Odisha Flood / ଆକାଶରୁ ଗଞ୍ଜାମର ଦୁର୍ବିସହ ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ
·1 hour ago·2 min read

Key Points
ରାଜସ୍ଵ ମନ୍ତ୍ରୀ ଓ SRCଙ୍କ ସହ ୩ ଜିଲ୍ଲାର କଲେ ଏରିୟଲ ସର୍ଭେ
୨୧ଟି ସ୍ଥାନରେ ହେଲିକେପ୍ଟର ଦ୍ଵାରା ବଣ୍ଟାଗଲା ରିଲିଫ୍
ଗଞ୍ଜାମରେ ୨୩ ହଜାରରୁ ଊର୍ଦ୍ଧ୍ଵ ଲୋକ ସ୍ଥାନାନ୍ତର

ବ୍ରହ୍ମପୁର: ହେଲିକପ୍ଚରରେ ଆକାଶ ମାର୍ଗରୁ ଗଞ୍ଜାମ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ଵ ମନ୍ତ୍ରୀ ଏବଂ ଏସଆରସି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଯାଇ କରିଛନ୍ତି ସମୀକ୍ଷା । ବିଶ୍ଵବିଦ୍ୟାଳୟ ଅତିଥି ଭବନରେ ମନ୍ତ୍ରୀ ବିଧାୟକ, ଆରଡିସି ଏବଂ ଜିଲ୍ଲାପାଳଙ୍କ ସହ ବୈଠକ କରି ପ୍ରତିଶ୍ରୁତି ଦେଇଛନ୍ତି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।
ପିଏମ କିଷାନ ଯୋଜନାରେ କୃଷକ ମାନଙ୍କୁ ସହାୟତା ବାଣ୍ଟିବା ପରେ, ସିଧା ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଆଉ ସ୍ଵତନ୍ତ୍ର ହେଲିକେପ୍ଟରେ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ବାହାରିଥିଲେ । ସାଙ୍ଗରେ ଥିଲେ ରାଜସ୍ଵ ମନ୍ତ୍ରୀ ସୂରେଶ ପୂଜାରୀ, ଏସଆରସି ରାଜେଶ ପ୍ରଭାକର ପାଟିଲ ।
ଆକାଶ ମାର୍ଗରୁ ଗଞ୍ଜାମ ଜିଲ୍ଲାର ଦୁର୍ବିସହ ସ୍ଥିତି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଆସିକା, ଧରାକୋଟ, ହିଞ୍ଜିଳି, ପୁରୁଷୋତ୍ତମପୁର, ଶେରଗଡ଼, ସୋରଡ଼ା, ଭଞ୍ଜନଗର, ଛତ୍ରପୁର ସହ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରି ରଙ୍ଗେଇଲୁଣ୍ଡା ହେଲିପ୍ୟାଡରେ ଓହ୍ଲାଇଥିଲେ । ପରେ ବିଶ୍ଵବିଦ୍ୟାଳୟ ଅତିଥି ଭବନରେ ପହଞ୍ଚି ଜିଲ୍ଲାପାଳ, ଆରଡିସି ଏବଂ ମନ୍ତ୍ରୀ, ବିଧାୟକ ମାନଙ୍କ ସହ କରିଥିଲେ ସମୀକ୍ଷା ବୈଠକ ।
ଏଥିସହ ପଢ଼ନ୍ତୁ: ଭଞ୍ଜନଗରରେ ଭୂ-ସ୍ଖଳନ ପରେ ୧୨ ଜଣ ନିଖୋଜ ସୂଚନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୦ କୋଟି ଘୋଷଣା କରାଯାଇଛି । ଜିଲ୍ଲାକୁ ଆଗୁଆ ୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ରିଲିଫ ଓ ଉଦ୍ଧାର ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏରିଏଲ ସର୍ଭେରେ ଯିବା ପୂର୍ବରୁ ବି ସ୍ଥିତିର ସମୀକ୍ଷା କରି ଆକାଶ ମାର୍ଗରୁ ରିଲିଫ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଵ ମନ୍ତ୍ରୀ । ପ୍ରଶାସନ ପକ୍ଷରୁ ୪ଟି ହେଲିକପ୍ଚରରେ ଗଞ୍ଜାମର ୨୧ଟି ସ୍ଥାନରେ ଆକାଶମାର୍ଗରୁ ରିଲିଫ ବଣ୍ଟନ କରାଯାଇଛି ।
ଗଞ୍ଜାମରେ ରିଲିଫ ଏୟାର ଡ୍ରପିଂ
ପୁରୁଷୋତ୍ତମପୁରରେ ୭ଟି ଓ ହିଞ୍ଜିଳିରେ ୩ଟି ସ୍ଥାନରେ ଆକାଶମାର୍ଗରୁ ଦିଆଯାଇଛି ରିଲିଫ୍ । ଶେରଗଡ଼, ଧରାକୋଟ, ଆସ୍କା, ବେଲଗୁଣ୍ଠା, ଭଞ୍ଜନଗରରେ ଦୁଇଟି ଲେଖାଏଁ ସ୍ଥାନରେ ରିଲିଫ ଏୟାର ଡ୍ରପିଂ କରାଯାଇଛି । ଚିକିଟିର ଦୁଇଟି ସ୍ଥାନରେ ହେଲିକେପ୍ଟରରେ ବଣ୍ଟା ଯାଇଛି ରିଲିଫ ସାମଗ୍ରୀ ।
କେତେ ପ୍ରଭାବିତ ଗଞ୍ଜାମ ?
ଗଞ୍ଜାମର ମୋଟ ୨୪୨ ଗ୍ରାମ ପଞ୍ଚାୟତର ୩୬୬ ଗାଁ ୧୮ ସହରାଞ୍ଚଳ ପ୍ରଭାବିତ ହୋଇଛି । ୪୨ ହଜାର ୫୬୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩ ହଜାରରୁ ଊର୍ଦ୍ଧ୍ଵ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ୫୮୮ ଗର୍ଭବତୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୩୮୬ ମହିଳା ସୁରକ୍ଷିତ ପ୍ରସବ କରିଛନ୍ତି ।

ଅନ୍ୟ ପଟେ ଆଜି ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଗଞ୍ଜାମରେ ୩୫୨ ରିଲିଫ ସେଣ୍ଟର ଓ ଗଜପତିରେ ୩୪୦ ରିଲିଫ ସେଣ୍ଟର ଖୋଲାଯାଇଛି । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ପାଣି ଛାଡ଼ିବା ପରେ ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ । ଅନ୍ୟପଟେ ନଭେମ୍ବର ୨ରେ କ୍ଷୟକ୍ଷତି ଆକଳନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ ।