Videos
|
Odisha

ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ପୂଜା ପୂର୍ବରୁ ସଜଡ଼ାଯିବ ସମସ୍ତ ଖାଲଖମା ରାସ୍ତା ସହ ମୁକୁଳା ଡ୍ରେନ୍

Santosh Kumar Sahoo
Browse all articles by Santosh Kumar Sahoo
·11 months ago·1 min read
ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ପୂଜା ପୂର୍ବରୁ ସଜଡ଼ାଯିବ ସମସ୍ତ ଖାଲଖମା ରାସ୍ତା ସହ ମୁକୁଳା ଡ୍ରେନ୍

Key Points

ଦୁର୍ଗାପୂଜା ପୂର୍ବରୁ ସଜଡ଼ାଯିବ ସହରାଞ୍ଚଳର ସମସ୍ତ ଖାଲ ଖମା ରାସ୍ତା। ଏନେଇ ବିଭାଗ ପ୍ରସ୍ତୁତ ରହିଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା। ମୁକୁଳା ଡ୍ରେନ କାମ ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ଦୁର୍ଗାପୂଜା ପୂର୍ବରୁ ସଜଡ଼ାଯିବ ସହରାଞ୍ଚଳର ସମସ୍ତ ଖାଲ ଖମା ରାସ୍ତା । ଏନେଇ ବିଭାଗ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସମସ୍ତ ଖାଲ ଖମା ରାସ୍ତା ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନିର୍ଦ୍ଦେଶ ରହିଛି । PWD, RD ଏବଂ ନଗର ଉନ୍ନୟନ ବିଭାଗ ସଜାଗ ଅଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।


ଅଧିକ ପଢ଼ନ୍ତୁ: ପାଗ ଖରାପ ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ସେ ଆହୁରି କହିଛନ୍ତି, ମୁକୁଳା ଡ୍ରେନ୍‌ ତୁରନ୍ତ କାମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ ଉପରେ କାମ ଚାଲିଛି । ପୂର୍ବରୁ ବିଭାଗରେ ସମନ୍ୱୟ ନ ଥିଲା । ଏବେ କିନ୍ତୁ ସମସ୍ତ ବିଭାଗ ସହ ସମନ୍ୱୟ ରଖି ଲୋକଙ୍କ ସେବା ପାଇଁ କାମ କରାଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Odisha CM Orders Repair of Roads and Drains Before Durga Puja Festivities | Argus News