Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନତା- ସରକାର ମଧ୍ୟରେ ଥିବା ପାଚେରୀ ଭାଙ୍ଗିଲା

Smruti Parija
Browse all articles by Smruti Parija
·2 years ago·2 min read
ଜନତା- ସରକାର ମଧ୍ୟରେ ଥିବା ପାଚେରୀ ଭାଙ୍ଗିଲା

Key Points

- ଭାଙ୍ଗିଲା ବିଜେଡି ଶାସନରେ ଜନତା-ସରକାର ଭିତରେ ଥିବା ଲୁହା ପ୍ରାଚୀର 
- ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଚଳଚଞ୍ଚଳ 
- ଖୋଦ୍ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସିଧା ଶୁଣିଲେ ଲୋକଙ୍କ ଅଭିଯୋଗ 
- ପିପୁଲ୍ସ ସିଏମ ଭାବେ ନୂଆ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ: ରାଜ୍ୟରେ ସରକାର ବଦଳିଲା। ଜନତା- ସରକାର ମଧ୍ୟରେ ଥିବା ପାଚେରୀ ଭାଙ୍ଗିଲା। 2008 ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ଥିବା ଅଭିଯୋଗ ପ୍ରକୋଷ୍ଠ ପୁଣି ଚଳଚଞ୍ଚଳ ହୋଇଛି। ଲୋକଙ୍କର ଗୋଟି ଗୋଟି ଅଭିଯୋଗ ଶୁଣିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଦିନେ ନିର୍ଜନ ହୋଇ ପଡିଥିବା ଜାଗାରେ ଆଜି ହାଜର ହାଜର ଲୋକଙ୍କ ଭିଡ । କିଛି ଏମିତି ଥିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ । ହାତରେ ସମସ୍ୟା ସମ୍ବଳିତ ଦରଖାସ୍ତ ଓ ମନରେ ସମାଧାନର ଆଶା ନେଇ ରାଜ୍ୟର କୋଣ ଅନୁକୋଣରୁ ଧାଇଁ ଆସିଥିଲେ ଏହି ଲୋକମାନେ। କେନ୍ଦୁଝର ଘଷିପୁରା ବ୍ଲକ କାଠପାଳ ଗାଁର ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସରକାରୀ ଆବାସ କିମ୍ବା ଟ୍ରାଇ ସାଇକେଲ ଖଣ୍ଡେ ଆଜିଯାଏ ମିଳିନି ।  

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅସୁବିଧା ଜଣାଇବା ପରେ ସମସ୍ୟାର ସମାଧାନର ମିଳିଛି ପ୍ରତିଶ୍ରୁତି । ଏ ହେଉଛନ୍ତି ଢେଙ୍କାନାଳରୁ ଆସିଥିବା ଆଉ ଜଣେ ଦିବ୍ୟାଙ୍ଗ। ମାଲକାନଗିରି ଜେଇ, ଆଇଟିଡିଏ ଚାକିରି କଲା ବେଳେ 2022ରେ ବସ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ । ତେବେ ପୁଣି ଚାକିରୀରେ ଯୋଗ ଦେବା ପରେ ତାଙ୍କୁ ଆଉ ଦରମା ମିଳୁନି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ହାରାସ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି । ଆଉ ଏ ହେଉଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମାଣ୍ଡିଆ ଗାଁର ଆଦିବାସୀ ହରିଜନ ସାହିର ଲୋକ । ବିଜେଡିକୁ ଭୋଟ ଦେଲେନି ବୋଲି ରାସ୍ତା ତାଡିଦେଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ । କଲେଜ ଯାଉଥିବା ଝିଅ ମାନଙ୍କୁ କମେଣ୍ଟ କଲେ ବିଜେଡିର ପୂର୍ବତନ ସରପଞ୍ଚଙ୍କ ଗୁଣ୍ଡା ।  ଏସବୁ ଅଭିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇଛନ୍ତି ଏମାନେ । 

ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସହୋଯୋଗୀ ମାନେ ଧର୍ଯ୍ୟର ସହ ପ୍ରତ୍ୟେକ ଅଭିଯୋଗୀକାରୀଙ୍କ କଥା ଶୁଣିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ପାଇବା ପରେ ଏବେ ସେମାନଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି। ସପ୍ତାହର ପ୍ରତ୍ୟେକ ସୋମବାର ଏହି ଅଭିଯୋଗ ଶୁଣାଣି ହେବ। ଜିଲ୍ଲା ସ୍ତରରେ ଏହା ଅଧିକ ତ୍ଵରାନିତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ୁଛି । ଅନଲାଇନ ଓ ହ୍ବାଟସଆପ ନମ୍ବର ସହ ସିଧାସଳଖ ଅଭିଯୋଗ ପ୍ରକୋଷ୍ଠକୁ ଆସି ଲୋକ ପଞ୍ଜୀକରଣ କରିପାରିବେ । ଆଜି ସକାଳ 9ଟାରୁ 12 ଟା ଯାଏଁ ପଞ୍ଜୀକରଣ ସମୟ ସ୍ଥିର କରାଯିବା ସତ୍ତ୍ବେ ଅଧିକ ଭିଡ଼ ଯୋଗୁଁ ସାଢ଼େ ଗୋଟେ ଯାଏଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିଲା। ପୂର୍ବାହ୍ନ 11ଟାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟ କ୍ରମେ 30 ଜଣ ଲେଖାଏଁ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି 1550 ଅଭିଯୋଗକାରୀ ପଞ୍ଜୀକରଣ କରିଥିଲେ । 

ଅଗଷ୍ଟ 16 ତାରିଖ 2008ରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଦୀର୍ଘ 16 ବର୍ଷ ପରେ ବିଜେପି ସରକାର ଆସୁ ଆସୁ ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ପାଇଁ ବସିବା ଠାରୁ ଆରମ୍ଭ କରି ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Odisha CM Mohan Majhi begins hearing public grievances | Argus News