Independence Day / ମଧୁବାବୁ ପେନସନ ଯୋଜନାରେ ସାମିଲ୍ ହେବେ ଆଉ ୭ ଲକ୍ଷ ହିତାଧିକାରୀ: ମୁଖ୍ୟମନ୍ତ୍ରୀ
·43 mins ago·3 min read

Key Points
ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ଵର: ଏଣିକି ୬ ଥରରୁ ଅଧିକ ଥର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଇ ପାରିବେ । ସର୍ବୋଚ୍ଚ ବୟସ ୪୨ ପର୍ଯ୍ୟନ୍ତ ଆଶାୟୀଙ୍କ ସୁଯୋଗ ମିଳିବ । ଏନେଇ ସ୍ଵାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ୫ ବଡ଼ ଘୋଷଣା ମଧ୍ୟରେ- ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ନିଯୁକ୍ତିକୁ କୋହଳ କରାଯାଇଛି । ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ପାଠ୍ୟ ପୁସ୍ତକ ।
ଆଗାମୀ ଦୁଇରୁ ତିନି ବର୍ଷରେ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟକୁ ନିବେଶ ଆସୁଥିବାରୁ ଶିଳ୍ପ ପାଇଁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଉଛି ।
ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ବର୍ଷରେ ୨ ହଜାର ୨୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଛି ।
ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ । ୧୮ଟି ନୂଆ ମହାବିଦ୍ୟାଳୟ ଓ ୪ ନୂତନ ବିଶ୍ଵବିଦ୍ୟାଳୟ ଖୋଲାଯିବ । ୪ଟି ନୂଆ ମେଡିକାଲ କଲେଜ ଖୋଲିବ, ୨ ଟି ହୋମିଓପାଥି ମେଡିକାଲ ଖୋଲାଯିବ ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ
ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ ଏକବର୍ଷ ଥିଲା ଅତ୍ୟନ୍ତ ଘଟଣା ବହୁଳ । ଭାରତ ଉଭୟ ଆଭ୍ଯନ୍ତରୀଣ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମସ୍ଯାର ସମ୍ମୁଖୀନ ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇ, ଦେଶର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ସହିତ ମଜବୁତ୍ କରିଛନ୍ତି।"
ଆଜିର ଭାରତ ହେଉଛି ଆତ୍ମବିଶ୍ଵାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନରେ ଭରା ଭାରତ । ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ନାଗରିକ । ସେମାନେ ତାଙ୍କର ଛୋଟ ଛୋଟ ସମସ୍ଯାର ଆଶୁ ନିରାକରଣ ଚାହାନ୍ତି । ଯାହାକୁ ପ୍ରଧାନମନ୍ତ୍ରୀ ମୋଦିଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି ।
ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ଗଠନର ସବୁଠାରୁ ବଡ ପାଥେୟ ହେଉଛନ୍ତି ଏହାର ନାଗରିକ । ଆମ ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ନାଗରିକ ହେଉଛନ୍ତି ଜନଜାତି ସମ୍ପ୍ରଦାୟର ଓ ପ୍ରାୟ ୧୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି । ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ହେଉଛନ୍ତି କୃଷକ, ମତ୍ସ୍ୟଜୀବୀ । ଏହି ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ନ ହେଲେ, ସମୃଦ୍ଧ ଓଡିଶା କେବଳ ଏକ ପରିକଳ୍ପନାରେ ରହିଯିବ। ତେଣୁ, ଆମ ସରକାର ପ୍ରଥମ ଦିନରୁ ହିଁ ସମସ୍ତ ବର୍ଗଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଆସୁଛନ୍ତି ।
ଆମ ସରକାର 'ମିଶନ ପାୱାର' ଯୋଜନା ପ୍ରଣୟନ କରିଛନ୍ତି । ଯାହା ମାଧ୍ୟମରେ ଆସନ୍ତା ୨୦୨୭ ମସିହା ଶେଷ ସୁଦ୍ଧା, ସବୁ ଗାଁକୁ ଏହି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜଣେ ସାଧାରଣ ଲୋକ ପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ହେଉଛି ସବୁଠାରୁ ବଡ଼ ଆକାଂକ୍ଷା । କାରଣ ଗୋଟିଏ ପରିବାରର ଏକ ସିଂହ ଭାଗ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ ହୋଇଥାଏ ।
ଲୋକଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ଆମ ସରକାର ତାର ପ୍ରତିଶ୍ରୁତିକୁ ପାଳନ କରିଚାଲିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ‘କେଜି ରୁ ପିଜି’ ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ନିଃଶୁଳ୍କ କରିବା ହେଉଛି ଏହାର ସବୁଠାରୁ ବଡ ଉଦାହରଣ। ଅର୍ଥାତ୍, ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ତଥା ସରକାରୀ ଅନୁଦାନ ପ୍ରାପ୍ତ ଅନୁଷ୍ଠାନରେ ଶିକ୍ଷାକୁ ସଂପୂର୍ଣ୍ଣ ଦେୟ ମୁକ୍ତ କରାଯାଇଛି ।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଏଇ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆ ଯାଇଛି । ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି।
ପ୍ରଥମ ଥର ପାଇଁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବିଦ୍ୟାଳୟ ଗୁଡ଼ିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା । ଏହା ସହିତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ । ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ସହିତ ୪ଟି ନୂଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାଜପୁର, ତାଳଚେର ଓ କନ୍ଧମାଳ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ଆଉ ୪ଟି ନୂତନ ଓ ଆଧୁନିକ ମେଡିକାଲ କଲେଜ ଓ ୭ଟି ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଏହା ସହିତ ରାଜ୍ୟରେ ୩ଟି ନୂତନ ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ୍ ମେଡିକାଲ କଲେଜ ମଧ୍ୟ ଖୋଲାଯିବ । ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories