|
logo
Live

Argus News - କାମ କମ କରୁଛନ୍ତି ପକେଟ ଗରମ ବେଶୀ କରୁଛନ୍ତି ବିଜେଡି ନେତା

Odisha

କାମ କମ କରୁଛନ୍ତି ପକେଟ ଗରମ ବେଶୀ କରୁଛନ୍ତି ବିଜେଡି ନେତା

Jitendra Dash
Browse all articles by Jitendra Dash
·2 years ago·2 min read
କାମ କମ କରୁଛନ୍ତି ପକେଟ ଗରମ ବେଶୀ କରୁଛନ୍ତି ବିଜେଡି ନେତା

ଅର୍ଗସ ବ୍ୟୁରୋ : ଏଠି ଚାଲିଛି କାମ ବାହାରୁଛି ବାହାରୁଛି ଦୁର୍ନୀତିର ଗନ୍ଧ । ଆଉ ଏ ଦୁର୍ନୀତିର ଗନ୍ଧ ପଛରେ ରହିଛି ବିଜେଡ଼ି ନେତାଙ୍କ ହାତ । କାମ ଆସୁଛି କିନ୍ତୁ ହୋଇଛି ଅତି ନିମ୍ନ ମାନର । ଯାହାକୁ ନେଇ ଲୋକେ ହେଲେଣି ଏକାଠି । ଏଠି ଆମ ଓଡ଼ିଶା ନବୀନ ଓଡିଶା ନାଁରେ ହେଉଛୁ କାମ । କାମ ତ ନୁହେଁ ବିଛା ଚାଲିଛି ମରଣ ଯନ୍ତା । ଆଉ କାମ ନାଁରେ ନିମ୍ନ ମାନର କାମ କରି ମାଲେମାଲ ହେଉଛନ୍ତି ଶାସକ ଦଳର କର୍ମୀ । ଯୋଜନାରେ ହେଉଥିବା କାର୍ଯ୍ୟ ଗୁଡିକର କାର୍ଯ୍ୟାଦେଶ ବିଭାଗୀୟଙ୍କ ନାମରେ ଥିବାବେଳେ କାମ କରୁଛନ୍ତି ଶାସକ ଦଳର କର୍ମୀ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନା କାମକୁ ତଦାରଖ କରୁଛନ୍ତି ନା ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମନଇଚ୍ଛା କାମ କରୁଛନ୍ତି ଶାସକ ଦଳର କର୍ମୀ ମାନେ । 

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ଆଉ ଏକ ନାଟକ ବୋଲି ଲୋକେ ଅଭିଯୋଗ କରୁଛନ୍ତି । କାହିଁକିନା ଲୋକେ ଏ ଯୋଜନାରୁ ଉପକୃତ ହୁଅନ୍ତୁ କି ନ ହୁଅନ୍ତୁ ଶାସକ ଦଳର କର୍ମୀଙ୍କ ପକେଟକୁ ଗରମ କରୁଛି 'ଆମ ଓଡ଼ିଶା ନବୀନ ଓଡିଶା' । କେଉଁଠି ପାଉଁଶ ଗଦା ଉପରେ ବୋରିଂ କରାଯାଉଛି ତ କେଉଁଠି ୧୨ ଫୁଟ ବଦଳରେ ୫ ରୁ ୬ ଫୁଟ ବୋରିଂ କରି ଟଙ୍କାକୁ ବାଟମାରଣା କରୁଛନ୍ତି ବିଜେଡ଼ି କର୍ମୀ । ହେଲେ ସବୁ ଦେଖିବି ପ୍ରଶାସନ ଚୁପ ବସିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନାର ବାସୁଦେବପୁର ବ୍ଲକରେ ମୋଟାମୋଟି ୪୯୫ ଟି ପ୍ରକଳ୍ପ ରହିଛି । ବ୍ଲକର ମୋଟ ୩୬ଟି ପଞ୍ଚାୟତକୁ ପ୍ରତେକ ପଞ୍ଚାୟତକୁ ୫୦ଲଷ ଟଙ୍କା କରି ୧୮କୋଟି ଟଙ୍କା ଦିଆଯାଇଛି । ହେଲେ ସବୁ ପଞ୍ଚାୟତରୁ ଆସୁଛି ଦୁର୍ନୀତିର ଅଭିଯୋଗ ।

ହେଲେ ଘଟଣା ସ୍ଥଳକୁ କେହି ଅଧିକାରୀ ଯାଉ ନାହାଁନ୍ତି । କେବଳ ଏହି ଗୋଟିଏ ପଠଞ୍ଚାୟତ ନୁହେଁ ଏ ହେଉଛି ବ୍ରାହ୍ମଣଗାଁ ପଞ୍ଚାୟତର ବିଦ୍ୟାଳୟରେ ବୈକୁଣ୍ଠପୁର ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଉଛି । ହେଲେ ଏଠି ମଧ୍ୟ ସମାନ ଅବସ୍ଥା । ୧୨ଫୁଟ ବଦଳରେ କମ ଖୋଳି କାମ ହୋଉଥିବାରି କାମ ବନ୍ଦକଲେ ଲୋକେ । କେବଳ ଏହି ଦୁଇଟି ପଞ୍ଚାୟତ ନୁହେଁ ବିଦେଇପୁର, ବ୍ରାହ୍ମଣଗାଁ ଭଳି ସାନକୃଷ୍ଣପୁର ସହ ବ୍ଲକର ସମସ୍ତ ପଞ୍ଚାୟତରୁ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେଉଛି । ହେଲେ ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ ବସିଛନ୍ତି । 
 

Sponsored
କାମ କମ କରୁଛନ୍ତି ପକେଟ ଗରମ ବେଶୀ କରୁଛନ୍ତି ବିଜେଡି ନେତା | Argus News