Landslide / ଭଞ୍ଜନଗରରେ ଭୂ-ସ୍ଖଳନ ପରେ ୧୨ ଜଣ ନିଖୋଜ ସୂଚନା
·45 mins ago·2 min read

Key Points
ଲୋକେ ଜଳବନ୍ଦୀ ଥିବାବେଳେ ଭୂସ୍ଖଳନରେ ୧୨ ଜଣ ନିଖୋଜ ହୋଇ ଯାଇଛନ୍ତି । ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁର ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।
ଭଞ୍ଜନଗର (ଗଞ୍ଜାମ): ଗଞ୍ଜାମ ଜିଲ୍ଲାରେ ବନ୍ୟା ଭିତରେ ବଡ଼ ଖବର । ଲୋକେ ଜଳବନ୍ଦୀ ଥିବାବେଳେ ଭୂସ୍ଖଳନରେ ୧୨ ଜଣ ନିଖୋଜ ହୋଇ ଯାଇଛନ୍ତି । ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁର ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଅବିରତ ବର୍ଷା ଯୋଗୁଁ ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ହୋଇଥିଲା । ଫଳରେ ଗିଡ଼ିପାବାଲି ଗାଁର ୧୨ ଜଣ ନିଖୋଜ ଥିବା ପ୍ରଶାସନ ନିକଟରେ ଖବର ରହିଛି ।
ଭଞ୍ଜନଗର ଉପ-ଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି, "୧୨ ଜଣ ନିଖୋଜ ଥିବା ବିଡିଓଙ୍କ ଠାରୁ ଖବର ପାଇଛୁ । କିଭଳି ଓ କେଉଁ ପରିସ୍ଥିତିରେ ଏତେ ଲୋକେ ନିଖୋଜ ହେଲେ ତଦନ୍ତ କରୁଛୁ ।"
ତେବେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଉକ୍ତ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରି ନାହିଁ । ପ୍ରଶାସନ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ନିଖୋଜ ରହିଥିବା ୧୨ ଜଣ କିଏ କିଏ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଗୋଟିଏ ପରିବାରର ୩ ଜଣଙ୍କ ମୃ*ତ୍ୟୁ; ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନ୍ଧମାଳରେ ୩ ମୃତ
ସେପଟେ ସୀମାନ୍ତ କନ୍ଧମାଳରେ ଭୂସ୍ଖଳନରେ ସ୍ଵାମୀ, ସ୍ତ୍ରୀ ସହ ୯ ମାସର ପୁଅ ଆଖି ବୁଜିଛନ୍ତି । ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ଅନ୍ତର୍ଗତ ମାଲାଗୁଡ଼ା ଅଞ୍ଚଳରେ ଭୟଙ୍କର ଏହି ଭୂସ୍ଖଳନ ଘଟିଛି । ମୃତକ ହେଉଛନ୍ତି ରାଇକିଆ ବ୍ଲକ ଡାଙ୍ଗେସି ଗାଁର ଅଚ୍ୟୁତ ପ୍ରଧାନ, ପତ୍ନୀ ଅନୀଷା ପ୍ରଧାନ (ମାନସୀ) ଏବଂ ୯ ମାସର ଶିଶୁପୁତ୍ର ।
ସୂଚନା ଅନୁସାରେ, ଦମ୍ପତି ଓ ଛୁଆ ଗୁରୁବାର ଠାରୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ନିଖୋଜ ଥିଲେ । ସେମାନଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ।
ମନ୍ତ୍ରୀ କହିଛନ୍ତି, "ଗୋଟିଏ ପରିବାରର ୩ ଜଣଙ୍କର ଦେହାନ୍ତ ଦୁଃଖଦ । ଭୂସ୍ଖଳନ ପରେ ଗାଁରେ ଏକ ପ୍ରକାର ନଦୀ ସୃଷ୍ଟି ହୋଇଛି । ଭୂସ୍ଖଳନ ସ୍ଥଳରୁ ପ୍ରଶାସନ ୨ ଜଣଙ୍କୁ ଉଦ୍ଧାର କରିଛି । ସୁମିତ୍ରା ପ୍ରଧାନ ଓ ଦତ୍ତ ପ୍ରଧାନଙ୍କୁ ଉଦ୍ଧାର କରାଯାଇଛି ।"
ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ପରେ କନ୍ଧମାଳ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଗାଁରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

୪ ଲକ୍ଷ ସହାୟତା
ଏଥି ସହିତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ପ୍ରତ୍ୟେକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭୂସ୍ଖଳନ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।