Videos
|
Odisha

Odisha Politics / ଆନ୍ଦୋଳନ ବେଳେ ଧରା ପଡ଼ିଲା BJDର ଅନ୍ତଃକନ୍ଦଳ; ଧାରଣସ୍ଥଳକୁ ଆସିଲେନି ଦଳର ବରିଷ୍ଠ ନେତା

Sushanta Sahoo
Browse all articles by Sushanta Sahoo
·42 mins ago·2 min read
ଆନ୍ଦୋଳନ ବେଳେ ଧରା ପଡ଼ିଲା BJDର ଅନ୍ତଃକନ୍ଦଳ; ଧାରଣସ୍ଥଳକୁ ଆସିଲେନି ଦଳର ବରିଷ୍ଠ ନେତା
BJD Leaders' Absence Raises Questions Over Party Unity

Key Points

ବିଜେଡିର MMDR ଲଢେଇରେ ଫାଟ ଜଳ ଜଳ
କୁଆଡ଼େ ଗଲେ ଦଳର ବ୍ଳୁ ଆଡ୍‌ ବୟ ବବି ଦାସ ?
ଆର୍ଟିକିଲ୍‌ ଲେଖିଲେ ହେଲେ ଅନୁପସ୍ଥିତ ସୁଜାତା କାର୍ତ୍ତିକେୟନ
ଭେଟେରାନ୍ ବଦ୍ରିନାରାୟଣ ପାତ୍ର ବି ଗାଏବ୍‌
ଭୁବନେଶ୍ଵର: ବିଜେଡିର MMDR ଲଢ଼େଇରେ ସାମ୍ନାକୁ ଆସିଛି ଦଳ ଭିତରର ତାମସା । ବ୍ୟାକ୍-ଟୁ-ବ୍ୟାକ୍ ସାମ୍ବାଦିକ ସମ୍ମିଳନୀ ଫସରଫାଟିବା ପରେ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲା । ହେଲେ ରାଜରାସ୍ତାରେ ହିଁ ପଦାରେ ପଡ଼ିଛି ବିରୋଧୀ ଦଳ ଭିତରର ସୀମାହୀନ ଫାଟ ।

ବ୍ୟାକ୍‌ ଟୁ ବ୍ୟାକ୍‌ ସାମ୍ବାଦିକ ସମ୍ମିଳନୀ । ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଚେଷ୍ଟା ଫସର ଫାଟିବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ହେଲେ ବିକ୍ଷୋଭ ବେଳେ ଜଣା ପଡ଼ିଲା ଦଳ ଭିତରେ ସବୁ କିଛି ଠିକ୍‌ ଠାକ୍‌ ଚାଲିନି । ପ୍ରଥମ କଥା ହେଲା ମୁଖିଆ ନବୀନ ପଟ୍ଟନାୟକ ଓଡ଼ିଶାରେ ନଥାଇ ଦଳ ଆନ୍ଦୋଳନର ଡାକରା ଦେଲା ।

ଏଥିସହ ପଢ଼ନ୍ତୁ: ନୂଆ ଟିମ୍ ଘୋଷଣାର ୨୪ ଘଣ୍ଟା ନପୂରୁଣୁ କଂଗ୍ରେସରେ ଅସନ୍ତୋଷ 

ୟା ଭିତରେ ଧାରଣସ୍ଥଳକୁ ଆସିଲେନି ଦଳର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର, ବବି ଦାସ, ସନ୍ତୃପ୍ତ ମିଶ୍ର କି ପ୍ରତାପ ଦେବ । ମିସେସ୍‌ ପାଣ୍ଡିଆନ୍‌ଙ୍କୁ ନେଇ ଏମିତିରେ ଦଳରେ ଭିତରେ ଅସନ୍ତୋଷ ଲାଗି ରହିଛି । ଏସବୁ ଖାତିର୍‌ ନକରି ନିଜ ଶକ୍ତି ପ୍ରଦର୍ଶନ ପାଇଁ MMDRରୁ ପ୍ରସଙ୍ଗ କରି ସୁଜାତା ଲେଖିଲେ ଖବରକାଗଜରେ ଆଲେଖ୍ୟ । ଏହାପରେ ସମସ୍ତଙ୍କ ନଜର ଥିଲା ଆଜିର ଆନ୍ଦୋଳନ ଉପରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖରାବର୍ଷାକୁ ଖାତିର୍‌ ନକରି ନେତା କର୍ମୀ ଆସିଲେ ବିକ୍ଷୋଭ ସ୍ଥଳକୁ । ହେଲେ ନିଜେ ସୁଜାତା କିନ୍ତୁ ଆସିଲେନି । ଦଳର ଅନ୍ୟତମ ଭେଟେରାନ୍‌ ରାଜା ସ୍ୱାଇଁ ବିକ୍ଷୋଭସ୍ଥଳକୁ ଗଲେନି ମାତ୍ର ଲୋକଭବନରେ ଠାରେ ସିଧା ଏଣ୍ଟ୍ରି ମାରିଲେ । ଦିନେ ବିକ୍ଷୋଭ, ଧର୍ମଘଟ, ଆନ୍ଦୋଳନ ବେଳେ ଆଗଧାଡିରେ ରହୁଥିବା ନେତାଙ୍କ ଆଜିର ଅନୁପସ୍ଥିତିକୁ ନେଇ ଆଜି ହଟଚମଟ ସୃଷ୍ଟି ହୋଇଛି । ସଫା ସଫା କହିବାକୁ ଗଲେ ଦଳରେ ସବୁ ଠିକ୍‌ ଚାଲିନଥିବା କଥାକୁ ଇସାରା କରୁଛି ।

ଏଥିସହ ପଢ଼ନ୍ତୁ: ଶାଳୀନତା ଭୁଲିଗଲେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ; ଅଭିଯୋଗ ଶୁଣିବା ବଦଳରେ ଖୋଲାଖୋଲି କଲେ ଗାଳି ଗୁଲଜ 

MMDR ଆଇନ୍ ପ୍ରତ୍ୟାହାର ଦାବିରେ ବିଜେଡି ଆଜି ଲୋକଭବନ ଆଗରେ ଧାରଣ ଦେଇଥିଲା । ବିଜେଡିର ବରିଷ୍ଠ ନେତାଙ୍କ ସହ ମହିଳା, ଯୁବ ଓ ଛାତ୍ର ସଂଗଠନ ଯୋଗ ଦେଇଥିଲେ । ଆଗକୁ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ ଦେଇଛି ।

ସେପଟେ କଂଗ୍ରେସର ୪ ବିଧାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି MMDRକୁ ନେଇ ସରକାରକୁ ଘେରିଛନ୍ତି । ବିରୋଧୀଙ୍କୁ କଡ଼ା ଜବାବରେ ବିଜେପି କହିଛି, ଏମିତି କେବଳ ରାଜନୀତି କଲେ ହେବନି, ଆଲୋଚନାକୁ ଆସି କ୍ଷତିର ହିସାବ ଦିଅନ୍ତୁ ବିରୋଧୀ । MMDR ବିଲ୍‌କୁ ନେଇ ବିଜେଡି ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ଆଗଧାଡିର ନେତାଙ୍କ ଅନୁପସ୍ଥିତି ଦଳରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି ।