Videos
|
Odisha

Cyber Fraud / ଡ୍ରାଇଭର-ରଙ୍ଗମିସ୍ତ୍ରୀ ସାଜିଲେ ଡାଇରେକ୍ଟର; କୋଟି କୋଟି ଟଙ୍କାର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟ୍‌କ ପର୍ଦ୍ଦାଫାସ୍

Sushanta Sahoo
Browse all articles by Sushanta Sahoo
·37 mins ago·2 min read
ଡ୍ରାଇଭର-ରଙ୍ଗମିସ୍ତ୍ରୀ ସାଜିଲେ ଡାଇରେକ୍ଟର; କୋଟି କୋଟି ଟଙ୍କାର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟ୍‌କ ପର୍ଦ୍ଦାଫାସ୍
Fake Companies, 25 Bank Accounts

Key Points

୧୪ ବ୍ୟାଙ୍କରେ ୨୫ଟି ବେନାମୀ ଆକାଉଣ୍ଟ
ଡ୍ରାଇଭର ଓ ରଙ୍ଗମିସ୍ତ୍ରି ସାଜିଥିଲେ କମ୍ପାନୀର ଡାଇରେକ୍ଟର
ଆକାଉଣ୍ଟ ପିଛା ୨୦ରୁ ୫୦ ହଜାରରେ ହେଉଥିଲା ବିକ୍ରି
୩ ସଂସ୍ଥା ନାଁରେ ୧୦୭ଟି ସାଇବର ଠକେଇ ଅଭିଯୋଗ
ଭୁବନେଶ୍ଵର: ନକଲି କମ୍ପାନୀ... ନକଲି ଆକାଉଣ୍ଟ... ଆଉ ଏହି ଆକାଉଣ୍ଟରେ ଚାଲିଥିଲା ସାଇବର ଠକେଇର ମାୟାଜାଲ । ଭୁବନେଶ୍ୱରରେ ଏକ ବଡ଼ ବେନାମୀ ଆକାଉଣ୍ଟ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ସାଇବର ଥାନା ପୋଲିସ । ୧୪ରୁ ଅଧିକ ବ୍ୟାଙ୍କରେ ଖୋଲାଯାଇଥିଲା ୨୫ଟି ନକଲି ଆକାଉଣ୍ଟ ।

ପରେ ଏହି ସବୁ ଆକାଉଣ୍ଟକୁ ଦିଲ୍ଲୀ, କୋଲକାତା ଓ ମୁମ୍ବାଇର ସାଇବର ଠକଙ୍କୁ ମୋଟା ଅଙ୍କରେ ବିକ୍ରି କରୁଥିଲେ ଠକ । ପ୍ରାୟ ୩୫ ଲକ୍ଷ ଟଙ୍କା ଠକେଇ ମାମଲାରେ ୩ ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛି ।

ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ୩ ପ୍ରମୁଖ ପରିଚୟକୁ ମିଳିଲା 'ଟ୍ରେଡମାର୍କ' 

କମ୍ପାନୀ ନାଁରେ ଆକାଉଣ୍ଟ ଖୋଲୁଥିଲେ... ଆଉ ସେହି ଆକାଉଣ୍ଟକୁ ସାଇବର ଠକଙ୍କୁ ବିକ୍ରି କରୁଥିଲେ । 'ପିପି ହସପିଟାଲିଟି ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍' ନାଁରେ ଖୋଲାଯାଇଥିଲା ନକଲି କମ୍ପାନୀ । ଭୁବନେଶ୍ୱରର ୧୪ରୁ ଅଧିକ ବ୍ୟାଙ୍କରେ ଏହି କମ୍ପାନୀ ନାଁରେ ୨୫ଟି ଆକାଉଣ୍ଟ ଖୋଲା ଯାଇଥିଲା । ଆକାଉଣ୍ଟ ପିଛା ୨୦ରୁ ୫୦ ହଜାର ଟଙ୍କା ନେଇ ଏହାକୁ ବାହାର ରାଜ୍ୟର ଠକଙ୍କୁ ଦେଉଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋବାଇଲ୍ ହ୍ୟାକରୁ ଖୋଲିଲା ଗୁମର

ଜଣେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ମୁଖ୍ୟଙ୍କ ମୋବାଇଲ୍ ହ୍ୟାକ୍ ହେବା ପରେ ଏହି ରାକେଟ୍‌ର ଗୁମର ଖୋଲିଛି । ତାଙ୍କ ଫଟୋ ଓ ନମ୍ବର ବ୍ୟବହାର କରି ଭେଣ୍ଡରଙ୍କଠାରୁ ଟଙ୍କା ଲୁଟିଥିଲେ ଠକ । ସନ୍ଦେହ ହେବାରୁ ମାମଲା ପୋଲିସ ପାଖରେ ପହଞ୍ଚିଥିଲା ଏବଂ ପର୍ଦ୍ଦାଫାସ୍ ହୋଇଥିଲା ପୂରା ନେଟୱର୍କ । ଏହି ମାମଲାରେ ଜିତେନ୍ଦ୍ର କୁମାର ଖୁଣ୍ଟିଆ, ପୁରୁଷୋତ୍ତମ ବେହେରା ଓ ରାଜେଶ କୁମାର ଜେନାଙ୍କୁ ଗିରଫ କରାଯାଇଛି ।

୩ଟି ସଂସ୍ଥା ନାଁରେ ୧୦୭ ଅଭିଯୋଗ

କେବଳ ଗୋଟିଏ କମ୍ପାନୀ ନୁହେଁ, ପିଆର୍ ଟ୍ରେଡର୍ସ' ଓ 'ବିଜମର୍ଫ ମଲ୍ଟି ପ୍ରାଇଭେଟ୍ ଲିମିଟେଡ୍' ଭଳି ଅନ୍ୟ ସଂସ୍ଥା ନାଁରେ ମଧ୍ୟ ଏଭଳି ଆକାଉଣ୍ଟ ଖୋଲା ଯାଇଥିଲା । ଏହି ୩ଟି ସଂସ୍ଥା ନାଁରେ ଦେଶର ବିଭିନ୍ନ ସ୍ଥାନରେ ମୋଟ ୧୦୭ଟି ଅଭିଯୋଗ ରହିଛି । ପୋଲିସ ଚଢ଼ାଉ ବେଳେ ୩ଟି ମୋବାଇଲ୍, ୧୦ଟି ଡେବିଟ୍ କାର୍ଡ, ୯ଟି କ୍ରେଡିଟ୍ କାର୍ଡ ସହ ବହୁ ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଏଥିରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଅଛି କି ନାହିଁ, ତାହାକୁ ନେଇ ମଧ୍ୟ ଛାନ୍‌ଭିନ୍ ଚାଲିଛି ।

ବଲାଙ୍ଗିର ସାଇବର ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ନକଲି କମ୍ପାନୀ ନାଁରେ ମ୍ୟୁଲ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିବା ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହାର ଚେର ବଲାଙ୍ଗିରରୁ ସିଧାସଳଖ ଛତିଶଗଡ଼ ଲମ୍ବିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ମହିଳା ରୋଷେୟାଙ୍କୁ ଦୁଷ୍କର୍ମ, ବାନ୍ଧା ହେଲା ଘର ମାଲିକ; ଭଡ଼ା ଘରେ ବି ଯୁବତୀଙ୍କୁ ଛାଡ଼ିଲେନି 

କିଛିଦିନ ତଳେ ପୁରୀରୁ ମଧ୍ୟ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ ହୋଇଥିଲା । ବେନାମୀ ଆକାଉଣ୍ଟଗୁଡ଼ିକ ସାଇବର ଠକଙ୍କ ପାଇଁ ଟଙ୍କା ନେଣଦେଣର ମୁଖ୍ୟ ମାଧ୍ୟମ ପାଲଟିଥିଲା । ଏବେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ବେଳେ ମାଷ୍ଟରମାଇଣ୍ଡ କୃଷ୍ଣଚନ୍ଦ୍ର ବେହେରାକୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି ।