ଓଡିଶାରେ ମୋହନ ସରକାର

ଅର୍ଗସ ବ୍ୟୁରୋ: ଓଡିଶାରେ ମୋହନ ସରକାର ଆରମ୍ଭ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ। ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ନେଲେ । ଜନତା ମଇଦାନରେ ଶପଥ ନେଲେ ମୋହନ ଚରଣ ମାଝୀ।
‘ନବୀନ ଯୁଗ’ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଦଳର ନେତା ମୋହନ ମାଝୀ । ବିଜେପି ସରକାରରେ ଆଜିଠାରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଛି ସାରା ଓଡ଼ିଶା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅନ୍ୟ ନେତା-ମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରର ଜନତା ମଇଦାନରେ ହଜାର ହଜାର ସମର୍ଥକ ଏବଂ ଜନତାଙ୍କ ଭିଡ଼ ଭିତରେ ମୋହନ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥପାଠ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: