଗଲା ବର୍ଷକର ରୋଜଗାର 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି । BSE ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ବହି ଯୋଗାଇ ଦିଆଯିବ । ଏଥିସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟମାନଙ୍କରେ ହୋଇଥିବା କ୍ଷୟକ୍ଷତି ନେଇ ରିପୋର୍ଟ ମଗା ଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ପୁନରୁଦ୍ଧାର କରାଯିବ । ଆଗାମୀ ଦିନରେ ବିଦ୍ୟାଳୟକୁ ସଜାଡ଼ିବୁ । ପିଲାମାନେ ଯେଭଳି ସ୍ଵାଭାବିକ ପରିସ୍ଥିତିରେ ବିଦ୍ୟାଳୟରେ ପାଠ ପଢ଼ି ପାରିବେ ତାର ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ଧ୍ର ପରେ ବାତ୍ୟା 'ଅର୍ଣ୍ଣବ'ର ସର୍ବାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲା ଉପରେ ପଡ଼ିଥିଲା । ଯେଉଁଥିରେ ଏକାଧିକ ବିଦ୍ୟାଳୟ କ୍ଷତିଗ୍ରସ୍ତ ହେବା ସହ ପିଲାମାନଙ୍କ ପଢ଼ା ବହି ନଷ୍ଟ ହୋଇ ଯାଇଛି । ଯାହାକୁ ନେଇ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛି ଗଣଶିକ୍ଷା ବିଭାଗ । ରିପୋର୍ଟ ଆସିବା ପରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକ୍ରମ କରାଯିବ ।

ଏଥିସହ ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ SRC ମଞ୍ଜୁର କଲେ ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ଖରାରେ ଶୁଖୁଛି ବହି

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଭିତରେ ଗଞ୍ଜାମର ପୁରୁଷୋତ୍ତମପୁରରୁ ଆସିଛି ଚିତ୍ର । ଯେଉଁଠି ଖରାରେ ଶୁଖୁଛି ବହି ଓ ଖାତା, ଆଉ ମନରେ ଚାଲିଛି ଭବିଷ୍ୟତ ଗଢ଼ିବାର ସଂଘର୍ଷ । ବନ୍ୟା ପାଣି ସବୁକିଛି ଓଦା କରିଦେଇଛି। ଭିଜିଯାଇଛି ପାଠ୍ୟପୁସ୍ତକ, ନୋଟ୍‌ବୁକ୍ ଓ ନୋଟ୍‌ପ୍ୟାଡ୍ । ହେଲେ ଭିଜିନାହିଁ ସ୍ୱପ୍ନ, ମଉଳିନାହିଁ ଭବିଷ୍ୟତ ଗଢ଼ିବାର ଆଶା ।

ପୁରୁଷୋତ୍ତମପୁରର ଯୁକ୍ତ ଦୁଇ ଛାତ୍ରୀ ସରସ୍ୱତୀ ନାଏ ବନ୍ୟା ପାଣିରେ ଭିଜିଯାଇଥିବା ନିଜର ସମସ୍ତ ବହି, ଖାତା ଓ ନୋଟ୍‌ପ୍ୟାଡ୍‌କୁ ଖରାରେ ଶୁଖାଉଛନ୍ତି । ଉଦ୍ଦେଶ୍ୟ ଗୋଟିଏ, ବହି ଶୁଖିବ, ପାଠପଢ଼ା ପୁଣି ଆରମ୍ଭ ହେବ ଏବଂ ସେ ନିଜ ସ୍ୱପ୍ନ ପୂରଣ ପାଇଁ ପରୀକ୍ଷା ଦେବେ ।