Investment Promotion / ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, UAEରେ ଓଡ଼ିଶାର ନିବେଶ ପ୍ରଚାର ଆରମ୍ଭ
·21 mins ago·1 min read

Key Points
ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
UAEରେ ଓଡ଼ିଶାର ନିବେଶ ପ୍ରଚାର ଆରମ୍ଭ
ନିବେଶକଙ୍କ ସହ ଆଲୋଚନା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । UAEରେ ଓଡ଼ିଶାର ନିବେଶ ପ୍ରଚାର ଆରମ୍ଭ। ନିବେଶକଙ୍କ ସହ ଆଲୋଚନା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । UAEରେ ଓଡ଼ିଶାର ନିବେଶ ସମ୍ଭାବନାକୁ ନେଇ ହାଇଲେଭଲ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ UAEରେ ବିଭିନ୍ନ ନିବେଶକ, ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର ୧୨ରେ ଭାରତ ଫେରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ IPICOLର ବରିଷ୍ଠ ଅଧିକାରୀମାନେ ରହିଛନ୍ତି।''
ଏଥିସହ ପଢ଼ନ୍ତୁ: ଡ୍ରାଇଭର-ରଙ୍ଗମିସ୍ତ୍ରୀ ସାଜିଲେ ଡାଇରେକ୍ଟର; କୋଟି କୋଟି ଟଙ୍କାର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟ୍କ ପର୍ଦ୍ଦାଫାସ୍
ଆଜିଠାରୁ ଆରମ୍ଭ ହେବାକୁ ଥିବା ହାଇଲେଭଲ୍ ବିଜନେସ୍ ଓ ଇନଭେଷ୍ଟର୍ ମିଟିଂର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। UAEର ନିବେଶକ, ବିଭିନ୍ନ ପ୍ରତିଷ୍ଠାନ ଓ ବ୍ୟବସାୟିକ ନେତୃତ୍ୱଙ୍କ ସହ ହେବାକୁ ଥିବା ଆଲୋଚନାକୁ ଫଳପ୍ରଦ ଓ ନିର୍ଦ୍ଦିଷ୍ଟ ଫଳାଫଳ ଭିତ୍ତିକ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହାସହ UAEରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତ-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ଜନସମ୍ପର୍କ ବୃଦ୍ଧିର ସୁଯୋଗ ନେଇ ଆଲୋଚନା ହୋଇଛି। UAEରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ନିରନ୍ତର ସହଯୋଗ, ସୁବିଧା ଓ ସହଜ ଜୀବନଯାପନ ସୁନିଶ୍ଚିତ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। UAE ଓ ଓଡ଼ିଶା ମଧ୍ୟରେ ସମ୍ପର୍କର ସେତୁ ଭାବେ ପ୍ରବାସୀ ଓଡ଼ିଆମାନଙ୍କ ଅବଦାନକୁ ସେ ସ୍ୱୀକାର କରିଛନ୍ତି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories