Vigilance Raid / ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ, ଏକାସାଙ୍ଗେ ଚାଲିଛି ୪ ଜିଲ୍ଲାରେ ରେଡ୍
·4 months ago·2 min read

Key Points
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ବିଜୟ କୁମାର ମହାନ୍ତି
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍
ଭଦ୍ରକ, ଭୁବନେଶ୍ୱର,କେନ୍ଦୁଝର ଓ ବାଲେଶ୍ୱରର ଘରେ ରେଡ୍

ଭଦ୍ରକ, ୧୪/୦୫: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ । ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଘରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଚାଲିଛି । ଭୁବନେଶ୍ୱର, କେନ୍ଦୁଝର, ବାଲେଶ୍ୱରରେ ଚାଲିଛି ଚଢାଉ । ପୈତୃକ ଘର ସହ ଭଦ୍ରକ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ରେଡ୍।
ଖବର ଅନୁଯାୟୀ, ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା କାଡା ଡିଭିଜନ୍ର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ବିଜୟଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଙ୍ଗଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ଵର ମଳିପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।
ପଢନ୍ତୁ ଏହି ଖବର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ପେଟ୍ରୋଲ ବ୍ୟବହାର କମାଇବା ପାଇଁ ମନ୍ତ୍ରୀଙ୍କ ପଦକ୍ଷେପ
କିଛିଦିନ ତଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଡ଼ହ ଜଳଭଣ୍ଡାରର ଯନ୍ତ୍ରୀ ପଞ୍ଚୁ ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚୁ ବେହେରାଙ୍କ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢାଉରେ ୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ। ମଲ୍ଟି-ଷ୍ଟୋର୍ ବିଲ୍ଡିଂ ଓ ୫ଟି ମୂଲ୍ୟବାନ ପ୍ଲଟ ବି ଠାବ କରିଥିଲା ଭିଜିଲାନ୍ସ। ଏସ୍ଡିଓ ପଞ୍ଚୁ ବେହେରା ପ୍ରମୁଖ ସ୍ଥାନରେ ଜମି, ତା’ ସହ ୩ ମହଲା କୋଠା। ପତ୍ନୀଙ୍କ ନାଁରେ ଜେସିବି ଓ ମିକ୍ସର ମେସିନ୍। ନିଜେ ଚଢ଼ୁଥିଲେ ହ୍ୟୁଣ୍ଡାଇ ଆଇ-୨୦ ଦାଣ୍ଡରେ ଥିଲା ୩ଟି ଦୁଇଚକିଆ। କିଣିଥିଲେ ସୁନା ବିସ୍କୁଟ୍ ଓ କଏନ୍ ହେଲେ ବାବୁଙ୍କ ଦରମା ମୋଟ ୧୪ ହଜାର ଛୁଇଁନି ଡହ ଜଳସେଚନ ପ୍ରକଳ୍ପ ଏସ୍ଡିଓ ପଞ୍ଚୁ ବେହେରାଙ୍କ ମୁଖା ଖୋଲିଥିଲା ଭିଜିଲାନ୍ସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Related Topics
Explore more stories