Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ଜୟଙ୍କ ପାଇଁ ଭୋଟ ମାଗିବେ ମୋହନ ଓ ବିଷ୍ପୁଦେଓ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଜୟଙ୍କ ପାଇଁ ଭୋଟ ମାଗିବେ ମୋହନ ଓ ବିଷ୍ପୁଦେଓ

Key Points

ଘାସିରାମଙ୍କ ପାଇଁ ଆସିପାରନ୍ତି ରେବନ୍ତ ରେଡ୍ଡୀ । 
ପ୍ରଚାରର ଶେଷ ଦିନ ଅଖିଳେଶ ଯାଦବ ବି ଆସିପାରନ୍ତି ନୂଆପଡ଼ା ।

ଗୁରୁବାର ନୂଆପଡ଼ା ଦେଖିବ ହାଇଭୋଲଟେଜ ପ୍ରଚାର । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ସିଏମ୍ ମୋହନ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ । ୭ରେ ଘାସିରାମଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ପ୍ରଚାରର ଶେଷ ଦିନରେ ଆସିପାରନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ହାତରେ ସମୟ କମ.. ପ୍ରଚାର ମଇଦାନରେ ଦିନରାତି ଏକ କରିଛନ୍ତି ନେତା । ଗୁରୁବାର ଜୟଙ୍କ ପାଇଁ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବି କରିବେ ପ୍ରଚାର । କୋମନାରେ ମୁଖ୍ୟମନ୍ତ୍ରୀଙ୍କ ରାଲି ଥିବାରୁ ବୁଧବାର ଏଠି ପ୍ରସ୍ତୁତି ସହ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ବିଜେପି ଯୁବମୋର୍ଚ୍ଚାର ଟିମ । କୋମନାରେ ଆଜି ନିଜେ ଜୟ ଢୋଲକିଆ ଘର ଘର ବୁଲି ପ୍ରଚାର କିରିଥିବା ବେଳେ ଶକ୍ତିପଦର୍ଶନ କରିବ ବିଜେପି ।

ଦେଖନ୍ତୁ ଏହି ଖବର: ପୁରୁଣା କଥା ମନେ ପକାଇଲେ ଜୟ ଢୋଲକିଆ...

ଗୋଡଫୁଲା ପଞ୍ଚାୟତରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ବାଇକ ରାଲି କରି ଘାସିରାମଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେପଟେ ଖରିଆର ରୋଡରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆ ଆଜି କରିଥିଲେ ପ୍ରଚାର । ଆଗକୁ ହେବ ହାଇଭୋଲଟେଜ ପ୍ରଚାର । ପ୍ରଚାର ମଇଦାନରେ ୩ ମୁଖ୍ୟମନ୍ତ୍ରୀ ସହ ଅଖିଳେଶ ଯାଦବ ବି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିପାରନ୍ତି ପ୍ରଚାର ।

ପ୍ରଚାର ଭିତରେ ଜୋର ଧରିଛି ଆରୋପ- ପ୍ରତ୍ୟାରୋପ ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ନିଶାନା କରୁଛନ୍ତି ତିନି ପ୍ରମୁଖ ଦଳ । କଂଗ୍ରେସ ତରଫରୁ ବୁଧବାର ସୁରେଶ କୁମାର ରାଉତରାୟ ସମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିଲେ । ବିଜେଡି ନେତ୍ରୀ ଟୁକୁନି ସାହୁ ଜୟଙ୍କୁ କୁପୁତ୍ର ବୋଲି ଆକ୍ଷେପ କରିବା ପରେ ଏହା କଡ଼ା ଜବାବ ଦେଇଥିଲେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା । ତେବେ ଜମୁଛି ପ୍ରଚାର କମ୍ପୁଛି ନୂଆପଡା ବିଧାନସଭା । ଆଉ ଦିନ କେଇଟା ପରେ ପଡିବ ମତଦାନ। ନୂଆପଡାବାସୀ ବାଛିବେ ନୂଆଁ ନେତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | Odisha CM Mohan Majhi and Vishnu Deo Sai will seek votes for Jaya Dholkia | Argus News